ଅଡ଼ୁଆରେ ମାର୍କ ଜୁକରବର୍ଗ

ଭାରତରେ ଗତବର୍ଷ ହୋଇଥିବା ସାଧାରଣ ନିର୍ବାଚନକୁ ନେଇ ବିବାଦୀୟ ବୟାନ ଦେବା ପରେ ଅଡ଼ୁଆରେ ଫେସବୁକ ସଂସ୍ଥାପକ ମାର୍କ ଜୁକରବର୍ଗ। ଏହି ମାମଲାରେ ସଂସଦୀୟ କମିଟି ମେଟା କମ୍ପାନୀକୁ ସମନ କରିବ ବୋଲି ଜଣାପଡ଼ିଛି। ସଂସଦର ଆଇଟି ଓ ଯୋଗାଯୋଗ କମିଟିର ଅଧ୍ୟକ୍ଷ ନିଶିକାନ୍ତ ଦୁବେ ଏନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।
ଏହି ପ୍ରସଙ୍ଗରେ ଗତକାଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ୍ସରେ ମେଟାକୁ ଟ୍ୟାଗ୍ କରି ମାର୍କ ଜୁକରବର୍ଗଙ୍କ ଟିପ୍ପଣୀକୁ ନିନ୍ଦା କରିଥିଲେ। ଆଜି ବୈଷ୍ଣବଙ୍କ ପୋଷ୍ଟକୁ ରିପୋଷ୍ଟ କରି ନିଶିକାନ୍ତ ଦୁବେ ଲେଖିଛନ୍ତି ଯେ ମୋ କମିଟି ଏହି ମିଥ୍ୟା ଖବର ପାଇଁ ମେଟାକୁ ସମନ କରିବ। କୌଣସି ଗଣତାନ୍ତ୍ରିକ ଦେଶ ବିଷୟରେ ମିଛ ଖବର ପ୍ରସାରିତ କରିବା ସେହି ଦେଶର ଛବିକୁ ଖରାପ କରିଥାଏ। ଏହି ଭୁଲ ପାଇଁ ଉକ୍ତ ସଂସ୍ଥାକୁ ଭାରତୀୟ ସଂସଦ ତଥା ଦେଶର ଲୋକଙ୍କୁ କ୍ଷମା ମାଗିବାକୁ ପଡ଼ିବ। ଉଲ୍ଲେଖ ଯୋଗ୍ୟ, ଜୁକରବର୍ଗ ଏକ ପଡକାଷ୍ଟରେ କହିଥିଲେ ଯେ ୨୦୨୪ ପୂରା ବିଶ୍ୱରେ ଏକ ବଡ଼ ନିର୍ବାଚନୀ ବର୍ଷ ଥିଲା। ଭାରତ ସମେତ ଅନେକ ଦେଶରେ ଏହି ବର୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି। ସେହି ସବୁ ଦେଶରେ ଶାସନରେ ଥିବା ସରକାର ମୁଦ୍ରାସ୍ଫିତି ପାଇଁ ହେଉ ବା କୋଭିଡ ମହାମାରୀ ସମୟରେ ଦୁର୍ବଳ ପରିଚାଳନା ପାଇଁ ଏହି ନିର୍ବାଚନରେ ଏକ ପ୍ରକାର ହାରିଯାଇଛନ୍ତି।

  • Related Posts

    ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଆଜୀବନ କାରାଦଣ୍ଡ

    ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅମିତ ଯୋଗୀକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ହାଇକୋର୍ଟ । ପୂର୍ବତନ ସିଏମ୍ ଅଜିତ ଯୋଗୀଙ୍କ ପୁଅ ତଥା ପୂର୍ବ ବିଧାୟକ ଅମିତ ଯୋଗୀ । ୨୦୦୩ ଏକ ହତ୍ୟା ମାମଲାରେ ଆଜୀବନ ଶୁଣାଇଛନ୍ତି ହାଇକୋର୍ଟ…

    Continue reading
    ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଜଣେ ଯବାନ୍‌ ଆହତ

    ଝାଡ଼ଖଣ୍ଡ: ପଡୋଶୀ ଝାଡ଼ଖଣ୍ଡର ଚାଇବାସା ଅଞ୍ଚଳର ସରଣ୍ଡା ଜଙ୍ଗଲରେ ଆଜି ସକାଳେ ଏକ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କୋବ୍ରା ବାଟାଲିଅନ୍‌ର ଜଣେ ଯବାନ୍‌ ଆହତ ହୋଇଛନ୍ତି । ଆହତ ଯବାନ୍‌ଙ୍କୁ ଚିକିତ୍ସା ପାଇଁ ଏୟାର୍‌ଲିଫ୍ଟ କରାଯାଇ ରାଞ୍ଚି ନିଆଯିବ ବୋଲି ସୂଚନା ମିଳିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ