ରଥଯାତ୍ରା: ଗୋଟିଏ ବି ଅଧିକ କର୍ଡନ ପାସ୍‌ ଇସ୍ୟୁ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ପାଖେଇ ଆସୁଛି ରଥଯାତ୍ରା । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ରଥଯାତ୍ରା ସମୀକ୍ଷା ବୈଠକ କରିଛନ୍ତି । କର୍ଡନ ପାସ୍ ଉପରେ ଜିଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।ଅନୁସାରେ ଗୋଟିଏ ବି ଅଧିକ କର୍ଡନ ପାସ୍‌ ଇସ୍ୟୁ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନୀତିକାନ୍ତି ସହ ଜଡ଼ିତ ସେବକ ଓ କର୍ମଚାରୀଙ୍କ ବ୍ୟତୀତ ଆଉ କାହାକୁ ପାସ୍ ଦିଆଯିବନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ପ୍ରକାଶଥାଉକି, ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା ବୈଠକରେ ଗୁରୁତ୍ବପୂର୍ଣ୍ଣ ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେବାୟତ ଓ କର୍ମଚାରୀଙ୍କୁ ସମନ୍ବୟ ରକ୍ଷା କରି ଦାୟିତ୍ବ ନିର୍ବାହ କରିବାକୁ ଅପିଲ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ପୁରୀ ରଥଯାତ୍ରା ଉପରେ ସାରା ବିଶ୍ବର ନଜର ରହିଛି । ସମନ୍ବୟ ରକ୍ଷା କରି ଦାୟିତ୍ବ ନିର୍ବାହ କଲେ ରଥଯାତ୍ରା ତ୍ରୁଟିଶୂନ୍ୟ ହୋଇପାରିବ । ରଥଯାତ୍ରା ସୁରୁଖୁରୁରେ ସାରିବା ଓ ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମର ଦାୟିତ୍ବ ବୋଲି କହିଛନ୍ତି ।

ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟପେ ପହଞ୍ଚିଛି । ସେବାୟତଙ୍କ ନିଷ୍ଠା ଯୋଗୁଁ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ଅସୁବିଧା କେବେ ହୋଇନାହିଁ । ଚଳିତ ବର୍ଷ ମଧ୍ୟ କୌଣସି ଅସୁବିଧା ହେବନି ବୋଲି ମୁଁ ଆଶା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

  • Related Posts

    ratna bhander puri ୩୧ରେ ହେବ ରତ୍ନଭଣ୍ଡାରର ଗଣତି ମଣତି

    ପୁରୀ: ଆସନ୍ତା ଅଗଷ୍ଟ ୩୧ ତାରିଖ ଓ ସେପ୍ଟେମ୍ବର ୧ ତାରିଖ ଦୁଇଦିନ ରତ୍ନଭଣ୍ଡାର ଗଣତି ମଣତି କରାଯିବ। ଏ ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଏହି ଗଣତି ମଣତି କରାଯିବ।…

    Continue reading
    low pressur rain ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ

    ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ । ଗତକାଲି ମିଆଁମାର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ, ଆଜି ଉତ୍ତର ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ତତ-ସଂଲଗ୍ନ ବାଂଲାଦେଶ ଉପକୂଳସ୍ଥ ସମୁଦ୍ର ଅଞ୍ଚଳ ଉପରେ ବାୟୁମଣ୍ଡଳର ୫.୮…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ