କୁଆଖାଇ ସେତୁରେ କାର୍‌କୁ ଅଧ କିମି ଘୋଷାଡ଼ି ନେଲା ହାଇୱା

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା କୁଆଖାଇ ସେତୁ ଉପରେ ଘଟିଛି ଲୋମଟାଙ୍କୁରା ଦୁର୍ଘଟଣା । ଏକ କାର୍‌କୁ ଅଧ କିଲୋମିଟର ଘୋଷାଡ଼ି ନେଇଛି ହାଇୱା । କାର୍‌ରେ ଥିବା ବାପା ଝିଅ ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପୁଲିସ୍ ହାଇୱାକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । କାର୍ ହାଇୱା ସାମନାକୁ ଚାଲିଆସିବାରୁ ଏହି ଦୁର୍ଘଟଣା ଘଟିଥିବା ମଞ୍ଚେଶ୍ୱର ଥାନା ପୁଲିସ୍ କହୁଛି । ସୂଚନା ଅନୁଯାୟୀ, ରାତି ପ୍ରାୟ ୧୧ଟା ବେଳେ ରସୁଲଗଡ଼ ପଟୁ ଏକ ହାଇୱା କଟକ ଆଡକୁ ଯାଉଥିଲା । କୁଆଖାଇ ସେତୁ ଆରମ୍ଭ ପୂର୍ବରୁ ଏକ କାର୍ ହାଇୱାକୁ ଓଭର୍‌ଟେକ୍ କରିଥିଲା । କାର୍‌ଟି ହାଇୱା ସାମ୍ନାକୁ ଚାଲି ଆସିଥିଲା । ତେବେ ଦ୍ରୁତ ଗତିରେ ଥିବା ହାଇୱା କାରକୁ ଧକ୍କା ଦେଇଥିଲା । କାର୍‌ଟି ବୁଲିଯାଇଥିଲା । ହାଇୱା ଚାଳକ ଭୟରେ ଗାଡ଼ିର ବେଗ ବଢ଼ାଇ ଦେଇଥିଲା । ଫଳରେ କାରକୁ ବହୁ ଦୂରକୁ ଠେଲି ନେଇଥିଲା । ପୋଲ ପାର ହେବା ପରେ ହାଇୱା ଚାଳକ ଗାଡ଼ିର ଦିଗ ବଦଳାଇ ଦେବାରୁ କାର୍ ଖସି ଯାଇଥିଲା। ବାଟରେ ଯାଉଥିବା ଲୋକ ଏ ଦୃଶ୍ୟ ଦେଖି ପୁଲିସ୍‌କୁ ଫୋନ୍ କରିଥିଲେ । ପିସିଆର ଭ୍ୟାନ୍ ତୁରନ୍ତ ନଖରା ପୁଲିସ୍‌କୁ ଜଣାଇଥିଲା । ନଖରା ପୁଲିସ୍ ଉକ୍ତ ହାଇୱାକୁ ଧରିଥିଲା । ଚାଳକକୁ ପୁଲିସ ଅଟକ ରଖିଛି । କାର୍ ଭିତରେ ଥିବା ବାପା ଝିଅ ଭୟଭିତ ହୋଇଯାଇଥିଲେ । ସେମାନେ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ