ବିଶ୍ବ ସିକିଲ ସେଲ ଦିବସ ପାଳିତ

ଦେବଗଡ଼:ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ବିଶ୍ବ ସିକିଲ ସେଲ ଦିବସ ପାଳିତ ହୋଇଯାଇଛି।ଭାରପ୍ରାପ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା.ପ୍ରଭାତ ଓଝାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡା.ମନୋରଞ୍ଜନ ସାମଲ, ଶିଶୁ ରୋଗ ବିଶେଷଜ୍ଞ ତଥା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ(ଏଫଡବ୍ଲୁ) ଡା.ମାନସାଙ୍ଗ ମୁର୍ମୁ,ତ୍ସୀ ଓ ପ୍ରସୁତି ବିଭାଗର ଡା. ମିନରଭା ହିକୋକା,ଡା.ରୋଶନ ନାଏକ,ଚକ୍ଷୁ ରୋଗ ବିଶେଷଜ୍ଞ ଡା.ଦୀପକ ମହାନ୍ତି,ଜିଲ୍ଲା ଆକାଉଣ୍ଟସ ମ୍ୟାନେଜର ଧିରେନ୍ଦ୍ର ନନ୍ଦ ପ୍ରମୁଖ ଯୋଗ ଦେଇ ସିକିଲ ସେଲ ରୋଗର କାରଣ ଓ ନିରାକରଣ ସଂପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ଦେବଗଡ ଜିଲ୍ଲା ରାଜ୍ୟସ୍ତରରେ ସିକିଲ ସେଲ ‌ରୋଗୀ ଚିହ୍ନଟ କରି ସର୍ବାଧିକ କାର୍ଡ ପ୍ରଦାନ କରି ରାଜ୍ୟସ୍ତରରେ ପ୍ରଥମ ସ୍ଥାନ କରିଥିବା ସୂଚନା ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଏହି ରୋଗ ଚିହ୍ନଟ କରିବା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହ ଲୋକମାନଙ୍କୁ ସ‌ଚେତନ କରାଯିବ। ଏହାସହିତ ଜନସଚେତନତା ପାଇଁ ଭଲ କାମ କରିଥିବା କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲ।ବୈଠକରେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

  • Related Posts

    ଓଡିଶା ଦ୍ରୁତ ଗତିରେ ବିକାଶ ହେଉଛି:ପ୍ରଧାନମନ୍ତ୍ରୀ

    ଭୁବନେଶ୍ବର: ଓଡିଶା ଦ୍ରୁତ ଗତିରେ ବିକାଶ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଗରିବ କଲ୍ୟାଣ ଯୋଜନାରେ ସାଧାରଣ ଲୋକଙ୍କ ଜୀବନ ବଦଳୁଛି । ଓଡିଶା ଅର୍ଥ ବ୍ୟବସ୍ଥା ମଜଭୂତ ହେଲେ ଭାରତ ମଜଭୂତ ହେବ । ଓଡ଼ିଶା ଗସ୍ତରେ ଆସି ରାଇରଙ୍ଗପୁରରେ…

    Continue reading
    ପାହାଡ଼ପୁର ହେବ ‘ସୂର୍ଯ୍ୟଗ୍ରାମ’

    ରାଜ୍ୟ ସରକାରଙ୍କ ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇରଙ୍ଗପୁର ସମାବେଶରେ ତାଙ୍କ ଅଭିଭାଷଣ ରଖିଛନ୍ତି । ରାଜ୍ୟରେ ବିଜେପି ସରକାର ୨ ବର୍ଷ ପୂରଣ କରିଛି । ୨ ବର୍ଷରେ ମହାପୁରୁଷଙ୍କ ସ୍ବପ୍ନ ପୂରଣ ପାଇଁ ପ୍ରଶଂସନୀୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ