ଭୁବନେଶ୍ୱର:ଏଣିକି କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ପଦ୍ଧତିରେ ରେଲୱେ ନିଯୁକ୍ତି ବୋର୍ଡ (ଆରଆରବି) ପରୀକ୍ଷା ହେବ। ଏନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ପୂର୍ବରୁ ରେଲୱେ ନିଯୁକ୍ତି ପରୀକ୍ଷାର କିଛି ପରୀକ୍ଷା ଅଫଲାଇନ ପଦ୍ଧତିରେ କରାଯାଉ ଥିବାବେଳେ ଆଉ କିଛି ପରୀକ୍ଷା ସିବିଟି ପଦ୍ଧତିରେ ହେଉଥିଲା। ଏଣିକି ରେଲୱେ ପରୀକ୍ଷା ସିବିଟି ପଦ୍ଧତିରେ କରାଯିବ। ରେଲୱେ ନିଯୁକ୍ତି ପରୀକ୍ଷା ପ୍ରକ୍ରିୟା ସମୀକ୍ଷା କରି ରେଳମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ସିବିଟି ପଦ୍ଧତିରେ ପରୀକ୍ଷା କରାଯିବା ଦ୍ବାରା ଅଧିକ ସ୍ବଚ୍ଛତା, ସଠିକତା ଉପରେ ଗୁରୁତ୍ବ ଦିଆଯାଇ ପାରିବ। ସେହିପରି ରେଲୱେର ସମସ୍ତ ବିଭାଗୀୟ ପରୀକ୍ଷା କମ୍ପ୍ୟୁଟର-ଆଧାରିତ ହେବ। ଟାବ୍ଲେଟ୍-ଆଧାରିତ ପରୀକ୍ଷାକୁ ବିସ୍ତାର କରିବାକୁ ନିଷ୍ପତ୍ତି ହୋଇଛି। ୨୦୨୫-୨୬ରେ ରେଲ୍ୱେ ୪୩ ହଜାର ୭୮୧ ଜଣଙ୍କୁ ନିଯୁକ୍ତି ଦେଇଛି। ସେଥିମଧ୍ୟରୁ ୧୮, ୭୯୯ ସହାୟକ ଲୋକୋ ପାଇଲଟ ଏବଂ ୧୪, ୨୯୮ ଟେକ୍ନିସିଆନ ଅଛନ୍ତି।
ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ
ଦେବଗଡ଼:ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରାଯାଇଛି। ଦେବଗଡ କଲେଜସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଜିଲ୍ଲା ଯୋଗାଣ ଅଧିକାରୀ କିଶୋର ମହାରଣାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବୀନ୍ଦ୍ର ସାହୁ ମୁଖ୍ୟଅତିଥି, ଉପଜିଲ୍ଲାପାଳ ପରୀକ୍ଷିତ…


