ଆଜି ଶ୍ରୀକ୍ଷେତ୍ରେ ମହାପ୍ରଭୁଙ୍କ ଭଉଁରୀ

ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ବିଶେଷ ଆକର୍ଷଣ ଭଁଉରୀ ମହୋତ୍ସବ । ପାରମ୍ପରିକ ବାଦ୍ୟ ତଥା ଭଜନ କୀର୍ତ୍ତନର ପଟୁଆରରେ ବଡ଼ଦାଣ୍ଡରେ ଉଭାହେବେ ଚନ୍ଦନ ଦଶ ଠାକୁର । ହଜାର ହଜାର ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ଗହଣରେ ନରେନ୍ଦ୍ର ଚକଡ଼ାରେ ପହଞ୍ଚିବେ ଚନ୍ଦନ ଠାକୁର । ଶ୍ରୀରାମକୃଷ୍ଣ ଓ ମଦନମୋହନ, ଲକ୍ଷ୍ମୀ ସରସ୍ୱତୀଙ୍କ ସହ ପଞ୍ଚମହାଦେବ ନରେନ୍ଦ୍ର ଜଳରେ ନନ୍ଦା ଓ ଭଦ୍ରାରେ ଅଧିଷ୍ଠିତ ହୋଇ ୨୧ ଘେରା ନୌବିହାର କରିବେ ।

ଠାକୁରଙ୍କ ଏହି ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନୀତି ଧାର୍ଯ୍ୟ ହୋଇଛି । ଅପରାହ୍ଣ ୧ଟାରେ ଯାତ ଭୋଗ ସରିଲେ ୨ଟାରେ ଚନ୍ଦନକୁ ଠାକୁରେ ବିଜେ ହେବେ । ନରେନ୍ଦ୍ର ଅଭିମୁଖେ ଠାକୁରଙ୍କ ବିମାନ ଉଠିବା ସମୟ ରହିଛି ୨ଟା ୩୦ । ଏହି ଅବସରରେ ଠାକୁରଙ୍କ ଜଳଲାଗି, ଦିଅଁ ଚନ୍ଦନ କୁଣ୍ଡକୁ ବିଜେ, ଚନ୍ଦନ କୁଣ୍ଡରୁ ବାହାରିବା, ବେଶ, ଶୀତଳ ଭୋଗ, ମାଣ୍ଡୁଅ ଭୋଗ, ବିଡ଼ିଆ ମଣୋହୀ, ବନ୍ଦାପନା ଆଦି ନୀତି ହେବ । ପରେ ମଦନମୋହନ, ଲକ୍ଷ୍ମୀ ସରସ୍ୱତୀ ଓ ରାମକୃଷ୍ଣ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ । ପଞ୍ଚମହାଦେବ ନିଜ ନିଜ ଆସ୍ଥାନକୁ ଫେରିଯିବେ । ଏହି ଧାର୍ମିକ ସମାବେଶରେ ସାଧୁସନ୍ଥଙ୍କ ସହ ଶ୍ରଦ୍ଧାଳୁବୃନ୍ଦ ଠାକୁରଙ୍କ ସାନ୍ନିଧ୍ୟ ଲଭିବେ ।

  • Related Posts

    ସିବିଆଇ ଜାଲରେକେନ୍ଦ୍ରୀୟ ଜିଏସଟି ଅଧିକାରୀ

    ଭୁବନେଶ୍ୱର: ସିବିଆଇ ଜାଲରେ ପଡ଼ିଛନ୍ତି ଜଣେ କେନ୍ଦ୍ରୀୟ ଜିଏସଟି (CGST) ଅଧିକାରୀ। ଲାଞ୍ଚ ନେଉଥିବା ବେଳେ CGST ସୁପରିଟେଣ୍ଡେଣ୍ଟ ଓମ୍ ପ୍ରକାଶ ନାୟକଙ୍କୁ ମାଡ଼ି ବସିଛି CBI ଟିମ୍। ଜଣେ ବ୍ୟକ୍ତିଙ୍କ ୧୬ ଲକ୍ଷ ଟଙ୍କାର ଜିଏସଟି ରିଫଣ୍ଡ କରାଇଦେବା ବାହାନାରେ…

    Continue reading
    ଭୋଜି ଖାଇ ଝାଡାବାନ୍ତି; ୮୦ ଆକ୍ରାନ୍ତ

    ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ବର୍ତ୍ତିଆ ଗାଁରେ ବାହା ଭୋଜି ଖାଇ ୮୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଚିକିତ୍ସା ପାଇଁ ପାଟଣାଗଡ ରେଫର ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ଦୁଇ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ