ନିଟ-ୟୁଜି ପୁନଃ ପରୀକ୍ଷାରେ ବିଭ୍ରାଟ: ନାଗପୁର ଛାତ୍ରଙ୍କ ପରୀକ୍ଷା କେନ୍ଦ୍ର ଅବୁଧାବି

ନିଟ-ୟୁଜି ୨୦୨୬ ପରୀକ୍ଷାର ପିଛା ଛାଡ଼ୁନି ବିବାଦ। ପ୍ରଶ୍ନପତ୍ର ଲିକ ଯୋଗୁ ପ୍ରଥମେ ମେ’ ୩ରେ ଅନୁଷ୍ଠିତ ମୂଳ ପରୀକ୍ଷାକୁ ବାତିଲ କରାଯାଇଥିଲା। ଏହାପରେ ଜୁନ ୨୧ ଅର୍ଥାତ ଆସନ୍ତାକାଲି ନିଟ ୟୁଜି ପୁନଃ ପରୀକ୍ଷା ହେବାକୁ ଯାଉଛି। ହେଲେ ପୁନଃ ପରୀକ୍ଷାକୁ ନେଇ ସାଂଘାତିକ ବିଭ୍ରାଟ ସାମ୍ନାକୁ ଆସିଛି।

ମହାରାଷ୍ଟ୍ରର ନାଗପୁରର ଜଣେ ଛାତ୍ରଙ୍କ ପରୀକ୍ଷା କେନ୍ଦ୍ର ଅବୁଧାବିର ଗୋଟିଏ ସ୍କୁଲ ବୋଲି ଆଡମିଟ କାର୍ଡରେ ଉଲ୍ଲେଖ ରହିଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ଜାରି କରିଥିବା ଆଡମିଟ କାର୍ଡରେ ଛାତ୍ରଙ୍କ ପରୀକ୍ଷା କେନ୍ଦ୍ର ଅବୁଧାବି ଉଲ୍ଲେଖ ରହିବା ସମସ୍ତଙ୍କୁ ଚକିତ କରିଛି।

ଏହାକୁ ନେଇ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ର ଜଣଙ୍କ ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି। ତାଙ୍କ ବାପା ମଧ୍ୟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିବାଦ ପରେ ଏନଟିଏ ଆଡମିଡ କାର୍ଡ ଇସ୍ୟୁ ବେଳେ ତ୍ରୁଟି ହୋଇଥିବା ସ୍ୱୀକାର କରିଛି। କାଲି ପରୀକ୍ଷା ଥିବା ବେଳେ ଆଜି ଅପରାହ୍ନ ସୁଦ୍ଧା ଛାତ୍ରଙ୍କୁ ତାଙ୍କ ନୂଆ ପରୀକ୍ଷା କେନ୍ଦ୍ର ସମ୍ପର୍କରେ ଅବଗତ କରାଯିବ ବୋଲି ଏନଟିଏ କହିଛି।

ପ୍ରଭାବିତ ହୋଇଥିବା ନିଟ ଆଶାୟୀ ଅବଦୁଲ୍ଲା ମହମ୍ମଦ ତାଲିବ ଶୁକ୍ରବାର ସନ୍ଧ୍ୟାରେ ଏନଟିଏର ଅଫିସିଆଲ ୱେବସାଇଟରୁ ପରୀକ୍ଷା ପାଇଁ ଆଡମିଡ କାର୍ଡ ଡାଉନଲୋଡ କରିଥିଲେ। ହେଲେ ଭାରତର କୌଣସି ସ୍ଥାନର ପରୀକ୍ଷା କେନ୍ଦ୍ର ବଦଳରେ ତାଙ୍କୁ ୟୁଏଇର ଅବୁଧାବିର ଗୋଟିଏ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାକୁ ପଡ଼ିବ ବୋଲି ଆଡମିଟ କାର୍ଡରେ ଉଲ୍ଲେଖ ରହିଥିଲା।

ଅବଦୁଲ୍ଲା ନାଗପୁରରୁ ପରୀକ୍ଷା ପାଇଁ ଆବେଦନ କରିଥିଲେ। ଏଥିସହ ସେ ନିଜ ପସନ୍ଦର ୩ଟି ସ୍ଥାନକୁ ପରୀକ୍ଷା କେନ୍ଦ୍ରର ବିକଳ୍ପ ଭାବେ ବାଛିଥିଲେ। ଆବେଦନ ସମୟରେ ସେ ନାଗପୁର, ୱାର୍ଦ୍ଧା ଓ ଭାଣ୍ଡାରାକୁ ନିଜ ପସନ୍ଦର ପରୀକ୍ଷା ସହର ଭାବେ ଉଲ୍ଲେଖ କରିଥିଲେ। ତେଣୁ ସରକାରଙ୍କ ଘୋଷଣା ଅନୁଯାୟୀ ଏହି ସହର ମଧ୍ୟରୁ ଗୋଟିଏରେ ତାଙ୍କୁ ପରୀକ୍ଷା କେନ୍ଦ୍ର ଉପଲବ୍ଧ କରାଯିବା କଥା। ହେଲେ ଅବଦୁଲ୍ଲାଙ୍କ ପରୀକ୍ଷା କେନ୍ଦ୍ର ସିଧା ଦେଶ ବାହାରେ ରହିଛି।

ସୋଶାଲ ମିଡିଆରେ ଆଡମିଟ କାର୍ଡରେ ଥିବା ତ୍ରୁଟିର ସ୍କ୍ରିନ ଶଟ ବେଶ ଭାଇରାଲ ହେବାରେ ଲାଗିଛି। ଆଡମିଟ କାର୍ଡ ଭାଇରାଲ ହେବା ପରେ ଏନଟିଏ ଅଧିକାରୀମାନେ ଏହାକୁ ବିଚାରକୁ ନେଇଛନ୍ତି। ଗୋଟିଏ ବୈଷୟିକ ତ୍ରୁଟି ଯୋଗୁ ଏପରି ଘଟିଥିବା ସେମାନେ ସ୍ୱୀକାର କରିଛନ୍ତି ଓ ଆଶାୟୀଙ୍କୁ ଶନିବାର ଅପରାହ୍ନ ସୁଦ୍ଧା ଉପଯୁକ୍ତ ଆଡମିଟ କାର୍ଡ ସହ ପରୀକ୍ଷା କେନ୍ଦ୍ର ସମ୍ପର୍କରେ ଅବଗତ କରାଯିବ ବୋଲି କହିଛନ୍ତି।

ଛାତ୍ରଙ୍କ ବାପା ମହମ୍ମଦ ତାଲିବ କହିଛନ୍ତି, “ଶୁକ୍ରବାର ଅପରାହ୍ନ ୪ଟାରେ ଆଡମିଡ କାର୍ଡ ଡାଉନଲୋଡ କରିଥିଲୁ। ଏହି ସମୟରେ ଆମେ ଜାଣିବାକୁ ପାଇଥିଲୁ ଯେ ପରୀକ୍ଷା କେନ୍ଦ୍ରର ଠିକଣା ଅବୁଧାବିର ଗୋଟିଏ ସ୍କୁଲ। ଏହାକୁ ଦେଖି ଆମେ ଓ ଆମ ପୁଅ ପୂରା ଚକିତ ହୋଇଯାଇଥିଲା।

ସେ କେବଳ କାନ୍ଦିବାକୁ ଲାଗିଥିଲା। କାରଣ ଅବୁଧାବି ଆମ ବିକଳ୍ପ ମଧ୍ୟରେ ନଥିଲା। ଆମେ ତୁରନ୍ତ ଏନଟିଏ ହେଲପ ଲାଇନ ନମ୍ବରକୁ ଫୋନ କରିଥିଲୁ। ସେମାନେ ଆମ ସମସ୍ୟା ସମାଧାନ କରିବାବର୍ତ୍ତେ ଇ-ମେଲ କରିବାକୁ କହିଥିଲେ। ଆମେ ସେମାନଙ୍କ କଥା ଅନୁସାରେ ଗୋଟିଏ ମେଲ କରିଥିଲୁ। ଏହାପରେ ଆମକୁ ଫୋନ ଆସିଥିଲା। ସେମାନେ ଶନିବାର ୪ଟା ସୁଦ୍ଧା ନୂଆ ଆଡମିଟ କାର୍ଡ ଦେବେ ବୋଲି କହିଛନ୍ତି।

ଆମେ ୩ଟି ସହରର ବିକଳ୍ପ ଦେଇଥିଲୁ। କିନ୍ତୁ ଏବେ ଆମେ ନାଗପୁରରେ ହିଁ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରିବାକୁ ଅନୁରୋଧ କରୁଛୁ। କାରଣ ମୋ ପୁଅ ଘଟଣା ପରେ ପୂରା ଭାଙ୍ଗି ପଡ଼ିଛି। ତା’ ପାଖରେ ଆଉ ଗୋଟିଏ ସ୍ଥାନକୁ ଯିବାର ଧୈର୍ଯ୍ୟ କିମ୍ବା ସମୟ ନାହିଁ। ଶୁକ୍ରବାର ସେ କେବଳ କାନ୍ଦି କାନ୍ଦି ରହିଛି। ସେ ପରୀକ୍ଷା ଦେବାକୁ ମଧ୍ୟ ଚାହୁଁ ନଥିଲା। ତଥାପି ତା’କୁ ତା’ର ମା’ ବୁଝାସୁଝା କରିଛି। ଶେଷରେ ସେ ପରୀକ୍ଷା ଦେବାକୁ ରାଜି ହୋଇଛି।”

  • Related Posts

    supremem court on property ସମ୍ପତ୍ତି ମାଲିକାନାର ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ

    ନୂଆଦିଲ୍ଲୀ : ମ୍ୟୁଟେସନ ପ୍ରକ୍ରିୟାରେ ଜମିବାଡି ବା ସମ୍ପତ୍ତିର ରାଜସ୍ବ ରେକର୍ଡରେ ନାମ ପରବର୍ତ୍ତନ କରିବା ଦ୍ବାରା ଜଣଙ୍କର ମାଲିକାନାସ୍ବତ୍ବ ଲୋପ ହୁଏ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ସେହିପରି ମ୍ୟୁଟେସନ ଦ୍ବାରା ଜଣେ ଅନ୍ୟ ଜଣଙ୍କର…

    Continue reading
    jayasanker meet putin ପୁଟିନଙ୍କୁ ଭେଟିଲେ ଜୟଶଙ୍କର

    ମସ୍କୋ : ରୁଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ ଖୁବଶୀଘ୍ର ଭାରତ ଗସ୍ତରେ ଆସିପାରନ୍ତି। ଆସନ୍ତା ୧୨-୧୩ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ସେ ସାମିଲ ହୋଇପାରନ୍ତିି। ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୋମବାର ମସ୍କୋରେ ପୁଟିନଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ