ଯଦି ଭାରତ ଉପରେ ଆକ୍ରମଣ ହୁଏ, ତେବେ ଆମେରିକା ଦେବ ସାଥ୍ : ଟ୍ରମ୍ପ

ପ୍ୟାରିସ: ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ମଧ୍ୟରେ ଯଦି ଭାରତ ଉପରେ କୌଣସି ଆକ୍ରମଣ ହୁଏ, ତେବେ ଆମେରିକା ସାହାଯ୍ୟ କରିବା ପାଇଁ ତାଙ୍କ ସହିତ ଛିଡା ହେବ। ଯେପର୍ଯ୍ୟନ୍ତ ମୁଁ ରାଷ୍ଟ୍ରପତି ଅଛି, ସେପର୍ଯ୍ୟନ୍ତ ତାଙ୍କର ହ୍ୱାଇଟ୍ ହାଉସରେ ସର୍ବଦା ଜଣେ ଭଲ ବନ୍ଧୁ ରହିବ। ଏହି ସମୟରେ ଟ୍ରମ୍ପ ପିଏମ୍ ମୋଦିଙ୍କୁ କରିଛନ୍ତି ଜୋରଦାର ପ୍ରଶଂସା। ଯେ ପର୍ଯ୍ୟନ୍ତ ମୋଦି ନେତା ଅଛନ୍ତି, ଭାରତ ପ୍ରତ୍ୟେକ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ସେ ଜଣେ ଶାନ୍ତ ଏବଂ ଶକ୍ତିଶାଳୀ ନେତା, କିନ୍ତୁ ମୁଁ ତାଙ୍କ ପରି ନୁହେଁ।’

ଟ୍ରମ୍ପଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ନାବିକଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ ଏବଂ ଗୁରୁତ୍ୱାରୋପ କରିଥିଲେ ଯେ ସେଠାରେ ନିୟୋଜିତ ଲକ୍ଷ ଲକ୍ଷ ଭାରତୀୟ ନାବିକଙ୍କ ସୁରକ୍ଷା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେରିକା ଆକ୍ରମଣରେ ପ୍ରାଣ ହରାଇଥିବା ତିନି ଜଣ ଭାରତୀୟ ନାବିକଙ୍କ ସମ୍ପର୍କରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ‘ମୁଁ ଏହା ବିଷୟରେ ଶୁଣିଛି। ଏହା ଏକ ବହୁତ କଷ୍ଟକର ବୃତ୍ତି। ଆମେ ଏହି ବିଷୟରେ କାମ କରୁଛୁ।” ପିଏମ୍ ମୋଦି କହିଥିଲେ, ଆଶା କରୁଛୁ ଯେ ଇରାନ ସହିତ ଚୁକ୍ତି ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀ ଖୋଲା ରହିବା ଗୁରୁତ୍ୱପୂର୍ଣ୍ଣ। ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ପ୍ରୟାସରେ ସେ ଟ୍ରମ୍ପଙ୍କ ନେତୃତ୍ୱକୁ ପ୍ରଶଂସା କରନ୍ତି। ଟ୍ରମ୍ପଙ୍କ ନେତୃତ୍ୱରେ ଶାନ୍ତି ଆଶା ରହିଛି।’

G7 ଶିଖର ସମ୍ମିଳନୀ ସମୟରେ, ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦି ୧୬ ମାସରୁ ଅଧିକ ସମୟ ପରେ ପ୍ରଥମ ଥର ପାଇଁ ମୁହାଁମୁହିଁ ସାକ୍ଷାତ କରିଛନ୍ତି। ଏହି ସମୟରେ ଦୁଇ ନେତା ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ। ଏହି ସାକ୍ଷାତ ଭାରତ-ଆମେରିକା ସମ୍ପର୍କରେ ଉତ୍ତେଜନାପୂର୍ଣ୍ଣ ସମୟରେ ହୋଇଛି। ଆମେରିକା ଆକ୍ରମଣରେ ତିନି ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି। ସେଭଳି ଭାରତ ଉପରେ ଆମେରିକା ୫୦% ପ୍ରତିଶତ ଶୁଳ୍କ ମଧ୍ୟ ଲାଗୁ କରିଥିଲା, ଯାହାକି ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ପରେ ହ୍ରାସ କରାଯାଇଥିଲା। ଏହା ବ୍ୟତୀତ, H1B ଭିସା ଏବଂ ପାକିସ୍ତାନ ସହିତ ସମ୍ପର୍କକୁ ନେଇ ମଧ୍ୟ ଭାରତ-ଆମେରିକା ସମ୍ପର୍କରେ ଉତ୍ତେଜନା ଦେଖାଦେଉଛି।

  • Related Posts

    ମମତାଙ୍କୁ ହାଇକୋର୍ଟ ଝଟ୍‌କା

    କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ନିଯୁକ୍ତି ମାମଲାରେ ମମତା ବାନାର୍ଜୀଙ୍କ ଗୋଷ୍ଠୀକୁ କୋଲକାତା ହାଇକୋର୍ଟରୁ ବଡ଼ ଝଟ୍କା ଲାଗିଛି । ଏହି ନିଯୁକ୍ତି ପ୍ରକ୍ରିୟା ଉପରେ କୌଣସି ପ୍ରକାରର ଅନ୍ତରୀଣ ସ୍ଥଗିତାଦେଶ ଜାରି କରିବାକୁ କୋର୍ଟ ମନା କରିଦେଇଛନ୍ତି…

    Continue reading
    ୩ ଜଣଙ୍କୁ ଜିଅନ୍ତା ଜାଳି ଦେଲେ ବାଲି ମାଫିଆ

    ରାୟପୁର: ଛତିଶଗଡ଼ର କୋରିୟା ଜିଲ୍ଲାରେ ବେଆଇନ ଭାବେ ବାଲି ଖନନ କାରବାରରେ ଜଡ଼ିତ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଛି। ବାଲି ମାଫିଆମାନେ ବିଜେପି ନେତା ଭରତ ସିଂହଙ୍କ ସମେତ ୩ ଜଣଙ୍କୁ ଫର୍ଚୁନର୍‌ କାର ଭିତରେ ଜିଅନ୍ତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ