ଇରାନ ଉପରେ ଆକ୍ରମଣ କରିବନି ଆମେରିକା :ଟ୍ରମ୍ପ

ଓ୍ବାସିଂଟନ:ମଧ୍ୟପ୍ରାଚ୍ୟକୁ ଯୁଦ୍ଧକୁ ନେଇ ଆସିଲା ବଡ଼ ଖବର। ଯୁଦ୍ଧକୁ ନେଇ ବଡ ବୟାନ ଦେଲେ ଟ୍ରମ୍ପ। ଇରାନ ଉପରେ ଆକ୍ରମଣ କରିବନି ବୋଲି ଆମେରିକା କହିଛନ୍ତି। ବଡ଼ ହମଲା ପାଇଁ ଧମକର କେଇ ଘଣ୍ଟା ପରେ ୟୁ-ଟର୍ଣ୍ଣ ମାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସପ୍ତାହାନ୍ତରେ ୟୁରୋପରେ ହୋଇପାରେ ଐତିହାସିକ ଚୁକ୍ତି । ଇରାନର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ପରେ ରାଷ୍ଟ୍ରପତି ଟ୍ରମ୍ପ ଇରାନ ଉପରେ ସାମରିକ ଆକ୍ରମଣ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ କହିଛନ୍ତି ଚୁକ୍ତିନାମା ଉପରେ ଦୁଇ ରାଷ୍ଟ୍ରଙ୍କ ମଧ୍ୟରେ ସହମତି ହୋଇଛି। ଖୁବଶୀଘ୍ର ଏହା ଉପରେ ସାଇନ୍ ହେବ। ଏପଟେ ଟ୍ରମ୍ପଙ୍କ ଦାବିକୁ ଖାରଜ କରିଦେଇଛି ତେହରାନ। ଇରାନ କହିଛି ଚୁକ୍ତି ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି। ରିପୋର୍ଟକୁ କେବଳ ଅନୁମାନ ବୋଲି କହିଛି ଇରାନ୍।

ଗତକାଲି ଇରାନ୍ ଉପରେ ବଡ଼ ହମ୍‌ଲା ହେବା ନେଇ ଧମକ ଦେଇଥିଲେ ଟ୍ରମ୍ପ। ଟ୍ରୁଥ୍ ସୋସିଆଲ୍ ଜରିଆରେ ଚେତାବନୀ ଜାରି କରିଛନ୍ତି ଆମେରିକା ରାଷ୍ଟ୍ରପତି।ଟ୍ରମ୍ପ କହିଛନ୍ତି ,ଅତି ଦୂର ଭବିଷ୍ୟତରେ କୌଣସି ସମୟରେ, ଆମେ ଖାର୍ଗ ଦ୍ୱୀପ ଏବଂ ଅନ୍ୟାନ୍ୟ ତୈଳ ଭିତ୍ତିଭୂମି ସ୍ଥାନଗୁଡ଼ିକୁ କବଜା କରିବୁ ଏବଂ ସେମାନଙ୍କର ତେଲ ଏବଂ ଗ୍ୟାସ ବଜାରର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଗ୍ରହଣ କରିବୁ, ଯେପରି ଆମେ ଭେନେଜୁଏଲା ସହିତ କରିଛୁ। ଖାର୍ଗ ଦ୍ବୀପ ସହ ସମସ୍ତ ତୈଳ ଉତ୍ସ ନିୟନ୍ତ୍ରଣକୁ ନେବାକୁ ଚେତାବନୀ ଦେଇଥିଲେ ଆମେରିକା ରାଷ୍ଟ୍ରପତି ।

  • Related Posts

    ନାଗା ସମ୍ପ୍ରଦାୟର ୬ ମୃତଦେହ ଉଦ୍ଧାର: ପୁଣି ମଣିପୁର ଅଶାନ୍ତ

    ଇମ୍ଫାଲ: ମଣିପୁରରେ ନାଗା ସମ୍ପ୍ରଦାୟର ୬ ଜଣଙ୍କ ମୃତଦେହ ଉଦ୍ଧାର ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ଏହି ଘଟଣାର ପ୍ରତିବାଦରେ ନାଗା ସମ୍ପ୍ରଦାୟ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। କେତେକ ସ୍ଥାନରେ ଉତ୍ତ୍ୟକ୍ତ ଲୋକ ଜଳାପୋଡ଼ା କରିଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ…

    Continue reading
    ପୋକ୍ସୋ ମାମଲା ଖାରଜ କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ମିଳିଥିବା ସ୍ବତନ୍ତ୍ର କ୍ଷମତା ପ୍ରୟୋଗ କରି ଏକ ପୋକ୍ସୋ ମାମଲା ଖାରଜ କରି ଦେଇଛନ୍ତି। ଦୁଷ୍କର୍ମ ଅଭିଯୋଗ ଆଣିଥିବା ନାବାଳିକା ପ୍ରାପ୍ତବୟସ୍କା ହେବା ପରେ ଅଭିଯୁକ୍ତ ତାଙ୍କୁ ବିବାହ କରିଥିବାରୁ ସୁପ୍ରିମକୋର୍ଟ ଅଭିଯୁକ୍ତଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ