ଗାୟିକା ପଦ୍ମ ବିଭୂଷଣ ତୀଜନ ବାଈଙ୍କ ପରଲୋକ

ନୂଆଦିଲ୍ଲୀ; ଭାରତୀୟ ଲୋକକଳା ଜଗତକୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପ୍ରସିଦ୍ଧ ପାଣ୍ଡବାଣୀ ଗାୟିକା ଏବଂ ପଦ୍ମ ବିଭୂଷଣ ତୀଜନ ବାଈଙ୍କ ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ରାୟପୁର ଏମ୍ସରେ ଆଜି ଭୋର୍ ୩ଟା ୧୫ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତୀଜନଙ୍କ ବିୟୋଗରେ ଲୋକଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ରିପୋର୍ଟ ଅନୁଯାୟୀ, ତୀଜନ ବାଈ ଗତ କିଛି ସପ୍ତାହ ଧରି ରାୟପୁର ଏମ୍ସରେ ଭର୍ତ୍ତି ହୋଇଥିଲେ । ଗୁରୁତର ଅସୁସ୍ଥ ଥିଲେ। ଆଜି ଭୋର ପ୍ରାୟ ୩ଟା ବାଜି ୧୫ ମିନିଟ ସମୟରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଡାକ୍ତରଙ୍କ ଶତ ଚେଷ୍ଟା ପରେ ବି ତୀଜନଙ୍କ ସ୍ୱାସ୍ଥ୍ୟରେ ଉନ୍ନତୀ ଆସିନଥିଲା । ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତ ଖବର ଛତିଶଗଡ଼ ଏବଂ ସମଗ୍ର ଦେଶର ସାଂସ୍କୃତିକ ଏବଂ କଳା ଜଗତରେ ଶୋକର ଛାୟା ଖେଳିଯାଇଛି । ତୀଜନ ବାଈଙ୍କ ବିୟୋଗରେ ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଲେଖିଛନ୍ତି, “ପ୍ରସିଦ୍ଧ ପାଣ୍ଡବାଣୀ ଗାୟିକା ତୀଜନ ବାଈ ଜୀଙ୍କ ବିୟୋଗରେ ମୁଁ ଗଭୀର ଦୁଃଖିତ । ସେ ତାଙ୍କର ମହାନ ପ୍ରଦର୍ଶନ ସହିତ ଛତିଶଗଡ଼ର ଏହି ଲୋକକଳାକୁ ବିଶ୍ୱବ୍ୟାପୀ ଏକ ଅନନ୍ୟ ପରିଚୟ ଦେଇଥିଲେ । ତାଙ୍କର ବିୟୋଗ କଳା ଏବଂ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଏହି ଦୁଃଖର ମୁହୂର୍ତ୍ତରେ ତାଙ୍କ ପରିବାର ଏବଂ ପ୍ରଶଂସକମାନଙ୍କ ସହିତ ମୋର ସମବେଦନା । ”

ଛତିଶଗଡର ଦୁର୍ଗ ଜିଲ୍ଲାର ଗଣିଆରି ଗାଁରେ ୧୯୫୬ ମସିହାରେ ଜନ୍ମଗ୍ରହଣ କରିଥିବା ତୀଜନ ବାଈ, ସ୍ଥାଣୁତାକୁ ଭାଙ୍ଗି ବିଶ୍ୱ ସ୍ତରରେ ପହଞ୍ଚିଛନ୍ତି । ସେ ଏପରି ଏକ ଜୀବନଯାପନ କରିଛନ୍ତି ଯାହା ସଂଘର୍ଷ ଏବଂ ଦୃଢ଼ତାର ଏକ ଅନନ୍ୟ ଉଦାହରଣ । ସେ କେବଳ “ପାଣ୍ଡବାଣୀ” (ମହାଭାରତର ପାରମ୍ପରିକ ବର୍ଣ୍ଣନାତ୍ମକ ଗାୟନ ଶୈଳୀ)ର ଲୋକକଳା ସଂରକ୍ଷଣ କରିନଥିଲେ ବରଂ ଏହାକୁ ଏକ ନୂଆ ପରିଚୟ ଦେଇଥିଲେ । ପାରମ୍ପାରିକ ଭାବରେ ପୁରୁଷମାନଙ୍କ ଦ୍ୱାରା ପ୍ରାଧାନ୍ୟିତ ଯୁଗରେ ତୀଜନ ବାଈ ପାଣ୍ଡବାଣୀର ଶୈଳୀ ଗ୍ରହଣ କରିଥିଲେ । ସେ ବହୁ ସାମାଜିକ ବିରୋଧ ଏବଂ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିଲେ । ହେଲେ ତାଙ୍କର କଣ୍ଠସ୍ୱର, ବଳିଷ୍ଠ ଅଭିନୟ ଦକ୍ଷତା ଏବଂ ହାତରେ ତାନପୁରା ସହିତ ସେ ଦର୍ଶକଙ୍କୁ ମଞ୍ଚରେ ମନମୁଗ୍ଧ କରୁଥିଲେ । ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର ଏକ ଚମତ୍କାର କ୍ୟାରିୟରରେ, ସେ ଛତିଶଗଡ଼ ମାଟିର ଏହି କଳାକୁ କେବଳ ଦେଶ ନୁହେଁ ବରଂ ଏସିଆ ଏବଂ ୟୁରୋପ ସମେତ ବିଶ୍ୱର ଅନେକ କୋଣରେ ପହଞ୍ଚାଇଥିଲେ ।

  • Related Posts

    ମନ୍ଦିରରେ ଦଳାଚକଟା: ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ଅଶୋକ ଧାମ ମନ୍ଦିରରେ ସୋମବାର ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା…

    Continue reading
    ହୋଟେଲରେ ଅଗ୍ନିକାଣ୍ଡ, 7 ମୃତ

    କଲିକତା : ଆଜି ସକାଳୁ ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ଘରୋଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ମେଡିକାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ