ଆସନ୍ତାକାଲି ସନ୍ଧ୍ୟାରେ ପାଖରୁ ଦେଖାଯିବେ ବୃହସ୍ପତି ଓ ଶୁକ୍ର

ନୂଆଦିଲ୍ଲୀ: ଜୁନ୍ ୯, ୨୦୨୬ରେ ସନ୍ଧ୍ୟା ଆକାଶରେ ବୃହସ୍ପତି ଏବଂ ଶୁକ୍ର ଗ୍ରହ ଅତ୍ୟନ୍ତ ନିକଟତର ଦେଖାଯିବେ । ଏହି ବର୍ଷର ସବୁଠାରୁ ସୁନ୍ଦର ମହାକାଶୀୟ ଘଟଣା ମଧ୍ୟରୁ ଗୋଟିଏ ଦେଖିବାର ସୁଯୋଗ ଆସୁଛି । ଜ୍ୟାତିର୍ବିଦମାନେ ଏହାକୁ ଏକ ଗ୍ରହ ସଂଯୋଗ ଭାବରେ ଉଲ୍ଲେଖ କରନ୍ତି । ପଶ୍ଚିମ ଆକାଶରେ ସୂର୍ୟ୍ୟାସ୍ତ ପରେ ଏହି ସଂଯୋଗ ଦୃଶ୍ୟମାନ ହେବ । ପୃଥିବୀରୁ ଦୃଶ୍ୟମାନ ସବୁଠାରୁ ଉଜ୍ଜ୍ୱଳ ଗ୍ରହ ଶୁକ୍ର ଏବଂ ସୌରମଣ୍ଡଳର ସର୍ବବୃହତ୍ ଗ୍ରହ ବୃହସ୍ପତି କେବଳ ୧.୫ ଡିଗ୍ରୀ ପୃଥକରେ ଦେଖାଯିବେ । ଅର୍ଥାତ୍ ଗ୍ରହ ଦୁଇଟି ପୂର୍ଣ୍ଣ ଚନ୍ଦ୍ର ବ୍ୟାସର ୩ ଗୁଣ ଆକାରର ଅଞ୍ଚଳ ଭିତରେ ଦେଖାଯିବେ । ସୂର୍ୟ୍ୟାସ୍ତ ପରେ ପ୍ରାୟ ଏକରୁ ଦୁଇ ଘଣ୍ଟା ପର୍ୟ୍ୟନ୍ତ ଏହି ଯୋଡ଼ି ଦୃଶ୍ୟମାନ ରହିବ । ୮-୯ ତାରିଖ ରାତିରେ ପୂରା ପାଖାପାଖି ଦେଖାଯିବେ । ତା’ପରେ ଶୁକ୍ର ଗ୍ରହ ଉପରକୁ ଉପରକୁ ଉଠି ବୃହସ୍ପତି ଠାରୁ ଦୂରରେ ଦେଖାଯିବ । ଗ୍ରହ ଦୁଇଟି ମହାକାଶରେ ପରସ୍ପର ନିକଟରେ ଦେଖାଗଲେ ମଧ୍ୟ ସେମାନେ ଆମଠାରୁ ସମାନ ଦୂରତାରେ ନାହାଁନ୍ତି । ଶୁକ୍ର ସୂର୍ୟ୍ୟ ଠାରୁ ପ୍ରାୟ ୧୧ କୋଟି କିଲୋମିଟର ଦୂରରେ ଥିଲାବେଳେ ବୃହସ୍ପତି ପ୍ରାୟ ୭୮ କୋଟି କିଲୋମିଟର ଦୂରରେ ସୂର୍ୟ୍ୟ ପରିକ୍ରମା କରେ । ଏପରି ଦେଖାଯିବାର କାରଣ ଏବେ ପୃଥିବୀ, ଶୁକ୍ର ଓ ବୃହସ୍ପତି ପ୍ରାୟ ଏକ ସରଳ ରେଖାରେ ଏବଂ ଶୁକ୍ର ପଛରେ ବୃହସ୍ପତି ରହିଛି । ଶୁକ୍ର-ବୃହସ୍ପତି ସଂଯୋଗ ଗତ ୧ ମାର୍ଚ୍ଚ ୨୦୨୩ରେ ହୋଇଥିଲା । ପରବର୍ତ୍ତୀ ସଂଯୋଗ ୨୬ ଅଗଷ୍ଟ, ୨୦୨୭ ସନ୍ଧ୍ୟା ଆକାଶରେ ଦେଖାଯିବ ।

​​​​​​ଶୁକ୍ର ଏବଂ ବୃହସ୍ପତି- ଆକାଶର ଦୁଇଟି ଉଜ୍ଜ୍ୱଳ ଗ୍ରହ- ସୂର୍ୟ୍ୟାସ୍ତ ପରେ ପଶ୍ଚିମରେ ଏକାଠି ଝଲସୁଛନ୍ତି । ସେମାନେ ଜୁନ୍ ୮ ଏବଂ ୯ରେ ନିକଟତମ ହେବେ । ପଶ୍ଚିମ ଦିଗବଳୟ ମେଘମୁକ୍ତ ଥିଲେ ଓଡ଼ିଶା ଏବଂ ଭାରତର ସବୁ ସ୍ଥାନରେ ଏହି ଘଟଣା ଖାଲି ଆଖିରେ ସନ୍ଧ୍ୟା ୭:୦୦ରୁ ରାତି ୮:୦୦ ମଧ୍ୟରେ ଦେଖିହେବ । ଆଗାମୀ ଏକ ମାସ ଧରି ସନ୍ଧ୍ୟା ସମୟରେ ଉଜ୍ଜ୍ୱଳ ଶୁକ୍ର ଏବଂ ବୃହସ୍ପତି ଗ୍ରହ ଖାଲିଆଖିକୁ ଏକ ଚମତ୍କାର ଦୃଶ୍ୟ ପ୍ରଦାନ କରିବେ । ତେଣୁ ସୂର୍ୟ୍ୟାସ୍ତ ପରେ ବାହାରକୁ ଆସନ୍ତୁ, ଆକାଶରେ ସେହି ଉଜ୍ଜ୍ୱଳ, ସ୍ଥିର “ତାରା’ ଖୋଜି ଶୁକ୍ର ଏବଂ ବୃହସ୍ପତିକୁ ଉପଭୋଗ କରନ୍ତୁ- ମାନବ ଭାଗ୍ୟ ଗଠନ କରୁଥିବା ଏକ ଶକ୍ତି ଭାବରେ ନୁହେଁ, ବରଂ ମହାକାଶରେ ଝଲସୁଥିବା ପୃଥିବୀ ଭଳି ଆଉ ଏକ ଚମତ୍କାର “ବିଶ୍ୱ’ ଭାବରେ ।

  • Related Posts

    ଭୂକମ୍ପରେ ଥରିଲା କ୍ୟୁବା

    ନୂଆଦିଲ୍ଲୀ:ଭୂକମ୍ପରେ ଥରିଲା କ୍ୟୁବା। ଶକ୍ତିଶାଳୀ ଭୂକମ୍ପ କ୍ୟୁବାରେ ଅନୁଭୂତ। ୬.୧ ମ୍ୟାଗ୍ନିଚ୍ୟୁଡରେ ଥରିଲା କ୍ୟୁବା । ମେକ୍ପିକୋ ଏବଂ ଆମେରିକାର ଫ୍ଲୋରିଡା ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ଭୂକମ୍ପର ଝଟକା । ମିଆମି, ଓର୍ଲାଣ୍ଡୋ, ଟାମ୍ପା, ଜ୍ୟାକ୍ସନଭିଲ୍ ଏବଂ ତାଲାହାସୀରେ ଭୂକମ୍ପର ଝଟକା…

    Continue reading
    ୧୬ରେ ରଜ ମହୋତ୍ସବ ପାଳନ କରିବେ ରାଷ୍ଟ୍ରପତି

    ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁନ୍‌ ୧୬ରେ ରଜ ମହୋତ୍ସବ ରାଷ୍ଟ୍ରପତି ଭବନରେ ପାଳନ କରିବେ । ଏହି ଅବସରରେ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ଦୋଳିଖେଳ ହେବ ମୁଖ୍ୟ ଆକର୍ଷଣ । ପୋଡ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ