ଗୋଟିଏ ଦିନରେ ମିଳିବ ମାଟ୍ରିକ ମେନ୍ ସାର୍ଟିଫିକେଟ

କଟକ : ଗୋଟିଏ ଦିନରେ ମିଳିବ ମାଟ୍ରିକ ମେନ୍ ସାର୍ଟିଫିକେଟ । ଚଳିତ ବର୍ଷ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଖୁବଶୀଘ୍ର ସାର୍ଟିଫିକେଟ ଦେବାକୁ ବୋର୍ଡ ନିଷ୍ପତ୍ତି ନେଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ସାର୍ଟିଫିକେଟ ମିଳିବ । ଏଥିରେ ଯେପରି କୌଣସି ତ୍ରୁଟି ନ ରୁହେ ତାହାକୁ ଦୃଷ୍ଟିରେ ରଖି ବାରମ୍ବାର ସାର୍ଟିଫିକେଟ ଗୁଡିକ ଯାଞ୍ଚ କରାଯାଉଛି । ଏପରିକି ଓଡ଼ିଆରେ ଯେପରି କୌଣସି ବନ୍ନାନଗତ ଭୁଲ ନ ରୁହେ ତାହାକୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସମସ୍ତ ପ୍ରଧାନଶିକ୍ଷକ ଏବଂ ପ୍ରଧାନଶିକ୍ଷୟତ୍ରୀଙ୍କୁ ବୋର୍ଡ ନିର୍ଦ୍ଦେଶ ଦେଇଛି ।ଏହି କ୍ରମରେ ସାର୍ଟିଫିକେଟ ଗୁଡ଼ିକର ପୁନର୍ବାର ଯାଞ୍ଚ ପାଇଁ ସମସ୍ତ ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦୁଇ ସପ୍ତାହ ମଧ୍ୟରେ ତ୍ରୁଟି ବାହାର କରି ସଂଶୋଧନ କରିବାକୁ ବୋର୍ଡ ସମସ୍ତ ପ୍ରଧାନ ଶିକ୍ଷକ ମାନଙ୍କୁ ବିଜ୍ଞପ୍ତି ଜାରି କରିଛି । ବିଶେଷକରି ସାର୍ଟିଫିକେଟରେ ଥିବା ନାମ, ବାପାଙ୍କ ନାମ ଆଦିକୁ ପୁନର୍ବାର ଯାଞ୍ଚ କରିବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛି । ଶୁଦ୍ଧ ଓଡ଼ିଆରେ ଯେପରି ରହିବ ସେନେଇ ଯାଞ୍ଚ କରାଯିବ । କୌଣସି ଛାତ୍ର ଛାତ୍ରୀଙ୍କ ନାମର ଉଚ୍ଚାରଣ, ବିନ୍ଦୁ, ପୂର୍ଣ୍ଣଛେଦ, କମା, ଆଦି ଯେପରି ତ୍ରୁଟି ନ ରୁହେ ତାହାକୁ ମଧ୍ୟ ପ୍ରଧାନ ଶିକ୍ଷକମାନେ ଧ୍ୟାନ ଦେବେ ।ଯଦିଓ ପୂର୍ବରୁ ସ୍କୁଲର ପ୍ରଧାନ ଶିକ୍ଷକମାନେ ଏସବୁକୁ ସଂଶୋଧନ କରି ବୋର୍ଡ କର୍ତ୍ତୃପକ୍ଷଙ୍କୁ ପଠାଇଛନ୍ତି, ମାତ୍ର ଶୁଦ୍ଧ ସାର୍ଟିଫିକେଟ ଯେପରି ଛାତ୍ର ଛାତ୍ରୀମାନେ ପାଇପାରିବେ, ତାହା ପାଇଁ ପଦକ୍ଷେପ ନେବାକୁ ଏପରି ସାନି ନିର୍ଦ୍ଦେଶନାମା ଜାରି କରିଛି ବୋର୍ଡ । ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି କି କୃତ ଛାତ୍ରଛାତ୍ରୀଙ୍କୁ ଖୁବ ଶୀଘ୍ର ମେନ୍ ସାର୍ଟିଫିକେଟ ମିଳିବ । ଏହାର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ମାତ୍ର ଯେପରି ତ୍ରୁଟି ନରୁହେ ତାହାକୁ ଦୃଷ୍ଟିରେ ରଖି ବାରମ୍ବାର ଯାଞ୍ଚ କରାଯାଉଛି । ସେଥିପାଇଁ ବିଳମ୍ବ ହେଉଛି । ମାତ୍ର ଏନେଇ କୌଣସି ଛାତ୍ର ଛାତ୍ରୀଙ୍କର ଉଚ୍ଚ ଶିକ୍ଷା ପାଇଁ ସମସ୍ୟା ହେବ ନାହିଁ ।

ବିଶେଷକରି ଆଡମିସନ ପ୍ରକ୍ରିୟାରେ ଛାତ୍ରଛାତ୍ରୀମାନଙ୍କର ସାର୍ଟିଫିକେଟ ଡାଉନଲୋଡରେ ଯେଉଁ ଅସୁବିଧା ଦେଖା ଦେଇଥିଲା ତାହା ନେଟୱାର୍କ ପାଇଁ ହେଉଥିଲା । ବୋର୍ଡର କୌଣସି ତ୍ରୁଟି ନାହିଁ । ଏବେ ସର୍ଭର ସ୍ୱାଭାବିକ ହେଲା ପରେ ଏହି ସମସ୍ୟା ଆଉ ରହିବନାହିଁ ।

  • Related Posts

    ଦାଦନ ମୃତକଙ୍କ ପରିବାର ପାଖରେ ‘ସ୍ୱାକ୍‌’,ଅସହାୟ ପରିବାରକୁ ରାସନ, ପୋଷାକ ଓ ସହାୟତା ପ୍ରଦାନ

    ଘୁ.ଉଦୟଗିରି: ସ୍ୱାଧୀନତା ଦିବସ ଅବସରରେ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି ‘ସୋସିଆଲ୍ ୱର୍କର୍ସ ଅଫ୍ କନ୍ଧମାଳ’ (ସ୍ୱାକ୍‌)। କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ସମୟରେ ଗତ ୯ ଅଗଷ୍ଟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟିକାବାଲି ବ୍ଲକ…

    Continue reading
    ନିଶାମୁକ୍ତ ଓଡ଼ିଶା ସହ ଆଧୁନିକ ପୋଲିସ ବାହିନୀ ଗଠନ ଆମର ଲକ୍ଷ୍ୟ: ଡିଜିପି

    ଭୁବନେଶ୍ୱର, : ଅଗଷ୍ଟ ୨୦୨୪ରୁ ଜୁଲାଇ ୨୦୨୬ ମଧ୍ୟରେ ଆଇନ-ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ନକ୍ସଲ ଦମନ, ନିଶାଦ୍ରବ୍ୟ ବିରୋଧୀ ଅଭିଯାନ, ମହିଳା ଓ ଶିଶୁ ସୁରକ୍ଷା, ସାଇବର ଅପରାଧ ଦମନ, ଉପକୂଳ ସୁରକ୍ଷା, ଅପରାଧ ଦମନ, ଦୋଷୀ ସାବ୍ୟସ୍ତ ହାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ