କ୍ୟାବିନେଟ:ବ୍ରିଜ-କମ- ୱେୟାର ଯୋଜନା ପାଇଁ ୬୦୦ କୋଟି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବ ଅନୁମୋଦନ ହୋଇଛି । ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କ୍ୟାବିନେଟ କେତେକ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି । ସେଥିରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବାଧିକ ୭ଟି ପ୍ରସ୍ତାବ ପାରିତ ହୋଇଛି । ସେହିପରି ଜଳ ସମ୍ପଦ ବିଭାଗର ୧ଟି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୧ଟି, ସମବାୟ ୧ଟି, କୃଷି ଓ କୃଷକ ସଶକ୍ତି କରଣ ୧, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ୧, ରାଜସ୍ବ ୧ ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦିତ ହୋଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟର ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତି ।

ନଦୀଗର୍ଭ ଓ ସେତୁର ଉପର ମୁଣ୍ଡରେ ମୌସୁମୀ ଜଳକୁ ସଂରକ୍ଷିତ କରି କ୍ଷୁଦ୍ର ଜଳସେଚନ, ପାନୀୟ ଜଳ ଏବଂ ଗୃହପାଳିତ ପଶୁଙ୍କ ବ୍ୟବହାର ପାଇଁ ଜଳ ଯୋଗାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ବ୍ରିଜ୍-କମ୍- ୱେୟାର’ ଯୋଜନା ଚଳାଇଛନ୍ତି । ଏହି ଯୋଜନାକୁ ୨୦୨୬-୨୭ ରୁ ୨୦୩୦-୩୧ ପର୍ଯ୍ୟନ୍ତ ୫ ବର୍ଷ ଅବଧି ପାଇଁ ୬୦୦ କୋଟି ଟଙ୍କା ଅନୁମୋଦନ ହୋଇଛି । ଏହା ସହିତ ୫୦୮ଟି ନୂତନ ପ୍ରକଳ୍ପର ନିର୍ମାଣ ଓ ପୂର୍ବରୁ ଚାଲୁ ରହିଥ‌ିବା ସମସ୍ତ ୧୬୨ଟି ଅଧୁରା ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ପାଇଁ ନିଷ୍ପତ୍ତି ହୋଇଛି ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ