ପୂର୍ବ ସରକାରଠୁ ବଳିଗଲା ଡବଲ ଇଞ୍ଜିନ ସରକାର: ସୋନାଲି ସାହୁ

ଭୁବନେଶ୍ଵର : ବାଲିଅନ୍ତା ବର୍ବରତା ନେଇ ରାଜନୀତି ସରଗରମ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କ ଉପରେ କଂଗ୍ରେସ ସାମ୍ବାଦିକ ସମ୍ବିଳନୀ କରି ଜୋରଦାର୍ ବର୍ଷିଛି। କଂଗ୍ରେସ ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ, ଓଡ଼ିଶାରେ ତାଲିବାନି ଶାସନ ଚାଲିଛି। ପୂର୍ବ ସରକାରଠୁ ବଳିଗଲା ଡବଲ ଇଞ୍ଜିନ ସରକାର। ରାଜ୍ୟରେ ଆଇନ ଶୃଖଳା ବିପର୍ୟ୍ୟସ୍ତ। ସରକାରଙ୍କ ମନ୍ତ୍ରୀ ବିଧାୟକ ଏଠି ଝାଲମୁଢି ଖାଇବାରେ ବ୍ୟସ୍ତ। କଣାସ ଘଟଣା, ହିଞ୍ଜିଳି ଘଟଣା ଛାତି ଥରେଇ ଦେଇଥିଲା। ମନରୁ ଏ ଘଟଣା ନଲିଭିଣୁ ଗତକାଲି ବାଲିଅନ୍ତାର ଭିଡ଼ ହିଂସା ଘଟଣା ସାମ୍ନାକୁ ଆସିଲା। ଏସବୁ ଘଟଣା ପାଇଁ ସରକାରୀ ବ୍ୟବସ୍ଥା ଦାୟୀ। ପୁଲିସ କେବଳ ନେତାଙ୍କୁ ଜଗିବାରେ ବ୍ୟସ୍ତ। ପୁଲିସ ଠିକଣା ସମୟରେ ପହଁଚି କାର୍ୟ୍ୟାନୁଷ୍ଠାନ ନେଇଥିଲେ ଆଜି ଏତେ ବଡ଼ ଘଟଣା ଘଟିନଥାନ୍ତା। ପୁଲିସର ନିଷ୍କ୍ରିୟତା ପାଇଁ ଏ ଘଟଣା ଘଟିଛି। ଓଡ଼ିଶା ପୁଲିସ କଣ୍ଟ୍ରୋଲ ରୁମକୁ କିଏ ଚଳାଇଛନ୍ତି। ସରକାର ସ୍ପଷ୍ଟୀକରଣ ରଖନ୍ତୁ। ଏ ଘଟଣା ପାଇଁ ପୁଲିସ ଦାୟୀ।

  • Related Posts

    ୨୫ ବିଧାୟକଙ୍କୁ ଦଳରୁ ବହିଷ୍କାର କଲା ଏଆଇଏଡିଏମକେ

    ଚେନ୍ନଇ:ତାମିଲନାଡୁରେ ଦୁଇ ଫାଳ ହେଲା ଏଆଇଏଡିଏମକେ। ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ଏଆଇଏଡିଏମକେରେ ଦେଖା ଯାଇଥିବା ବିବାଦ ଏବେ ତୀବ୍ର ରୂପ ଧାରଣ କରିଛି। ବୁଧବାର ଏଆଇଏଡିଏମକେର ମୁଖିଆ ଇଡାପାଡି କେ ପଲାନିସ୍ୱାମୀ ବିଦ୍ରୋହୀ ନେତାଙ୍କ ବିରୋଧରେ ଗ୍ରହଣ କରିଛନ୍ତି କାର୍ୟ୍ୟାନୁଷ୍ଠାନ।…

    Continue reading
    ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ

    ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ଦେହାନ୍ତ ଘଟିଛି। କଣ୍ଟାବାଞ୍ଜି ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଥିବା ଜଣାପଡିଛି। ଏନେଇ ତାଙ୍କ ପୁଅ ସୂଚନା ଦେଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ସେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ