ଫିଫା ବିଶ୍ବକପ୍‌: ଚେକ୍‌ ଗଣରାଜ୍ୟକୁ ହରାଇ ଦକ୍ଷିଣ ‌କୋରିଆର ଅଭିଯାନ

ସାପୋପାନ୍‌ (ମେକ୍ସିକୋ): ଚଳିତ ଫିଫାବିଶ୍ବକପ୍‌ରେ ଏସୀୟ ମହାଦେଶୀୟ ଦଳ ଦକ୍ଷିଣ କୋରିଆ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍‌-ଏ’ର ଦ୍ବିତୀୟ ମ୍ୟାଚ୍‌ରେ ଏହି ଦଳ ୨-୧ ଗୋଲ୍‌ରେ ଚେକ୍‌ ଗଣରାଜ୍ୟକୁ ପରାସ୍ତ କରିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲ୍‌ଶୂନ୍ୟରେ ସରିଥିଲା। ୫୯ତମ ମିନିଟ୍‌ରେ ଚେକ୍‌ର ଲାଡିସ୍‌ଲାଭ କ୍ରେସିଙ୍କ ଗୋଲ୍‌ରେ ଚେକ୍‌ ଦଳ ପ୍ରାରମ୍ଭିକ ଅଗଣୀ ନେଇଥିଲା। ହେଲେ ୮ ମିନିଟ୍‌ ପରେ କୋରିଆଗୋଲ୍‌ଟି ଶୁଝି ସ୍ଥିତି ସମାନ କରିଥିଲେ।
କୋରିଆର ହ୍ବାଙ୍ଗ ଇନ୍‌ ବିଓମ୍‌ (୬୭ ମିନିଟ୍‌)ଙ୍କ ଏହି ଗୋଲ୍‌ଟି ଦେଇଥିଲେ। ୭୭ତମ ମିନିଟ୍‌ରେ ଚେକ୍‌କୁ ମିଳିଥିବା ଫ୍ରିକିକ୍‌କୁ ଥୋମାସ ସୌସେକ୍‌ ହେଡର୍‌ରେ କୋରିଆର ଗୋଲ୍‌ପୋଷ୍ଟ୍‌କୁ ପଠାଇ ଖୁସି ମନାଇଥିଲେ। ହେଲେ ରେଫରି ଏହାକୁ ଅଫ୍‌ସାଇଡ୍‌ କହିବାରୁ ଚେକ୍‌ର ଖୁସି ମରି ଯାଇଥିଲା। ଏହାର ୩ ମିନିଟ୍‌ ପରେ କୋରିଆର ଓହ ହିଉଁ ଗ୍ୟୁ (୮୦ ମିନିଟ୍‌) ଗୋଲ୍‌ରେ ‌କୋରିଆ ୨-୧ରେ ବିଜୟ ମୁଣ୍ଡି ମାରିଥିଲା। ଗୁରୁବାର କୋରିଆ ନିଜର ପରବର୍ତ୍ତୀ ମ୍ୟାଚ୍‌ରେ ସହଆୟୋଜକ ମେକ୍ସିକୋକୁ ଭେଟିବ। ମେକ୍ସିକୋ ୨-୦ ଗୋଲ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି।

  • Related Posts

    ଅନ୍ତର୍ଜାତୀୟ ବଜାରରେ ଖସିଲା ଅଶୋଧିତ ତୈଳ ଦର

    ନୂଆଦିଲ୍ଲୀ:ଆମେରିକା-ଇରାନ ଯୁଦ୍ଧ ଶେଷ ହେବା ପରେ ଅଶୋଧିତ ତୈଳ ମୂଲ୍ୟ ୪%ରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୧. ୧୫ ଡଲାରକୁ ଖସିଛି। ଯୁଦ୍ଧ ଶେଷ ନେଇ ଚୁକ୍ତି ଉପରେ ସହମତି ହେବା…

    Continue reading
    ନିଟ ୟୁଜି ପୁନଃ-ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କଲା ଏନଟିଏ

    ନୂଆଦିଲ୍ଲୀ: ନିଟ ୟୁଜି ପୁନଃ-ପରୀକ୍ଷା ପାଇଁ ଆଡମିଟ କାର୍ଡ ଜାରି କଲା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) । ଆସନ୍ତା ଜୁନ ୨୧ରେ ନିଟ ୟୁଜି ପୁନଃ-ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀମାନେ ଅଫିସିଆଲ ୱେବସାଇଟ neet.nta.nic.in ରୁ ସେମାନଙ୍କର ଆଡମିଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ