ବିରୋଧୀ ରାଜନୀତି ନକରନ୍ତୁ: ବିଜେପି

ଭୁବନେଶ୍ଵର : ବାଲିଅନ୍ତା ବର୍ବରତା ନେଇ ରାଜନୀତି ସରଗରମ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ ଓ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ। ବିଜେପି ବିଧାୟକ ଅଗସ୍ଥି ବେହେରା ଅରୁଣଙ୍କ ଟାର୍ଗେଟର ଜବାବ ରଖିଛନ୍ତି । ସେ କହିଛନ୍ତି ଯେ, ବିଜେଡି ଶାସନ ସମୟରେ ବହୁତ ଘଟଣା ଘଟୁଥିଲା। ବାଲିଅନ୍ତା ଘଟଣା ଲୋକଙ୍କ ଆକ୍ରୋଶ ଯୋଗୁଁ ଏମିତି ଘଟିଲା। ଦୋଷୀଙ୍କୁ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ମହିଳା କମିଶନ ମଧ୍ୟ ଘଟଣା ସ୍ଥଳକୁ ଯାଇଛନ୍ତି। ଆମ ସରକାରରେ ଯେଉଁଠି ବି କ୍ରାଇମ ହେଉଛି ତୁରନ୍ତ କାର୍ୟ୍ୟାନୁଷ୍ଠାନ ନିଆଯାଉଛି। କିନ୍ତୁ ବିରୋଧୀ ରାଜନୀତି ନକରନ୍ତୁ। ବିରୋଧୀ ଏଭଳି ଘଟଣାରେ ସମ୍ବେଦନଶୀଳତା ଦେଖାଇବାର କଥା। ରାଜନୀତି କରିବା ଠିକ ନୁହେଁ।
ବିଜେପି ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି ଯେ, ବିଜେଡିର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଲଜ୍ୟାଜନକ। କିଛି ଦିନ ହେଲାଣି ରାଜ୍ୟରେ ବିଚଳିତ କଲା ଭଳି ଘଟଣା ଘଟୁଛି। ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ହେଉଛି। ଏବେ ସ୍ଥିତି ସୁଧାରିବାକୁ ଉଦ୍ୟମ କରୁଛନ୍ତି ମୋହନ ସରକାର। ଯେଉଁ ଘଟଣା ସାମ୍ନାକୁ ଆସିଛି ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାରେ ଜଡିତ କିଛି ଲୋକ ଗିରଫ ହୋଇଛନ୍ତି। ଆଗକୁ ଆହୁରି କାର୍ୟ୍ୟାନୁଷ୍ଠାନ ହେବ।

  • Related Posts

    ଅଧ୍ୟାପକଙ୍କୁ ବିଧାୟକଙ୍କ ଅସଦଚାରଣ, ନିନ୍ଦା କଲା ବିଜେଡି

    ଭୁବନେଶ୍ବର: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ କଟକ ସଦରର ବିଜେପି ବିଧାୟକ ପ୍ରକାଶ ସେଠୀ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛି ବିଜେଡି । ବିଜେପି ସରକାରରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରାଜନୈତିକ ହସ୍ତକ୍ଷେପ ବୃଦ୍ଧି ପାଉଛି…

    Continue reading
    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ