
ଦେବଗଡ଼ :ଜ଼ିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦେବଗଡ଼ ପରିସରରେ ୫୦ ଟି କ୍ଲଷ୍ଟରର ଅଭିନଵ କାର୍ଯ୍ୟ ପ୍ରଣାଳୀ ଗୁଡିକ ପ୍ରଦର୍ଶିତ ହୋଇ ଯାଇଅଛି। ପ୍ରତିଷ୍ଠାନର ଅଧ୍ୟକ୍ଷ ସନ୍ତୋଷ କୁମାର ଗୌଡ଼ ଦ୍ବୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଏହାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରାଇଥିଲେ।ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠାନର ବରିଷ୍ଠ ପ୍ରଶିକ୍ଷକ ଗୁରୁଚରଣ ବୋଦ୍ରା ସ୍ୱାଗତ ଓ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଉପସ୍ଥିତ ସମସ୍ତ ସି. ଆର. ସି. ନିଜ କ୍ଲଷ୍ଟରର ଅଭିନଵ କାର୍ଯ୍ୟ ପ୍ରଣାଳୀ ଗୁଡିକୁ ପି. ପି. ଟି. ମାଧ୍ୟମରେ ପ୍ରସ୍ତୁତ କରି ପ୍ରଦର୍ଶନ କରି ଉପସ୍ଥାପନ କରିଥିଲେ। ଅନୁଷ୍ଠାନର ବରିଷ୍ଠ ପ୍ରଶିକ୍ଷିକା ଅନିମା ତିର୍କୀ , ମନ୍ଦାକିନୀ ଟୁଡୁ, ବରିଷ୍ଠ ପ୍ରଶିକ୍ଷକ ଗୁରୁଚରଣ ବୋଦ୍ରା,ପ୍ରଶିକ୍ଷିକା ସୁରମା ମିର୍ଦ୍ଧା, ପାର୍ଥିବୀ ପ୍ରିୟଦର୍ଶିନୀ ଅଭିନଵ କାର୍ଯ୍ୟ ଆଧାରିତ ସୁଚିନ୍ତିତ ମତାମତ ଦେଇଥିଲେ।ଅନୁଷ୍ଠାନ କମ୍ପ୍ୟୁଟର ଉପଦେଷ୍ଟା ଶାଶ୍ୱତ ବିଶ୍ୱାଳ ପି. ପି. ଟି ପ୍ରଦର୍ଶନରେ ସହଯୋଗ କରିଥିଲେ।କାର୍ଯ୍ୟକ୍ରମରେ ପରିଚାଳନାରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।




