
ଦେବଗଡ:ବିଦ୍ୟୁତ ସ୍ପର୍ଶରେ ଆସି ଜଣେ ଯୁବକର ମୃତ୍ୟୁ ଘଟିଛି।ମୃତକ ହେଲେ ରିଆମାଳ ଥାନାଚଂଳର କାକୁଡିଆଖମଣ ଗ୍ରାମର ଆରନଲ ତିର୍କୀ(୪୧)। ସୂଚନା ଅନୁଯାୟୀ, ୪ ବର୍ଷ ହେବ ବାରକୋଟ ବ୍ଲକର ଖଜୁରୀଖମଣ ଗ୍ରାମରେ ଥିବା ମା ସନ୍ତୋଷୀ ଇଣ୍ଟର ପ୍ରାଇଜେସରେ ଆରନଲ ମିଲର ଅପରେଟର ଭାବେ କାମ କରୁଥିଲେ।ତେବେ ଗତକାଲି ରାତିରେ ଆରନଲ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାରକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ସୂଚନାପାଇ ବାରକୋଟ ଥାନା ପୁଲିସ ଶବ ଜବତ କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


