ପଥର ବୋଝେଇ ଟ୍ରକ୍‌ ଉପରେ ଗୁଳିମାଡ଼

କୁତ୍ରା: ସୁନ୍ଦରଗଡ଼ଜିଲ୍ଲା କୁତ୍ରା ଥାନା ଅଞ୍ଚଳରେ ପୁଣି ଅପରାଧୀଙ୍କ ଦୌରାତ୍ୟ ଦେଖିବାକୁ ମିଳିଛି। କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡା ଜଙ୍ଗଲ ନିକଟରେ ପଥର (ଚିପ୍ସ) ବୋଝେଇ ଏକ ଟ୍ରକ ଉପରକୁ ଦୁର୍ବୁତ୍ତମାନେ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ଡ୍ରାଇଭର ଅଳ୍ପକେ ବର୍ତିଯାଇଥିବା ବେଳେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ସୂଚନା ଅନୁସାରେ ଖତକୁର ବାହାଲରୁ ପଥର ବୋଝେଇ ଟ୍ରକ ନେଇ ଡ୍ରାଇଭର ବନାରସି ଓରାମ (୨୩) ଆଜି ଭୋର ସକାଳୁ ଯାଉଥିଲେ। ଲିଟିବେଡା ଛକ ନିକଟର ଏକ ନିଛାଟିଆ ସ୍ଥାନରେ ଦୁଇଟି ବାଇକରେ ଆସିଥିବା ଚାରିଜଣ ଦୁର୍ବୁତ୍ତ ଟ୍ରକକୁ ଅଟକାଇ ଆନ୍ଧାଧୁନ ଭାବେ ଗୁଳି ଚଳାଇଥିଲେ। ଦୁର୍ବୁତ୍ତମାନେ ପ୍ରାୟ ୫ ରାଉଣ୍ଡ ଗୁଳି ଚଳାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସୌଭାଗ୍ୟବଶତଃ ଏହି ଗୁଳିମାଡ଼ରେ ଡ୍ରାଇଭର ବନାରସି ଓରାମଙ୍କର କୌଣସି କ୍ଷତି ହୋଇନାହିଁ ଏବଂ ସେ ଅଳ୍ପକେ ବର୍ତିଯାଇଛନ୍ତି।

ଖବର ପାଇ କୁତ୍ରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଘଟଣାସ୍ଥଳରୁ ଗୁଳିର ଖୋକା ଜବତ କରିଥିବା ବେଳେ ସାଇଣ୍ଟିଫିକ୍ ଟିମ୍‌କୁ ମଧ୍ୟ ଖବର ଦିଆଯାଇଛି। ଘଟଣାର ପଛରେ କେଉଁ କାରଣ ରହିଛି, ସେନେଇ ପୁଲିସ ତଦନ୍ତ ଚଳାଇଛି। ଅନ୍ୟପଟେ ଟ୍ରକ ମାଲିକ ଶାବନ ଲେହେରି କହିଛନ୍ତି ଯେ, ତାଙ୍କୁ ପୂର୍ବରୁ ଫୋନ ମାଧ୍ୟମରେ ବାରମ୍ବାର ଧମକ ମିଳୁଥିଲା ଏବଂ ଆଜି ସେହି ଧମକ ଗୁଳିମାଡ଼ର ରୂପ ନେଇଛି। ଏହି ଘଟଣା ପଛରେ ଦାଦାବଟି କିମ୍ବା ଅନ୍ୟ କୌଣସି ଶତ୍ରୁତା ରହିଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

  • Related Posts

    ସୌମ୍ୟ ହତ୍ୟା ମାମଲା :୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

    ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ବଡ଼ ଖବର । ଏହି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି । ଦୀର୍ଘ ଦିନର ତଦନ୍ତ ପରେ…

    Continue reading
    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ