ଲକ୍ଷ୍ନୌ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୫୯ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ୭ ୱିକେଟ୍ରେ ବିଜୟୀ ହୋଇଛି। ଲକ୍ଷ୍ନୌ ୧୬.୪ ଓଭରରେ ୩ଟି ୱିକେଟ ହରାଇ ବିଜୟ ଲକ୍ଷ୍ୟ ପୂରା କରିଛି। ଟସ୍ ଜିଣି ଲକ୍ଷ୍ନୌ ସୁପର ଜାଏଣ୍ଟସ ଦଳ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଦଳର ଦ୍ରୁତ ବୋଲର ଆକାଶ ମହାରାଜ ସିଂହ ଶ୍ରେଷ୍ଠ ବୋଲିଂ କରିଛନ୍ତି। ସେ ୪ ଓଭର ବୋଲିଂ କରି ୨୬ ରନ୍ ଖର୍ଚ୍ଚ କରି ଚେନ୍ନାଇର ୩ଜଣ ବ୍ୟାଟରଙ୍କୁ ଆଉଟ୍ କରିଥିଲେ। ୧୮୮ ରନ୍ର ବିଜୟ ଲକ୍ଷ୍ୟ ନେଇ ଲକ୍ଷ୍ନୌ ବ୍ୟାଟିଂ କରିଥିଲା। ଦଳର ପ୍ରାରମ୍ଭିକ ବ୍ୟାଟିଂ ଉଚ୍ଚକୋଟୀର ଥିଲା। ଲକ୍ଷ୍ନୌ ଦଳର ପ୍ରାରମ୍ଭିକ ବ୍ୟାଟିଂ ଭଲଥିଲା। ପ୍ରାରମ୍ଭିକ ବ୍ୟାଟର ଶତାଧିକ ରନ୍ର ଭାଗିଦାରୀ କରିଥିଲେ। ମିଚେଲ ମାର୍ଶ ଓ ଜୋସ ଇଂଲିଶ ପ୍ରଥମ ୱିକେଟ୍ ପାଇଁ ୧୩୫ ରନ୍ ସଂଗ୍ରହ କରିଥିଲେ।
ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ
ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…








