
ବୌଦ୍ଧ: ଫିଲ୍ମ ପୁଷ୍ପା ଷ୍ଟାଇଲରେ ହେଉଥିଲା ଗଞ୍ଜେଇ ଚାଲାଣ । ଚୋରା ଚାଲାଣକାରୀଙ୍କ ବୁଦ୍ଧି ହଜାଇ ଦେଲା ପୋଲିସ। ବୌଦ୍ଧ ଜିଲ୍ଲା କଣ୍ଟାମାଳରୁ ଏକ ପାଣି ଟ୍ୟାଙ୍କରରେ ଗଞ୍ଜେଇ ଭର୍ତ୍ତି ହୋଇ ଚାଲାଣ ହେଉଥିବା ବେଳେ ତାକୁ ଧରିଛି ବୌଦ୍ଧ ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ଟିକିରାପଡା ଛକରେ ଟ୍ୟାଙ୍କରକୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ l
ଯାଞ୍ଚ ବେଳେ ଟ୍ୟାଙ୍କର ଭିତରୁ ୫ କ୍ବିଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିଛି। ପୋଲିସ ଡ୍ରାଇଭରକୁ ଅଟକ ରଖିବା ସହ ମାଜିଷ୍ଟେଟଙ୍କ ଉପସ୍ଥିତରେ ଗଞ୍ଜେଇ ସବୁକୁ ଓଜନ କରୁଛି l ତେବେ ଏମିତି ଅଭିନବ ଉପାୟରେ ଏହି ଗଞ୍ଜେଇ କେଉଁଠୁ, କେଉଁଠିକୁ ଚାଲାଣ କରାଯାଉଥିଲା, ତାର ଚେର ଖୋଜୁଛି ବୌଦ୍ଧ ପୋଲିସ।


