ଇରାନକୁ ଟ୍ରମ୍ପଙ୍କ ଚେତାବନୀ:୧୦୦୦ ମିସାଇଲ ତୁରନ୍ତ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛି

ୱାଶିଂଟନ/ତେହରାନ: ଆମେରିକା ଓ ଇରାନ ମଧ୍ୟରେ ପୁନର୍ବାର ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯଦି ଇରାନ ତାଙ୍କ ହତ୍ୟା ପାଇଁ କୌଣସି ଷଡଯନ୍ତ୍ର କରେ ତେବେ ଆମେରିକାର ୧୦୦୦ ମିସାଇଲ ତୁରନ୍ତ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛି। ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ, ଆମେରିକାର ମିସାଇଲଗୁଡ଼ିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ଯଦି ଇରାନ ପକ୍ଷରୁ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ ହୁଏ, ତେବେ ଆମେରିକୀୟ ସେନା ଇରାନର ବିଭିନ୍ନ ସ୍ଥାନ ଉପରେ ସାମରିକ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛି। ଇରାନକୁ ମାଟିରେ ମିଶାଇ ଦେବାକୁ ଆମେରିକା ପଛାଇବ ନାହିଁ।ଅନ୍ୟପକ୍ଷରେ ଇରାନ୍‌ର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖାମେନେଇ ଶନିବାର ଆମେରିକା ଉପରେ ପ୍ରତିଶୋଧ ନେବାକୁ ପଣ କରିଛନ୍ତି। ଇରାନର ନେତା ଓ ସାଧାରଣ ଜନତାଙ୍କ ହତ୍ୟାକାରୀଙ୍କ ଉପରେ ନିଶ୍ଚିତ ଭାବେ ପ୍ରତିଶୋଧ ନିଆଯିବ ଏବଂ ସେମାନଙ୍କୁ ଶାନ୍ତିରେ ମରିବାକୁ ଦିଆଯିବ ନାହିଁ ବୋଲି ଖାମେନେଇ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ ଦର୍ଶାଇଛନ୍ତି। ସେହିପରି ଆମେରିକା ଉପରେ କୌଣସି ଭରସା ନାହିଁ ବୋଲି ଇରାନ ସ୍ପଷ୍ଟ କରିଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ କହିଛନ୍ତି, ଯଦି ଆମେରିକା ଚୁକ୍ତି ଉଲ୍ଲଙ୍ଘନ କରେ କିମ୍ବା ବିଶ୍ୱାସଘାତକତା କରିବାକୁ ଚେଷ୍ଟା କରେ, ତେବେ ଇରାନ ନିଜର ସୁରକ୍ଷା ପାଇଁ କଡ଼ା‌ ଜବାବ ଦେବାକୁ ପ୍ରସ୍ତୁତ ରହିଛି। ଆମେ ଆମେରିକାକୁ ଦୃଢ଼ ଭାବରେ ସାମ୍ନା କରିବୁ ଏବଂ ଇରାନ ଲୋକଙ୍କ ଅଧିକାରକୁ ରକ୍ଷା କରିବୁ। ଇଣ୍ଡୋନେସିଆର ପିପୁଲ୍ସ କନସଲଟେଟିଭ୍ ଆସେମ୍ଲି ବାଚସ୍ପତି ଅହମଦ ମୁଜାନିଙ୍କ ସହ ସାକ୍ଷାତ ପରେ ଏକ ସରକାରୀ ଟେଲିଗ୍ରାମ ପୋଷ୍ଟରେ ଗାଲିବାଫ କହିଛନ୍ତି, ସମ୍ପ୍ରତି ଶାନ୍ତି ଆଲୋଚନା ସମୟରେ ସେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ସ୍ପଷ୍ଟ ଭାବରେ କହିଥିଲେ ଯେ ଆମେରିକା ଉପରେ ଇରାନର ଆଦୌ ବିଶ୍ୱାସ ନାହିଁ।ଇରାନ ନିଜକୁ ରକ୍ଷା କରିବା ପାଇଁ ସାମରିକ ପ୍ରସ୍ତୁତି କରିବା ବନ୍ଦ କରିବ ନାହିଁ।ସୂଚନାଥାଉ କି ଗତ କିଛିଦିନ ହେବ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ପୁଣି ବଢିବାକୁ ଲାଗିଛି। ଜୁନ୍ ମାସରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ପରେ ଏକ ଅସ୍ଥାୟୀ ଯୁଦ୍ଧବିରାମ ଲାଗୁ ହୋଇଥିଲା; କିନ୍ତୁ ଉଭୟ ଦେଶ ପକ୍ଷରୁ ବୟାନବାଜି ଓ ସାମରିକ କାର୍ଯ୍ୟକଳାପ ଯୋଗୁଁଁ ପରିସ୍ଥିତି ପୁନର୍ବାର ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ଟ୍ରମ୍ପ ନାଟୋ ସମ୍ମିଳନୀରେ ମଧ୍ୟ କହିଥିଲେ ଯେ ସେ ଇରାନର ‘ହିଟ୍ ଲିଷ୍ଟ‘ର ଶୀର୍ଷରେ ଅଛନ୍ତି। ତାଙ୍କ ଦାବି ଅନୁସାରେ ଆମେରିକାର ଗୁପ୍ତଚର ସଂସ୍ଥାଗୁଡ଼ିକ ପାଖରେ ଇରାନ ପକ୍ଷରୁ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଥିବା ସୂଚନା ରହିଛି। ସେହି କାରଣରୁ ସେ ଆଗୁଆ ସତର୍କତା ଭାବେ ସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଥିବା କହିଛନ୍ତି। ଏସବୁ ପ୍ରସଙ୍ଗକୁ ଦୃଷ୍ଟି ଦେଲେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଜଟିଳ ହେବ ବୋଲି ଆଶଙ୍କା କରାଯାଉଛି।

  • Related Posts

    ଆସନ୍ତା ଆର୍ଥିକ ବର୍ଷରୁ ପ୍ଲାଷ୍ଟିକ୍‌ ନୋଟ୍‌

    ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷ ୧ା ୨୦୨୭-୨୮ଠାରୁ ଦେଶରେ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯୋଜନା ଅନୁସାରେ ପରୀକ୍ଷଣ ସଫଳ…

    Continue reading
    ରେପୋରେଟ୍ ସ୍ଥିର ରଖିଲା RBI

    ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତି ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ରେପୋରେଟ୍ ହାରକୁ ୫.୨୫% ରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ଯାହାର ଅର୍ଥ ହେଉଛି ଆପଣଙ୍କର EMI ବର୍ତ୍ତମାନ ପାଇଁ ହ୍ରାସ ପାଇବ ନାହିଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ