ୱାର୍ଡ ମେମ୍ବରଙ୍କୁ ନିର୍ମମ ହତ୍ୟା

ଭଦ୍ରକ: ଓ୍ୱାର୍ଡ ମେମ୍ୱରଙ୍କୁ ନିର୍ମମ ହତ୍ୟା। ଭଦ୍ରକ ସରସଦା ପଞ୍ଚାୟତ ୧୩ ନଂ ଓ୍ୱାର୍ଡ ମେମ୍ୱର ଜଗନ ସାହୁଙ୍କୁ ହତ୍ୟା କରାଯାଇଛି। ଘରକୁ ଫେରିବା ବାଟରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଆକ୍ରମଣ ପରେ ଓ୍ୱାର୍ଡ ମେମ୍ୱରଙ୍କ ମୃତ୍ୟୁ ହୋଇଛି। ୱାର୍ଡମେମ୍ବରଙ୍କ ସାଥିରେ ଥିବା ବଟକୃଷ୍ଣ ସାହୁ ନାମକ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଜଗନ ସାହୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ସ୍ଥଳେ ବଟକୃଷ୍ଣ ସାହୁଙ୍କ ପିଠି, ବେକ, ମୁଣ୍ଡରେ ଆଘାତ ଲାଗିଛି।

ତାଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଗୁରତର ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁଇବର୍ଷ ତଳେ ଜଗନ ସାହୁଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ମାମଲାରେ ରତ୍ନାକର ସାହୁ ନାମକ ବ୍ୟକ୍ତି ଗିରଫ ପରେ ଜାମିନରେ ଅଛି। ଭଣ୍ଡାରିପୋଖରୀ ପୋଲିସ ରତ୍ନାକର ସାହୁ ଏବଂ ତାଙ୍କ ସାଥି ଜଗଦାନନ୍ଦ ନାୟକକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।

  • Related Posts

    ତାମିଲନାଡ଼ୁରେ ୫ ଓଡ଼ିଆ ମୃତ

    ଭୁବନେଶ୍ୱର: ତାମିଲନାଡ଼ୁ ଗ୍ୟାସ ଟ୍ରାଜେଡିରେ ୨ ନୁହେଁ ମୋଟ ୫ ଜଣ ଓଡ଼ିଆଙ୍କ ମୃତୁ୍ୟ ହୋଇଛି । ଶ୍ରମମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏନେଇ ସୋମବାର ସୂଚନା ଦେଇଛନ୍ତି । ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାକୁ ନେଇ…

    Continue reading
    ଗୋଟିଏ ଦିନରେ ଦୁଇଟି ପରୀକ୍ଷା, ଚିନ୍ତାରେ ହଜାର ହଜାର ଆଶାୟୀ

    ଭୁବନେଶ୍ୱର: ଗୋଟିଏ ଦିନରେ ଦୁଇଟି ପରୀକ୍ଷା। ଚିନ୍ତାରେ ହଜାର ହଜାର ଆଶାୟୀ। ୨୮ ତାରିଖରେ ଓଏସଏସଏସସି ଓ ଓଟିଇଟି ଦୁଇଟି ପରୀକ୍ଷା ଅନୁଷ୍ଠିତ ହେବ। ଦ୍ବନ୍ଦ୍ବରେ ପରୀକ୍ଷାର୍ଥୀ କେଉଁ ପରୀକ୍ଷା ଦେବେ କେଉଁଟାକୁ ଛାଡିବେ। ଦୁଇଟି ପରୀକ୍ଷାରେ ଅଂଶଗ୍ରହଣ କରିବା ସମ୍ଭବପର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ