
ଦେବଗଡ଼: ବାରକୋଟସ୍ଥିତ ଡାକବଙ୍ଗଳାରେ ଆଜି ବ୍ଲକ୍ସ୍ତରୀୟ ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ପଞ୍ଚାନନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବାରକୋଟଠାରେ ନିର୍ମିତ ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟକ୍ଷମ କରିବା, ଉଭୟ ବ୍ଲକ୍ ଓ ବଣେଇ ଛକରେ ପରିସ୍ରାଗାର ନିର୍ମାଣ, ବ୍ଲକର ସମସ୍ତ ପଞ୍ଚାୟତରେ ବୃକ୍ଷରୋପଣ କରିବା ସହ ବରିଷ୍ଠ ନାଗରିକ ପରିଚୟପତ୍ର ପାଇଁ ଦରଖାସ୍ତ ସଂଗ୍ରହ କରିବା ତଥା ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ପାଇ ପାରିବେ ସେ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ ସମ୍ପାଦକ ପଞ୍ଚାନନ ସାହୁ, ମଦନ ମୋହନ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ। ମଞ୍ଚର ପ୍ରବକ୍ତା ହରିହର ସାହୁ ଧନ୍ୟବାଦ ଦେଇଥିଲେ।


