ବିଭିନ୍ନ ହାଇକୋର୍ଟରେ ବିଳମ୍ବିତ ରାୟକୁ ନେଇ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ : ବିଭିନ୍ନ ହାଇକୋର୍ଟରେ ବିଳମ୍ବିତ ରାୟକୁ ନେଇ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ ଜଣାଇଲେ CJI ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ । ଦେଶର ସବୁ ହାଇକୋର୍ଟମାନଙ୍କୁ ସୁପ୍ରିମକୋର୍ଟଙ୍କ ଆଦେଶ। ରାୟ ସଂରକ୍ଷିତର ସର୍ବାଧିକ ୩ ମାସ ମଧ୍ୟରେ ଫୈସଲା କରିବାକୁ ନିର୍ଦ୍ଦେଶ। ବ୍ୟକ୍ତିଗତ ସ୍ବାଧୀନତା ମାମଲାରେ ସମୟସୀମା ଆହୁରି କମାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଗାଇଡଲାଇନ୍ ଜାରି କରିଛନ୍ତି। ଏହାଦ୍ଵାରା ବହୁ ଲମ୍ବିତ ମାମଲାର ଶୀଘ୍ର ସମାଧାନ ହେବ। ଧାରା ୧୪୨ ଅନୁଯାୟୀ ନିଜ କ୍ଷମତା ବ୍ୟବହାର କରି ନିର୍ଦ୍ଦେଶ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜାମିନ ଶୁଣାଣି ଉପରେ ବି କଡ଼ା ଟାଇମ୍ ଲାଇନ୍ ଜାରି କରିଛନ୍ତି। ଜାମିନ ଆବେଦନ ଶୁଣାଣି ସେହିଦିନ କିମ୍ବା ପରଦିନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାମିନ ଶୁଣାଣିର ଆଦେଶ ତୁରନ୍ତ ଜେଲ୍‌ ପ୍ରଶାସନକୁ ଜଣାଇବାକୁ କହିଛନ୍ତି। ସେହିପରି ଜାମିନ ପାଇଥିବା ବିଚାରାଧୀନ କଏଦୀଙ୍କୁ ସେହି ଦିନ ମୁକ୍ତ କରାଯିବା ଉଚିତ୍। ସମସ୍ତ ରାୟ ୨୪ ଘଣ୍ଟାରେ ହାଇକୋର୍ଟ ୱେବସାଇଟ୍‌ରେ ଅପଲୋଡ୍ ହେବା ଆବଶ୍ୟକ ବୋଲି କହିଛନ୍ତି। ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, କୋର୍ଟ ପ୍ରଥମେ କୋର୍ଟ ଭିତରେ ଆଦେଶର ଗୁରୁତ୍ଵପୂର୍ଣ୍ଣ ଅଂଶ ଘୋଷଣା କରିବେ ଏବଂ ଏହାର ବିସ୍ତୃତ ବିବରଣୀ ସାତ ଦିନ ମଧ୍ୟରେ ୱେବସାଇଟରେ ଅପଲୋଡ୍ କରାଯିବ। ଏହା ସହିତ, ନିଷ୍ପତ୍ତି ସଂରକ୍ଷିତ ଥିବା ତାରିଖ ମଧ୍ୟ ସମ୍ପୃକ୍ତ ହାଇକୋର୍ଟର ୱେବସାଇଟରେ ପ୍ରଦର୍ଶିତ ହେବ। ଝାଡ଼ଖଣ୍ଡ HCଙ୍କ ରାୟ ଓ ଅପଲୋଡ୍‌ରେ ବିଳମ୍ବ ନେଇ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯଦି ନିର୍ଦ୍ଧାରିତ ସମୟସୀମା ପାଳନ କରାନଯାଏ ତାହେଲେ ମାମଲା ଅନ୍ୟ ଏକ ପୀଠ ପାଖକୁ ଚାଲିଯିବ। ଯଦି ନିଷ୍ପତ୍ତିର କାରଣ ୩୦ ଦିନ ମଧ୍ୟରେ ୱେବସାଇଟରେ ଅପଲୋଡ୍ ନହୁଏ ତେବେ ମାମଲାକୁ ପ୍ରତ୍ୟାହାର କରାଯାଇ ଏକ ନୂତନ ଖଣ୍ଡପୀଠକୁ ପଠାଯାଇପାରିବ। ସୁପ୍ରିମକୋର୍ଟ ସମସ୍ତ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ଏହି ନିର୍ଦ୍ଦେଶାବଳୀଗୁଡ଼ିକୁ ସମ୍ପୃକ୍ତ ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ରଖନ୍ତୁ ଯାହାଦ୍ୱାରା ଏହା ସଫଳ ଭାବେ କାର୍ଯ୍ୟକାରୀ ହୋଇପାରିବ।

  • Related Posts

    ଦିଲ୍ଲୀ ହୋଟେଲ ନିଆଁରେ ୨୧ ମୃତ

    ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରର ଗୋଟିଏ ହୋଟେଲରେ ଘଟିଥିବା ଭୟଙ୍କ ଅଗ୍ନିକାଣ୍ଡ ୨୧ ଜଣଙ୍କ ଜୀବନ ନେଇଛି। ସେହିପରି ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ୮ ଜଣ ଏବେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ମୃତାହତଙ୍କ ମଧ୍ୟରେ ରହିଛନ୍ତି…

    Continue reading
    କର୍ଣ୍ଣାଟକରେ ଶିବକୁମାର ସରକାର: ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

    ବେଙ୍ଗାଲୁରୁ: କର୍ଣ୍ଣାଟକରେ ଶିବକୁମାର ସରକାର । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡିକେ ଶିବକୁମାର । ବେଙ୍ଗାଲୁରୁ ଲୋକସେବା ଭବନରେ ତାଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ଥଓ୍ବାରଚାନ୍ଦ ଗେହଲଟ୍ । ସେହିପରି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଭାବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ