
ମୟୂରଭଞ୍ଜ : ବାଘ ଆକ୍ରମଣରେ ଜନୈକ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି । ମୟୂରଭଞ୍ଜ ଯଶିପୁର ଦୁଧିଆଣୀ ରେଞ୍ଜ ଅନ୍ତର୍ଗତ ବସନ୍ତପୁର ଗ୍ରାମର ସତୁରୀ ବର୍ଷ ବୟସ୍କ ବୃଦ୍ଧ ସାଧୁ ନାଏକ ଆଜି ଭୋର ସକାଳୁ ନିକଟସ୍ଥ ଗାଁ ଜଙ୍ଗଲକୁ ଶୌଚହେବାକୁ ଯାଇଥିବାବେଳେ ବାଘ ଆକ୍ରମଣ କରି ବୃଦ୍ଧଙ୍କୁ ମାରିଦେଇଥିଲା । ତତ୍ପରେ ମୃତ ବୃଦ୍ଧଙ୍କ ଶରୀରକୁ ବାଘ ଖାଇଯାଇ ଜଙ୍ଗଲ ଭିତରକୁ ଚାଲିଯାଇଥିଲା । ଏ ସମ୍ପର୍କରେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।


