ସୌମ୍ୟ ହତ୍ୟାକାଣ୍ଡ: ପୀଡିତାଙ୍କ ଘରେ ମହିଳା କମିଶନ ଟିମ୍

ବାଲିଅନ୍ତା: ସଙ୍ଘବଦ୍ଧ ଆକ୍ରମଣରେ ଯୁବକଙ୍କୁ ହତ୍ୟା ଘଟଣା । ବାଲିଅନ୍ତାରେ ପହଞ୍ଚିଛନ୍ତି ରାଜ୍ୟ ମହିଳା କମିଶନ୍ ଅଧ୍ୟକ୍ଷା ଶୋଭନା ମହାନ୍ତି । ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଘଟଣାସ୍ଥଳ ପରିଦର୍ଶନ କରି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ଗତକାଲି ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ସଂଘବଦ୍ଧ ଆକ୍ରମଣରେ ଜିଆରପି କନେଷ୍ଟବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ଏହି ମାମଲାରେ 5 ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରି ଖୋଳତାଡ ଜାରି ରଖିଛି ।
ରାଜ୍ୟ ମହିଳା କମିଶନ୍ ଅଧ୍ୟକ୍ଷା ଶୋଭନା ମହାନ୍ତି । ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଘଟଣାସ୍ଥଳ ପରିଦର୍ଶନ କରିବା ପରେ ପୀଡିତାଙ୍କ ଘରେ ପହଞ୍ଚିଛନ୍ତି ମହିଳା କମିଶନ ଟିମ୍ । ପୀଡିତା ଓ ତାଙ୍କ ପରିବାର ସଦସ୍ୟଙ୍କ ଆଲୋଚନା କରିଛନ୍ତି ମହିଳା କମିଶନ୍ ଟିମ୍ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବେ ବୋଲି କହିଲେ କମିଶନ ଅଧ୍ୟକ୍ଷା ।
ବାଲିଅନ୍ତା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ଘଟଣାରେ ଗତକାଲି ଦୁଃଖ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୋଲିସ ଡିଜି ୱାଇବି ଖୁରାନିଆଙ୍କ ସହିତ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ମାଝୀ । ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ‘ମବ ଲିଞ୍ଚିଙ୍ଗ’ ବା ଭିଡ ହତ୍ୟା ଘଟଣାର ଯେପରି ପୁନରାବୃତ୍ତି ନ ହୁଏ, ସେଥିପ୍ରତି ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

  • Related Posts

    ୧୨ ରେ ଲଘୁଚାପ, ୧୫ ପରେ ବାତ୍ୟାର ରୂପ ସ୍ପଷ୍ଟ !

    ଭୁବନେଶ୍ବର: ବଙ୍ଗୋପସାଗରରେ ବାତ୍ୟାକୁ ନେଇ ଦ୍ବନ୍ଦ୍ବ ବଢ଼ୁଥିବା ବେଳେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଯାହାକି ସମୁଦ୍ର ପତନ ଠାରୁ ଦେଢ଼ କିମି ଉଚ୍ଚ ଯାଏଁ ବ୍ୟାପିଛି । ଘୂର୍ଣ୍ଣିବଳୟଟି ଆହୁରି ଘନୀଭୂତ…

    Continue reading
    ନିଲମ୍ବନ ହେଲେ କୋରେଇ ବିଇଓ

    ଯାଜପୁର: ଯାଜପୁର ଜିଲ୍ଲା କୋରେଇ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟରେ ସାଢ଼େ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ ବିଇଓ ସୁଦର୍ଶନ ମଲ୍ଲିକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ତାଙ୍କୁ ଜିଲ୍ଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ