
ଦେବଗଡ଼:ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏବଂ ଡିଡିଏମ ପକ୍ଷରୁ ଦେବଗଡ ଜିଲ୍ଲାରେ ଯୁବ ପିଢୀଙ୍କ ପାଇଁ ପହଁରିବା ଓ ବୁଡିଯିବା ପରେ ବଞ୍ଚିବାର ମୌଳିକ କୌଶଳ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବିକାଶ ଭବନ ସମ୍ମିଳନୀ କକ୍ଷରେ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବୀନ୍ଦ୍ର ସାହୁ ମୁଖ୍ୟଅତିଥି,ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ପରେ ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ନରୋତ୍ତମ ଧାରୁଆ, ଉପାଶୁ ମହର,ପୀତବାସ ସାହୁ,ଦିଲୀପ ସାହୁ,ସୁଧୀର ବିଲୁଙ୍ଗ,ଯୋଗେଶ୍ୱର ବେହେରା,ଦେବାଶିଷ ସାହୁ,ମାନସ ରଞ୍ଜନ ସାହୁ, ଧିରେନ ପ୍ରଧାନ,ତାପସ ନାୟକ,ସୁଦାନ ଖାଡିଆଙ୍କ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ଡିଆଇପିଆରଓ ମନୋରଞ୍ଜନ ସୂତାର ପରିଚାଳନା କରିଥିବାବେଳେ ଡେପୁଟି କଲେକ୍ଟର ସୌମ୍ୟା ସୁଚିସ୍ମିତା ଧନ୍ୟବାଦ ଦେଇଥିଲେ।




