ରାମକୃଷ୍ଣ ଆଦର୍ଶ କଲୋନୀର ଭିତ୍ତି ପ୍ରସ୍ତର ସ୍ଥାପନ

• ଅନ୍ତର୍ଭୁକ୍ତିକରଣ ବିକାଶକୁ ଆଗେଇ ନେଉଛି ବିଏମ୍ ସି
ଭୁବନେଶ୍ୱର:ଓ୍ୱାର୍ଡ ନମ୍ବର 41 ଅନ୍ତର୍ଗତ ଶାନ୍ତି ପଲ୍ଲୀଠାରେ ନିର୍ମାଣ ହେବ 55 ଗୋଟି ଦୁଇ ମହଲା ବିଶିଷ୍ଟ ରାମକୃଷ୍ଣ ଆଦର୍ଶ କଲୋନୀ । 110 ଜଣ ହିତାଧିକାରୀଙ୍କୁ ଆବଣ୍ଟନ କରାଯିବ ଏହି ବାସଗୃହ । ଏଥିପାଇଁ ଆଜି ରାମକୃଷ୍ଣ ଆଦର୍ଶ କଲୋନୀର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀଙ୍କ ସହ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ମାନନୀୟା ମେୟର ଶ୍ରୀମତୀ ସୁଲୋନଚା ଦାସ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ବିଏମ୍ ସି କମିଶନର ତଥା ବିଡିଏ ଉପଧ୍ୟକ୍ଷ ଶ୍ରୀ ଚଞ୍ଚଳ ରାଣା, ସ୍ଥାନୀୟ କର୍ପୋରେଟର ଶ୍ରୀମତୀ କବିତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଏମ୍ ସିର ବରିଷ୍ଠ ଅଧିକାରୀ, କର୍ମଚାରୀ, ସ୍ଥାନୀୟ ଲୋକେ ଏବଂ ହିତାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ଲେପ୍ରୋସି ଆକ୍ରାନ୍ତ ପରିବାରଙ୍କୁ ଏହି ସୁବିଧା ଯୋଗାଇ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି କ୍ରମେ ବିଏମ୍ ସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ସୂଚନାଯୋଗ୍ୟ କି ସମାଜର ମୁଖ୍ୟ ସ୍ରୋତରେ ସେମାନଙ୍କୁ ସାମିଲ କରିବା ସହିତ ଏକ ଅନ୍ତର୍ଭୁକ୍ତିକରଣ ବିକାଶକୁ ଆଗେଇ ନେବାରେ ଏହି ପଦକ୍ଷେପ ବେଶ୍ ସହାୟକ ହେବ । ସେଥିପାଇଁ ପ୍ରତ୍ୟେକ ନାଗରିକ ଆଗେଇଆସିବାକୁ ମାନ୍ୟବର ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ବିଏମ୍ ସି ପକ୍ଷରୁ ଏହି ପ୍ରକଳ୍ପ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ଆବଣ୍ଟନ କରାଯିବ ବୋଲି ସେ କହିଛନ୍ତି ।
ସଂପ୍ରତି ବିଏମ୍ ସି ଅଂଚଳରେ ଲିଙ୍ଗରାଜ, ଗୋଖିବାବା ଲେପ୍ରୋସି କଲୋନୀ ନିର୍ମାଣ ହୋଇସାରିଛି ଏବଂ ସେଠାରେ ହିତାଧିକାରୀମାନେ ସେଠାରେ ବସବାସ କରୁଛନ୍ତି । ଗୋପବନ୍ଧୁ ଲେପ୍ରୋସି କଲୋନୀ ନିର୍ମାଣ କାର୍ଯ୍ୟ ଜାରି ରହିଛି । ସେମାନଙ୍କୁ ବିଦ୍ୟୁତ୍ ଆଲୋକ, ପାନୀୟ ଜଳ, ଫ୍ୟାନ୍ ଆଦି ବିନା ମୂଲ୍ୟରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ଯୋଗାଇ ଦିଆଯାଇଛି । ପକ୍କାଘରେ ଏବେ ସେମାନେ ବେଶ ଆନନ୍ଦରେ ସପରିବାରେ ବସବାସ କରିଆସୁଛନ୍ତି । ଠିକ୍ ସେହିପରି ଏଠିକାର ଯୋଗ୍ୟ ହିତାଧିକାରୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମାନନୀୟା ମେୟର ଶ୍ରୀମତୀ ଦାସ ।
ଜଣେ ହେଲେ ଯୋଗ୍ୟ ହିତାଧିକାରୀ ବାଦ ନପଡନ୍ତୁ ଏବଂ କୌଣସି ଅଯୋଗ୍ୟ ହିତାଧିକାରୀ ଗୃହ ନ ପାଆନ୍ତୁ ବୋଲି କହିଛନ୍ତି କମିଶନର । ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ତରାସ ମାରାଣ୍ଡି ।

  • Related Posts

    ଡ୍ରାଇଭରଙ୍କ ଆନ୍ଦୋଳନ:ଡ୍ରାଇଭରଙ୍କ ଗାଡ଼ି ସିଜ୍ ହେବ- ଡିସିପି

    ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି। ଡ୍ରାଇଭରଙ୍କ ଆନ୍ଦୋଳନରେ ଠପ୍ ଜନପଥ। ଆଜି ତୃତୀୟ ଦିନରେ ତୀବ୍ର ହୋଇଛି ଅନଲାଇନ ଡ୍ରାଇଭରଙ୍କ ଆନ୍ଦୋଳନ। ଆନ୍ଦୋଳନ ବେଳେ ପୋଲିସ ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସକୁ ଟେକା ପଥର ମାଡ଼ କରିବା ସହ…

    Continue reading
    ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି, ଆମ ବସ୍ ଭାଙ୍ଗିଲେ ଡ୍ରାଇଭର

    ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି। ଡ୍ରାଇଭରଙ୍କ ଆନ୍ଦୋଳନରେ ଠପ୍ ଜନପଥ। ଆଜି ତୃତୀୟ ଦିନରେ ତୀବ୍ର ହୋଇଛି ଅନଲାଇନ ଡ୍ରାଇଭରଙ୍କ ଆନ୍ଦୋଳନ। ଆନ୍ଦୋଳନ ବେଳେ ପୋଲିସ ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସକୁ ଟେକା ପଥର ମାଡ଼ କରିବା ସହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ