ମଧ୍ୟପ୍ରାଚ୍ୟ ଯୁଦ୍ଧର ଆଳ ଦେଖାଇ ଦେଶବାସୀଙ୍କୁ ଶୋଷଣ କରୁଛନ୍ତି ସରକାର: ବିଜେଡି

ଭୁବନେଶ୍ବର: ଅତ୍ୟାବଶ୍ୟକ ସାମଗ୍ରୀ ସହ ପେଟ୍ରୋଲ ଓ ଡିଜେଲ ପରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧିକୁ ନେଇ ବିଜେପି ସରକାରକୁ ସମାଲୋଚନା କରିଛି ବିଜୁ ଜନତା ଦଳ । ବିଜେଡି କହିଛି ଯେ, ୨୦୨୪ ସାଧାରଣ ନିର୍ବାଚନରେ ବିଭିନ୍ନ ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାରର ଦୋମୁହାଁ ନୀତି ପଦାରେ ପଡ଼ିଛି । ଖାଉଟି ଦହଗଞ୍ଜ ହେଉଛନ୍ତି । ମଧ୍ୟପ୍ରାଚ୍ୟ ଯୁଦ୍ଧର ଆଳ ଦେଖାଇ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରି ସରକାର ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଯୋଗୁଁ ହାଣ୍ଡିଶାଳ ଉପରେ ଚଡ଼କ ପଡିଛି । ପେଟ୍ରୋଲ ଓ ଡିଜେଲକୁ ଭ୍ୟାଟ ମୁକ୍ତ କରି ଜିଏସଟି ଅନ୍ତର୍ଭୁକ୍ତ କରାଯାଉ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି ।
ବିଜେଡି ଉପସଭାପତି ତଥା ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, “ଲଗାତାର ଭାବରେ ତେଲ ଦର ବଢି ଚାଲିଛି । ଯାହାର ପ୍ରଭାବରେ ନିତ୍ୟ ବ୍ୟବହାର ଦ୍ରବ୍ୟର ଦର ବଢ଼ିବାରେ ଲାଗିଛି । ଆମ ଦଳର ସଭାପତି ଲୋକଙ୍କ ସ୍ୱାର୍ଥ ପାଇଁ ରାସ୍ତାକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ଲୋକଙ୍କ ପ୍ରତି ନିଘା ନାହିଁ । ଯେତେବେଳେ ଅଶୋଧିତ ତୈଳ ବ୍ୟାରେଲ ପିଛା ୬୦ ଡଲାର ଥିଲା, ସେତେବେଳେ ଲୋକଙ୍କଠୁ ତୈଳ କମ୍ପାନୀମାନେ ଲାଭ କମାଇଥିଲେ । ଆଜି ଯୁଦ୍ଧର ଆଳ ଦେଖାଇ ଗତ ୧୧ ଦିନ ଭିତରେ ଭାରତ ସରକାର ଲଗାତାର ଭାବେ ୪ ଥର ତୈଳ ଦର ବୃଦ୍ଧି କରି ସାଧାରଣ ଖାଉଟିଙ୍କ ଉପରେ ଦରଦାମର ବୋଝ ଲଦି ଦେଇଛନ୍ତି ।”

ପୂର୍ବତନ ଯୋଗାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି, “ଲଗାତାର ଭାବେ ତୈଳ ଦର ବୃଦ୍ଧି ଓ ସଙ୍କଟ ଯୋଗୁଁ ପରିବହନ ସେବା ବାଧାପ୍ରାପ୍ତ ହୋଇଛି । ଯାହା ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଷ୍ଟ୍ରାୟାତ୍ତ ତୈଳ କମ୍ପାନୀ ଗୁଡ଼ିକର ୮୦ ପ୍ରତିଶତ ମାଲିକାନା ଘରୋଇକରଣ ହୋଇଥିବାରୁ, ଆଜି ସେହିମାନଙ୍କ ସ୍ୱାର୍ଥ ପାଇଁ ସରକାର ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଉଛନ୍ତି । ଯୁଦ୍ଧ ବାହାନାରେ ପେଟ୍ରୋଲ ଡିଜେଲ ଓ ଗ୍ୟାସର ଦର ବୃଦ୍ଧି ଜନଜୀବନକୁ ପ୍ରଭାବିତ କରିଛି । ୫ ରାଜ୍ୟର ନିର୍ବାଚନ ସରିବା ପରେ ଗ୍ୟାସ ଓ ପେଟ୍ରୋଲର ଦର ବଢି ଚାଲିଛି । ଏହା ଜନ ବିରୋଧୀ ନିଷ୍ପତ୍ତି । ସାଧାରଣ ଲୋକଙ୍କ ପକେଟକୁ ଲୁଟ କରାଯାଉଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଲୋକଙ୍କ ସ୍ୱର ହୋଇ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନିଷ୍ପତ୍ତିକୁ ଜବାବ ଦିଆଯିବ ।”

ବିଜେଡିର ଉପସଭାପତି ପ୍ରତାପ ଜେନା କହିଛନ୍ତି, “ଗତ ୧୧ ଦିନରେ ୪ ଥର ପେଟ୍ରୋଲ ଓ ଡିଜେଲ ଦର ବଢ଼ିଲାଣି । ଏପରି ଆଗରୁ କେବେ ଦେଖିବାକୁ ମିଳି ନଥିଲା । ଏହାର ପ୍ରଭାବ ଖାଉଟି ବଜାର ଉପରେ ମଧ୍ୟ ପଡିଛି । ଡାଲି ଓ ତେଲର ଦର ବଢିଛି । ଯାହା ଖାଉଟିଙ୍କ ଉପରେ ବୋଝ । ରାଜ୍ୟ ସରକାର ଭାଟ୍‌ କମାଇବା ଆବଶ୍ୟକ । ଭାଟ୍‌ ମୁକ୍ତ କରାଯାଉ । ଦରବୃଦ୍ଧି ଯୋଗୁଁ ସାଧାରଣ ଖାଉଟିଙ୍କ ହାଣ୍ଡିଶାଳ ଉପରେ ଚଡ଼କ ପଡ଼ିଛି । ଭାରତୀୟ ଜନତା ପାର୍ଟି ବିରୋଧୀ ଦଳରେ ଥିବାବେଳେ ପେଟ୍ରୋଲ ଓ ଡିଜେଲକୁ ଭ୍ୟାଟ୍‌ ମୁକ୍ତ କରି ଜିଏସଟି ଅନ୍ତର୍ଭୁକ୍ତ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଉଥିଲା । ଆଜି ସେମାନେ ସରକାର ଥିବାବେଳେ ତାହାକୁ ଲାଗୁ ନ କରି ତୈଳ ଦର ବାରମ୍ବାର ବୃଦ୍ଧି କରି ସାଧାରଣ ଜନତାଙ୍କ ସହିତ ବେଇମାନୀ କରୁଛନ୍ତି ।”

ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ କହିଛନ୍ତି, “ଭାରତର ବନ୍ଧୁ ରାଷ୍ଟ୍ର ଋଷିଆ ଓ ଇରାନ ଅଶୋଧିତ ତୈଳ କମ ମୂଲ୍ୟରେ ଯୋଗାଇବା ପାଇଁ ପ୍ରସ୍ତୁତ ଥିବାବେଳେ ଭାରତ ସରକାର କ’ଣ ପାଇଁ ସେମାନଙ୍କ ଠାରୁ ଅଶୋଧିତ ତୈଳ କିଣୁନାହିଁ ? କେଉଁ ଅଦୃଶ୍ୟ ଶକ୍ତି ଚାପରେ ଭାରତ ସରକାର ଭେନେଜୁଏଲ ଓ ଆମେରିକା ଠାରୁ ଚଢ଼ା ଦରରେ ଅଶୋଧିତ ତୈଳ କିଣୁଛନ୍ତି, ତାହା ଦେଶବାସୀଙ୍କୁ ଜଣାନ୍ତୁ । ବିଗତ ୧୧ ଦିନ ଭିତରେ ଯେଉଁ ଦର ବଢିଛି ଏହା କ’ଣ ଆଛେ ଦିନ ? ଆମର କ’ଣ ଦୁର୍ବଳତା ରହିଛି ଯେ, ଋଷିଆ ଠାରୁ ତେଲ କିଣି ପାରୁନାହାଁନ୍ତି । ଆଗକୁ ଆନ୍ଦୋଳନ ଜୋରଦାର ହେବ ।”

  • Related Posts

    ବିଜେଡି ସାଂସଦ ସଂଖ୍ୟା ଶୂନ ହୋଇଯିବ:ପ୍ରଦୀପ ପୁରୋହିତ

    ଭୁବନେଶ୍ୱର: ବିଜେଡିକୁ ନେଇ ବିଜେପି ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ। କହିଛନ୍ତି, ବିଜେଡିର କିଛି ବଡ଼ ନେତୃତ୍ୱ ଆମ ଶୀର୍ଷ ନେତୃତ୍ୱ ସହିତ ଆଲୋଚନା କରୁଛନ୍ତି। ଆଗକୁ ବିଜେଡିରେ ବଡ଼ ବିସ୍ଫୋରଣ ହେବ, ବିଜେଡି ଡଙ୍ଗା ବୁଡ଼ୁଛି। ଜୀବନ ବଞ୍ଚାଇବା…

    Continue reading
    ନିଟ୍ ଓ ସିବିଏସ୍ଇ ପରୀକ୍ଷାରେ ବିଭ୍ରାଟ ପ୍ରସଙ୍ଗ:
ଇସ୍ତଫା ଦିଅନ୍ତୁ ଧର୍ମେନ୍ଦ୍ର- ବିଜେଡି

    ଭୁବନେଶ୍ୱର: ବିଜେପି ସରକାରକୁ ଆସିବା ଦିନଠୁ ପ୍ରାୟ ସବୁ ପରୀକ୍ଷାରେ ପେପର ଲିକ୍ ହୋଇ ପରୀକ୍ଷା ବାତିଲ ହୋଇଛି । । ବିଗତ ୬ ବର୍ଷ ମଧ୍ୟରେ ଚାରି ଚାରି ଥର ନିଟ୍ ପରୀକ୍ଷା ବାତିଲ୍ ହୋଇଥିବା ବେଳେ ସିବିଏସ୍ଇ ପରୀକ୍ଷା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ