ଝାରପଡ଼ା ଜେଲରେ ୭ କଏଦୀ ଅସୁସ୍ଥ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ମଙ୍ଗଳବାର ଏକ ବଡ଼ଧରଣର ଅସୁସ୍ଥତା ଘଟଣା ସାମ୍ନାକୁ ଆସିଛି। ଜେଲରେ ଥିବା ୭ ଜଣ ବିଚାରାଧୀନ କଏଦୀ ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି। ଏଥିମଧ୍ୟରୁ ୫ ଜଣ ସାଜିଦ ଖାନ, ସୀମାଞ୍ଚଳ କୁଞ୍ଜ, ବିକାଶ ପାଇତଲ, ବାବୁଲା ପ୍ରଧାନ ଓ ରୁପୁ ସିଂଙ୍କ ଅବସ୍ଥା ଗୁରୁତର ରହିଛି। ଏତେ ସଂଖ୍ୟକ କଏଦୀ
ଏକାସାଙ୍ଗରେ କିପରି ଅସୁସ୍ଥ ହେଲେ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣା ପରେ ଜେଲ କର୍ତ୍ତୃପକ୍ଷ ତୁରନ୍ତ ସମସ୍ତ ଅସୁସ୍ଥଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି। ସାଜିତ, ସୀମାଞ୍ଚଳ ଓ ବିକାଶକୁ କ୍ୟାପିଟାଲ ହସ୍ପିଟାଲ ଆଇସିୟୁରେ ଏବଂ ରୁପୁ ଓ ବାବୁଲାକୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ଅନ୍ୟ ୨ ଜଣଙ୍କ ଚିକିତ୍ସା ଜେଲ୍‌ ଚିକିତ୍ସା କେନ୍ଦ୍ରରେ କରାଯାଉଛି।
କଏଦୀ ରୁପୁ ସିଂ ମାଓ କାର୍ଯ୍ୟକଳାପରେ ଗିରଫ ହୋଇ ଝାରପଡ଼ା କାରାଗାରରେ ରହିଥିଲା। ସେହିପରି ସାଜିଦ ପୋକସୋ ମାମଲାରେ କାରାଦଣ୍ଡାଦେଶ ଭୋଗୁଥିବା ବେଳେ ଅନ୍ୟ ୪ ଜଣ ବିଚାରାଧୀନ କଏଦୀ ଥିଲେ। ନିଶା ଔଷଧ ସେବନରୁ ଏପରି ଅସୁସ୍ଥ ହୋଇଥିବା ପ୍ରାଥମିକ ସ୍ତରରେ ଜଣାପଡ଼ିଛି। ଯୋଜନା ଅନୁଯାୟୀ ୭ କଏଦୀ ଏକସଙ୍ଗେ ଏମ୍‌-୧୦ ନିଶା ଔଷଧ ଖାଇଥିବା ସୂଚନା ରହିଛି। ବିଭିନ୍ନ ଦିଗକୁ ନେଇ ପୁଲିସ ଓ କାରାଗାର କର୍ତ୍ତୃପକ୍ଷ ତଦନ୍ତ ଜାରି ରଖିଛନ୍ତି। ଚିକିତ୍ସାଧୀନ କଏଦୀଙ୍କୁ ଏସ୍‌ଟିଜି ପୁଲିସ ଦଳ ଜଗିଛନ୍ତି। କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସ ଡାକ୍ତରଖାନା କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଛି। ଝାରପଡ଼ା କାରାଗାରରେ ଜେଲ୍‌ ଡିଆଇଜିଙ୍କ ସମେତ ବରିଷ୍ଠ ଅଧିକାରୀ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି।
ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୁଲିସ ଉପାୟୁକ୍ତ ଜଗମୋହନ ମୀନା ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ। ସେ ସେଠାରେ ଡାକ୍ତରମାନଙ୍କ ସହ ଆଲୋଚନା କରି କଏଦୀମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। କଏଦୀଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ପୁଲିସ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଜେଲ ଭିତରେ ସେମାନେ ନିଶା ସେବନ କରିବାରୁ ଏପରି ଅସୁସ୍ଥ ହୋଇଥିବା ଜଣାପଡ଼ିବା ପରେ ସେ ନେଇ ତଦନ୍ତ ଜାରି ରହିଛି। କାରାଗାର କର୍ତ୍ତୃପକ୍ଷ ଘଟଣାର ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରିଥିବା ବେଳେ ପୁଲିସ ମଧ୍ୟ ସ୍ଥିତି ଉପରେ ନଜର ରଖିଛି। ଝାରପଡ଼ା ଜେଲରେ ଅନେକ ବିଚାରାଧୀନ କଏଦୀ ରହୁଥିବାରୁ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

  • Related Posts

    ପ୍ରଣବଙ୍କ ବିୟୋଗରେ ମୋହନଙ୍କ ଶୋକପ୍ରକାଶ

    ଭୁବନେଶ୍ୱର:ଆଉ ନାହାନ୍ତି ଓଡ଼ିଶା ସଂଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ। ଆଜି ୮୮ ବର୍ଷ ବୟସରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ଓଡ଼ିଆ ସଙ୍ଗୀତ ଜଗତରେ ବେତାଜ ବାଦଶାହ ଭାବେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ଆଜି…

    Continue reading
    ପରଲୋକରେ ପ୍ରଣବ ପଟ୍ଟନାୟକ

    ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ ।୮୮ ବର୍ଷ ବୟସରେ ସେ ଆଜି ଆଖି ବୁଜିଛନ୍ତି ।ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ୧୧.୩୦ରେ ତାଙ୍କର ପରଲୋକ ହୋଇଛି । ତାଙ୍କ ପରଲୋକ ଖବର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ