ଆଜି ଠାରୁ ୫ ଦିନ ବନ୍ଦ ଏସବିଆଇ ବ୍ୟାଙ୍କ !

ଭୁବନେଶ୍ୱର: ସର୍ବଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଆସନ୍ତା ମେ ୨୫ ଓ ୨୬ ତାରିଖରେ ଦେଶବ୍ୟାପୀ ଦୁଇ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି । ଏସବିଆଇ ବ୍ୟାଙ୍କ କର୍ମଚାରୀ ସଂଘ ଧର୍ମଘଟ ଡାକରା ଦେଇଛି । ସେଥିପାଇଁ ଏହି ଦୁଇ ଦିନ ବ୍ୟାଙ୍କ କାର୍ୟ୍ୟ ବାଧାପ୍ରାପ୍ତ ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ ଏସବିଆଇ ପକ୍ଷରୁ ଗ୍ରାହକଙ୍କ ପାଇଁ ପରାମର୍ଶ ଜାରି ହୋଇଛି । ୨୩ ମେ ଦ୍ୱିତୀୟ ଶନିବାର, ୨୪ ମେ ରବିବାର, ମେ ୨୫ ଓ ୨୬ରେ ଦୁଇ ଦିନିଆ ଧର୍ମଘଟ ଓ ୨୭ ତାରିଖରେ ବକ୍ରିଦ୍ ଇଦ୍ ପାଇଁ ବ୍ୟାଙ୍କ ବନ୍ଦ ରହିବ। ଏସବିଆଇ କର୍ମଚାରୀ ସଂଗଠନ କହିଛି ଯେ ଆଉଟସୋର୍ସିଂ ନିଯୁକ୍ତି ଯୋଗୁଁ ଗ୍ରାମୀଣ ଯୁବକ, ଆର୍ଥିକ ସ୍ତରରେ ଦୁର୍ବଳ ବର୍ଗ, ଅନୁସୂଚିତ ଜାତି-ଜନଜାତି ଏବଂ ପଛୁଆ ବର୍ଗର ଲୋକଙ୍କୁ କମ୍ ନିଯୁକ୍ତି ସୁଯୋଗ ମିଳୁଛି । ବ୍ୟାଙ୍କରେ ସୁରକ୍ଷା ଗାର୍ଡ ନିଯୁକ୍ତିକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଏହାଦ୍ୱାରା କର୍ମଚାରୀ, ଗ୍ରାହକ ଏବଂ ବ୍ୟାଙ୍କ ସମ୍ପତ୍ତିର ସୁରକ୍ଷା ପ୍ରତି ବିପଦ ବଢ଼ିପାରେ। ଅନ୍ୟପଟେ, ଏନପିଏସ ଅଧୀନରେ ପେନସନ ଫଣ୍ଡ ମ୍ୟାନେଜର ବଦଳାଇବାର ସୁବିଧା ନମିଳିବାକୁ ନେଇ ମଧ୍ୟ କର୍ମଚାରୀମାନେ ଅସନ୍ତୁଷ୍ଟ ଅଛନ୍ତି। ସେମାନେ ଦାବି କରିଛନ୍ତି ଯେ ଅନ୍ୟ ସରକାରୀ ବ୍ୟାଙ୍କଗୁଡ଼ିକ ତୁଳନାରେ ଏସବିଆଇ କର୍ମଚାରୀଙ୍କ ସହ ପାତରଅନ୍ତର କରାଯାଉଛି। ଏ ସମସ୍ତ କାରଣ ପାଇଁ କର୍ମଚାରୀ ସଂଘ ୨୫ ଓ ୨୬ ରେ ଆନ୍ଦୋଳନକୁ ଓହ୍ଲାଇବ ।

  • Related Posts

    ଅକ୍ଟୋବର ୧୨ ପଦଯାତ୍ରା ପ୍ରସଙ୍ଗରେ ରାହୁଲ, ଅଖିଳେଶଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

    ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (S.I.R.)ରେ କଥିତ ଅନିୟମିତତାକୁ ବିରୋଧ କରି ଗତ ଅକ୍ଟୋବର ୧୨ ତାରିଖରେ ସୁପ୍ରିମକୋର୍ଟ ଅଭିମୁଖେ ହୋଇଥିବା ପଦଯାତ୍ରା ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ…

    Continue reading
    ଧର୍ମ ପରିବର୍ତ୍ତନ କଲେ ମିଳିବନି ସଂରକ୍ଷଣ

    ନୂଆଦିଲ୍ଲୀ: ଧର୍ମ ପରିବର୍ତ୍ତନ କରିବା ପରେ ମଧ୍ୟ ସଂରକ୍ଷଣ ଦାବି କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏକ ବଡ଼ ସୁ୍ପ୍ରିମ ଝଟ୍‌କା ଲାଗିଛି । ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ସ୍ପଷ୍ଟ କରିଛନ୍ତି ଯେ, ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ଅଧିକାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି