ସମାଜବାଦୀ ପାର୍ଟିରେ ଦଳବଦଳ ଚର୍ଚ୍ଚା

ଲକ୍ଷ୍ନୌ: ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ (ଟିଏମସି) ଓ ମହାରାଷ୍ଟ୍ରର ଶିବସେନା-ୟୁବିଟିରେ ଦଳବଦଳ ପ୍ରକ୍ରିୟା ଚାଲିଥିବାବେଳେ ଅନ୍ୟତମ ବିରୋଧୀ ଦଳ ସମାଜବାଦୀ ପାର୍ଟି (ଏସ୍‌ପି) ସାଂସଦଙ୍କ ଦଳବଦଳ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏସ୍‌ପିର ସାଂସଦମାନେ ଦଳବଦଳ କରିବାକୁ ଯୋଜନା କରିଥିବା ନେଇ ସୁହେଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶ ମନ୍ତ୍ରୀ ଓମ୍‌ ପ୍ରକାଶ ରାଜଭର ବୁଧବାର ଦାବି କରିଛନ୍ତି। ଓମ୍‌ପ୍ରକାଶଙ୍କ ଏହି ଦାବି ଉତ୍ତରପ୍ରଦେଶ ରାଜନୀତିକୁ ହଟଚମଟ କରିଦେଇଛି। ଓମ୍‌ପ୍ରକାଶ କହିଛନ୍ତି ଯେ ଯେତେବେଳେ କେହି ଜଣେ ବିକ୍ରି ହେବାକୁ ପ୍ରସ୍ତୁତ ତେବେ ଲୋକେ ତାଙ୍କୁ ନିଶ୍ଚିତ କିଣିବେ। ଜଣେ ବ୍ୟକ୍ତି ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ରାଜନୀତିରେ ଯୋଗ ଦେଇଥାଏ। ଆଉ ଏହି ସ୍ବାର୍ଥ ଯେତେବେଳେ ବାଧାପ୍ରାପ୍ତ ହୁଏ ସେତେବେଳେ ସେ ଅନ୍ୟ ଦଳକୁ ଡିଆଁ ମାରେ। ତେବେ ଓମ୍‌ପ୍ରକାଶଙ୍କ ଏପରି ଦାବିକୁ ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ ବୁଧବାର ଖଣ୍ଡନ କରିଛନ୍ତି।

  • Related Posts

    ମମତାଙ୍କୁ ହାଇକୋର୍ଟ ଝଟ୍‌କା

    କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ନିଯୁକ୍ତି ମାମଲାରେ ମମତା ବାନାର୍ଜୀଙ୍କ ଗୋଷ୍ଠୀକୁ କୋଲକାତା ହାଇକୋର୍ଟରୁ ବଡ଼ ଝଟ୍କା ଲାଗିଛି । ଏହି ନିଯୁକ୍ତି ପ୍ରକ୍ରିୟା ଉପରେ କୌଣସି ପ୍ରକାରର ଅନ୍ତରୀଣ ସ୍ଥଗିତାଦେଶ ଜାରି କରିବାକୁ କୋର୍ଟ ମନା କରିଦେଇଛନ୍ତି…

    Continue reading
    ୩ ଜଣଙ୍କୁ ଜିଅନ୍ତା ଜାଳି ଦେଲେ ବାଲି ମାଫିଆ

    ରାୟପୁର: ଛତିଶଗଡ଼ର କୋରିୟା ଜିଲ୍ଲାରେ ବେଆଇନ ଭାବେ ବାଲି ଖନନ କାରବାରରେ ଜଡ଼ିତ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଛି। ବାଲି ମାଫିଆମାନେ ବିଜେପି ନେତା ଭରତ ସିଂହଙ୍କ ସମେତ ୩ ଜଣଙ୍କୁ ଫର୍ଚୁନର୍‌ କାର ଭିତରେ ଜିଅନ୍ତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ