ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ: ୩ ମୃତ

ନୂଆଦିଲ୍ଲୀ: ଦିଲ୍ଲୀ ତୁଗଲାକାବାଦ ଅଞ୍ଚଳରେ ଆଜି ସକାଳୁ ସକାଳୁ ଏକ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀ ପୁଲିସର ସୂଚନା ଅନୁଯାୟୀ, ଅଗ୍ନିଶମ ସେବା (ଡିଏଫଏସ) କର୍ମଚାରୀ ଏପର୍ଯ୍ୟନ୍ତ ୮ ଜଣଙ୍କୁ ଉଦ୍ଧାର କରିଛନ୍ତି ।
ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ପୁଲିସ ଏବଂ ଅଗ୍ନିଶମ ବାହିନୀ ଦଳ ତୁଗଲକାବାଦର ଷ୍ଟ୍ରିଟ୍ ନମ୍ବର ୧ରେ ଅବସ୍ଥିତ ନୟା ତାରା ଆପାର୍ଟମେଣ୍ଟ ନିକଟରେ ଉପସ୍ଥିତ ଅଛନ୍ତି । ଘଟଣାର ତଦନ୍ତ ଚାଲିଛି । ପ୍ରାଥମିକ ତଦନ୍ତ ଅନୁଯାୟୀ, କୋଠାର ଗ୍ରାଉଣ୍ଡ ଫ୍ଲୋର ପାର୍କିଂ ଅଞ୍ଚଳରେ ପାର୍କିଂ ହୋଇଥିବା ଗାଡ଼ିରୁ ଅଗ୍ନିକାଣ୍ଡ ଘଟିଥିଲା । ସମଗ୍ର କୋଠାରେ ଧୂଆଁ ବ୍ୟାପି ଯାଇଥିଲା, ଯାହା ଫଳରେ ଲୋକମାନେ ଭିତରେ ଫସି ରହିଥିଲେ। ଅଗ୍ନିଶମ ବିଭାଗର ଏଡିଓ ଯଶୋବନ୍ତ ମୀନା କହିଛନ୍ତି ଯେ, ପାର୍କିଂ ସ୍ଥାନରେ ରଖାଯାଇଥିବା ୩ଟି ସ୍କୁଟର, ୨ଟି ମୋଟରସାଇକେଲ ଏବଂ ଗୋଟିଏ ସାଇକେଲରେ ନିଆଁ ଲାଗିଯାଇଥିଲା । ଫଳରେ ନିଆଁ ଏବଂ ଧୂଆଁ ପଞ୍ଚମ ମହଲାକୁ ବ୍ୟାପିଯାଇଥିଲା । ଗ୍ରାଉଣ୍ଡ, ପ୍ରଥମ ଏବଂ ଦ୍ୱିତୀୟ ମହଲା ବେଶୀ କ୍ଷତି ହୋଇଛି ।
ଜଣେ ସ୍ଥାନୀୟ ବାସିନ୍ଦା ଅଗ୍ନିକାଣ୍ଡର ଭୟଙ୍କର ମୁହୂର୍ତ୍ତଗୁଡ଼ିକ ବର୍ଣ୍ଣନା କରିଛନ୍ତି, କିପରି ପଡ଼ୋଶୀମାନେ ସୁରକ୍ଷା ଗ୍ରୀଲ୍ କାଟି ଫସି ରହିଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର କରିବା ପାଇଁ ଏକତ୍ରିତ ହୋଇଥିଲେ । ସେ କହିଚନ୍ତି, ” ଆମେ ରାସ୍ତାର ଠିକ୍ ଆରପଟେ ରହୁ । ଯେତେବେଳେ ଆମେ ଜାଣିଲୁ ଯେ ଏଠାରେ ନିଆଁ ଲାଗିଛି, ଆମେ ତୁରନ୍ତ ଦୌଡ଼ି ଆସିଲୁ । ପଡ଼ୋଶୀ ସାହାଯ୍ୟ ପାଇଁ ଏକାଠି ହୋଇଥିଲେ । ଯେତେବେଳେ ଆମେ ପହଞ୍ଚିଲୁ, ଆମେ ତଳ ମହଲାରେ ଗାଡ଼ି ବିସ୍ଫୋରଣ ହୋଇଥିବାର ଦେଖିଲୁ । ସେଠାରେ ୭ଟି ବାଇକ୍ ଏବଂ ଗୋଟିଏ ସ୍କୁଟର ଥିଲା, ଏବଂ ସେଗୁଡ଼ିକ ସବୁ ପୋଡି ଯାଇଛି । ଆମେ ପାଣି ପକାଇ ନିଆଁ ଲିଭାଇବାରେ ସଫଳ ହେଲୁ। ଆମେ ଲୋକଙ୍କୁ ଉଦ୍ଧାର କରିଥିଲୁ, ଶାଢ଼ି ସାହାଯ୍ୟରେ ସେମାନଙ୍କୁ ତଳକୁ ଆଣିଥିଲୁ । ପଛ ପାଖର ସୁରକ୍ଷା ଗ୍ରୀଲ୍ କାଟି ବାହାରକୁ ଆଣିଥିଲୁ। ମୋଟ ୮ ଜଣ ଆହତ ହୋଇଛନ୍ତି । ଚତୁର୍ଥ ମହଲାରେ ରହୁଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ତାଙ୍କ ନାମ ପଙ୍କଜ । ”

  • Related Posts

    ଇରାନ ଉପରେ ଆକ୍ରମଣ କରିବନି ଆମେରିକା :ଟ୍ରମ୍ପ

    ଓ୍ବାସିଂଟନ:ମଧ୍ୟପ୍ରାଚ୍ୟକୁ ଯୁଦ୍ଧକୁ ନେଇ ଆସିଲା ବଡ଼ ଖବର। ଯୁଦ୍ଧକୁ ନେଇ ବଡ ବୟାନ ଦେଲେ ଟ୍ରମ୍ପ। ଇରାନ ଉପରେ ଆକ୍ରମଣ କରିବନି ବୋଲି ଆମେରିକା କହିଛନ୍ତି। ବଡ଼ ହମଲା ପାଇଁ ଧମକର କେଇ ଘଣ୍ଟା ପରେ ୟୁ-ଟର୍ଣ୍ଣ ମାରିଛନ୍ତି ଆମେରିକା ରାଷ୍ଟ୍ରପତି…

    Continue reading
    ନାଗା ସମ୍ପ୍ରଦାୟର ୬ ମୃତଦେହ ଉଦ୍ଧାର: ପୁଣି ମଣିପୁର ଅଶାନ୍ତ

    ଇମ୍ଫାଲ: ମଣିପୁରରେ ନାଗା ସମ୍ପ୍ରଦାୟର ୬ ଜଣଙ୍କ ମୃତଦେହ ଉଦ୍ଧାର ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ଏହି ଘଟଣାର ପ୍ରତିବାଦରେ ନାଗା ସମ୍ପ୍ରଦାୟ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। କେତେକ ସ୍ଥାନରେ ଉତ୍ତ୍ୟକ୍ତ ଲୋକ ଜଳାପୋଡ଼ା କରିଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ