ଯୋଡା,୧୭/୫:କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ଅନ୍ତର୍ଗତ ପଳସା ପଞ୍ଚାୟତ ଉଚ୍ଚବାଲି ଠାରେ ରବିବାର ଚାରିପିଢ଼ ଭୂୟାଁ ମହାସମାଜ ଓ ବାମେବାରୀ ପାଞ୍ଚନାୟିକା ଭୂୟାଁପିଢ଼ ପକ୍ଷରୁ ତୃତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଭା ପୂର୍ବରୁ ବିପ୍ଳବୀ ଧରଣୀଧରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଚାରିପିଢ଼ ଭୂୟାଁ ମହାସମାଜର ସଭାପତି ତଥା ଯୋଡା ବ୍ଲକ୍ ଅଧ୍ୟକ୍ଷ କବୀନ୍ଦ୍ର ନାଏକ, ଚାରିପିଢ଼ ଭୂୟାଁ ମହାସମାଜ ସମ୍ପାଦକ ମଧୁସୂଦନ ନାଏକ,ମୁଖ୍ୟବକ୍ତା ଭାବେ ଚାରିପିଢ଼ ଭୂୟାଁ ସମାଜ ଉପଦେଷ୍ଟା ତଥା ଯୋଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଗିରିଧାରୀ ନାଏକ, ଚାରିପିଢ଼ ଭୂୟାଁ ସମାଜ ଉପଦେଷ୍ଟା ପ୍ରଫୁଲ୍ଲ ନାଏକ, ଶୁକଦେବ ନାଏକ, କୋଷାଧ୍ୟକ୍ଷ ତ୍ରିବିକ୍ରମ ନାଏକ,ଭୂୟାଁ ସାଂସ୍କୃତିକ ସଂଗଠନ ସମ୍ପାଦକ ରାମ ନାଏକ,୨୭ ନମ୍ବର ଜିଲ୍ଲା ପରିଷଦ ସୁକୁମାରୀ ଦେହୁରୀ,ସମ୍ମାନିତ ଅତିଥି ଭାବେ ବିମ୍ବାଧର ନାଏକ, କାଳକୂଲ ପିଢ଼ ସମ୍ପାଦକ ଭାସ୍କର ନାଏକ, ସଭାପତି ଭରତ ନାଏକ, ଗୁଆଲୀ ସମିତି ସଭ୍ୟା ବିମଳା ନାଏକ, ଚମକପୁର ପୂର୍ବତନ ସରପଞ୍ଚ ପ୍ରଭାକର ନାଏକ, ବାଂଶପାଳ ବ୍ଲକ୍ ଅଧ୍ୟକ୍ଷ ମାନସ କୁମାର ଦେହୁରୀ, ଭୂୟାଁ ସାଂସ୍କୃତିକ ସଂଗଠନ ସମ୍ପାଦକ ଶ୍ୟାମ ସୁନ୍ଦର ନାଏକ, ଅବସରପ୍ରାପ୍ତ ଶିକ୍ଷକ ଗୋପୀନାଥ ନାଏକ, ଯୋଡ଼ା ବ୍ଲକ୍ ୨୮ ନମ୍ବର ପୂର୍ବତନ ଜିଲ୍ଲାପରିଷଦ ବୀର ନାଏକ, ପୂର୍ବତନ ଜିଲ୍ଲା ପରିଷଦ ବାସୁଦେବ ନାଏକ,ଓଡ଼ିଶା ଭୂୟାଁ ମହାସମାଜ କାର୍ଯ୍ୟକାରୀ ସଭାପତି ସଞ୍ଜୟ ଶେଖର ଗିରି, ଭୂୟାଁ ସାଂସ୍କୃତିକ ସଂଗଠନ ସଭାପତି ହରି ଶଙ୍କର ନାଏକ, ପାଞ୍ଚଶହ ଖଣ୍ଡା ସୁନ୍ଦରଗଡ ସଭାପତି ଭାରତ ଚନ୍ଦ୍ର ନାଏକ, ଝୁମ୍ପୁରା ବ୍ଲକ ଗୁମୁରା ଗ୍ରାମ ପଞ୍ଚାୟତ ସରପଞ୍ଚ ତପନ କୁମାର ନାଏକ, ପାଞ୍ଚନାୟିକା ପିଢ଼ ସଭାପତି ସୁକଦେବ ନାଏକ, କାଳକୂଳ ସଭାପତି ମନୋଜ କୁମାର ମହାପାତ୍ର, ଚାରିଦେହୁରୀ ପିଢ଼ ସଭାପତି ବଳରାମ ନାଏକ,ଚାରିଦେହୁରୀ ପିଢ଼ ସମ୍ପାଦକ ପଦ୍ମଚରଣ ନାଏକ, ଭୂୟାଁ ସମାଜ ସଚେତକ କୈଳାସ ଚନ୍ଦ୍ର ନାଏକ, ନୟାଗଡ଼ ଦଣ୍ଡପାଟ ପାଞ୍ଚମଡ଼ା ସମ୍ପାଦକ ଉଗ୍ରସେନ ନାଏକ, ବଳଦା ସରପଞ୍ଚ ବରୁଣ ନାଏକ, ପୂର୍ବତନ ସରପଞ୍ଚ ରବୀନ୍ଦ୍ର ନାଏକ, ଜଜାଙ୍ଗ ପୂର୍ବତନ ସରପଞ୍ଚ ରତ୍ନମଣି ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ। ବିପ୍ଳବୀ ଧରଣୀଧର ଭୂୟାଁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭୂୟାଁ ସମାଜର ଉନ୍ନତି ସହିତ ଜିଲ୍ଲାର ସବୁ ବର୍ଗର ଲୋକଙ୍କ ଉନ୍ନତି ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦୁଝର ଯାଦବ ମହାସଭା ସମିତି ପକ୍ଷରୁ ଯୋଡା ବ୍ଲକ ଅଧ୍ୟକ୍ଷ ତଥା ଚାରିପିଢ଼ ଭୂୟାଁ ମହା ସମାଜର ସଭାପତି କବୀନ୍ଦ୍ର ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ସମିତି ପକ୍ଷରୁ ପ୍ରଫୁଲ୍ଲ ପ୍ରଧାନ, ଅକ୍ଷୟ ଦାସ, ପ୍ରସନ୍ନ ଦାସ, ମାର୍କଣ୍ଡ ଗିରି ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟଅତିଥି ଭାବେ ଯୋଗଦେଇ କବୀନ୍ଦ୍ର ନାଏକ କହିଥିଲେ ଯେ,ଭୂୟାଁ ଜାତି ଏକ ଲଢ଼ୁଆ ଜାତି । କେନ୍ଦୁଝର ଜିଲ୍ଲାରେ ସ୍ୱାଧୀନତା ପୂର୍ବରୁ ଏହି ଜାତିର ଦାୟଦ ଭାବରେ ବିପ୍ଳବୀ ଧରଣୀଧର ନାଏକ ଓ ରତନା ନାଏକ ଅନ୍ୟାୟ ବିରୋଧରେ ଲଢ଼େଇ କରି ଏ ଜାତି ପାଇଁ ଗୌରବ ରଖିଛନ୍ତି। ତାଙ୍କର ଦାୟଦ ଭାବେ ଭୂୟାଁ ସମାଜ ସମସ୍ତେ ସଂଗଠିତ ହୋଇ ସମାଜର ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ରାଜନୀତି, ଅର୍ଥନୀତି କ୍ଷେତ୍ରରେ ବିକାଶ କରିବା ପାଇଁ ସମସ୍ତେ ଆଗେଇ ଆସିବା। ପରିବାରର ବାପା ମା ମାନେ ନିଜର ପିଲା ମାନଙ୍କୁ କିପରି ଉଚ୍ଚ ଶିକ୍ଷିତ କରାଇ ପିଲା ମାନଙ୍କର ଭବିଷ୍ୟତ ଗଠନ କରିବା ଦିଗରେ ଏକ ନୂତନ ଜାଗରଣ ସୃଷ୍ଟି କରିବା ଏଥିପାଇଁ ସମସ୍ତଙ୍କର ଇଚ୍ଛାଶକ୍ତି , ଆଗ୍ରହ ଓ ସଚେତନତା ଆବଶ୍ୟକ। ଆଦିବାସୀ ମାନଙ୍କର ଶିକ୍ଷାରେ ଉନ୍ନତି ପାଇଁ ସରକାରଙ୍କର ବହୁ ଯୋଜନା ରହିଛି। ଆର୍ଥିକ ସ୍ଥିତି ନ ଥିବା ପିଲା ମାନଙ୍କର ପାଠ ପଢ଼ା ପାଇଁ ସରକାର ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା କରୁଛନ୍ତି। ଏହାର ସୁଯୋଗ ନେଲେ ଭୂୟାଁ ପରି ଆଦିବାସୀ ପରିବାରର ପିଲା ମାନେ ଉଚ୍ଚ ଶିକ୍ଷିତ ହୋଇ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରି ପାରିବେ ଏବଂ ଜଣେ ଜଣେ ସଫଳ ମଣିଷ ହୋଇ ପାରିବେ। ଯୁବ ସମାଜ ନିଶାରୁ ଦୂରେଇ ରହି ସମାଜର ଉନ୍ନତି ଦିଗରେ କାର୍ଯ୍ୟ କରିବା ଓ ନିଜ ପରିବାରର ଶାନ୍ତି ବଜାଇ କିପରି ରଖିବେ ସେ ଦିଗରେ ସମସ୍ତେ ଉଦ୍ୟମ କରିବା । ଏଦିଗରେ ସଚେତନତାକୁ ଅଧିକ ବ୍ୟାପକ କରିବା ପାଇଁ ବୈଠକରେ ଶ୍ରୀ ନାଏକ ଆହ୍ୱାନ ଦେଇଥିଲେ। ଉକ୍ତ ସମ୍ମିଳନୀରେ ଭୂୟାଁ ସମ୍ପ୍ରଦାୟର ଦୁଇ ହଜାରରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
(ରମେଶ ମହାପାତ୍ର)
ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍
ଏମ୍କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…




