୧୦୮ ଗରା ପବିତ୍ର ଜଳରେ ସ୍ନାନ କରିବେ ଶ୍ରୀଜିଉ

ପୁରୀ: ଆଜି ସ୍ନାନପୂର୍ଣ୍ଣିମା। ରତ୍ନ ମଣ୍ଡପରୁ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସୁଛନ୍ତି ଚତୁର୍ଦ୍ଧା ମୂରତି। ଭୋର୍ ୫ଟାରୁ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ ନୀତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ଦେବୀ ସୁଭଦ୍ରା, ବଡ ଠାକୁର ବଳଭଦ୍ରଙ୍କ ପହଣ୍ଡି ହୋଇଥିଲା। ଶେଷରେ ପହଣ୍ଡି କରି ସ୍ନାନବେଦୀରେ ବିରାଜିଥିଲେ କାଳିଆ ସାଆନ୍ତ। ୧୦୮ ଗରା ପବିତ୍ର ଜଳରେ ସ୍ନାନ କରିବେ ଶ୍ରୀଜିଉ।

ଏହାପରେ ଗଜବେଶରେ ଦର୍ଶନ ଦେବେ ତିନି ଠାକୁର। ବର୍ଷସାରା ମହାପ୍ରଭୁଙ୍କର ବିମ୍ବ ସ୍ନାନ କରାଯାଇଥାଏ, କିନ୍ତୁ ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉ ଦିବ୍ୟ ଜଳରେ କରିବେ ସ୍ନାନ। ଜଗନ୍ନାଥଙ୍କୁ ୩୫ ଗଡୁ, ବଳଭଦ୍ରଙ୍କୁ ୩୩, ଦେବୀ ସୁଭଦ୍ରାଙ୍କୁ ୨୨ ଓ ସୁଦର୍ଶନଙ୍କୁ ୧୮ ଗଡୁ ଜଳ ଲାଗି କରାଯିବ। ଦିନ ୧୨ଟାରୁ ୨ଟା ମଧ୍ୟରେ ଜଳ ବିଜେ ସହ ସ୍ନାନ ନୀତି ରହିଛି।

ଅପରାହ୍ଣ ୪ଟାରୁ ୫ଟା ମଧ୍ୟରେ ହାତୀ ବେଶ ଏବଂ ସଂଧ୍ୟା ୭ଟା ୩୦ରୁ ୯ଟା ୩୦ ପର୍ୟ୍ୟନ୍ତ ରହିଛି ସାହାଣମେଲା ଦର୍ଶନ। ମହାପ୍ରଭୁଙ୍କ ଏହି ଦିବ୍ୟସ୍ନାନର ପ୍ରତ୍ୟକ୍ଷ ଦର୍ଶନ ଲାଗି ଶ୍ରୀକ୍ଷେତ୍ର ପୁରୀରେ ଜମିଛି ଭକ୍ତଙ୍କ ଭିଡ଼। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଦୃଷ୍ଟିରୁ ପୁରୀରେ ମୁତୟନ ହୋଇଛନ୍ତି ୭୯ ପ୍ଳାଟୁନ୍ ଫୋର୍ସ। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ କଣ୍ଟ୍ରୋଲ୍ ଉପରେ ରହିଛି ପ୍ରଶାସନର ଫୋକସ।

  • Related Posts

    ସାମ୍ବାଦିକଙ୍କ ସ୍ୱାସ୍ଥ୍ୟକୁ ନେଇ ସରକାର ଦାୟିତ୍ୱବାନ ଅଛନ୍ତି: ସ୍ଵାସ୍ଥ୍ୟ ମନ୍ତ୍ରୀ

    ଭୁବନେଶ୍ଵର : ଆୟୁଷ୍ମାନ ଭାରତ ସହ ସାମ୍ବାଦିକ ସ୍ଵାସ୍ଥ୍ୟ ବୀମା ମିଶିବା ଘଟଣା। ଅସନ୍ତୋଷ ପ୍ରକାଶ ପରେ ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଯେ, ଆୟୁଷ୍ମାନ ଯୋଜନାରେ ସାମ୍ବାଦିକଙ୍କୁ ସାମିଲ କରିବା ନେଇ ପ୍ରକ୍ରିୟା ଆରମ୍ଭ…

    Continue reading
    ରାଜଧାନୀରେ ବର୍ଷା, ମଧୁସୂଦନ ନଗରରେ ସର୍ବାଧିକ ୧୦୭ ମିମି ରେକର୍ଡ

    ଭୁବନେଶ୍ବର : ଗତକାଲି ରାତିଠାରୁ ଭୁବନେଶ୍ୱରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି । ଫଳରେ ରାଜଧାନୀର ଚାରିଆଡ଼େ ପାଣି ଭର୍ତ୍ତି ହୋଇ ଯାଇଛି । ଭୁବନେଶ୍ୱରରେ ସକାଳ ସାଢେ ୫ଟା ସୁଦ୍ଧା ୯୭.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ