ସୁନ୍ଦରପଦା ବୋମା ବିସ୍ଫୋରଣ ମାମଲା: ଏନ୍‌ଆଇଏର ଛାନ୍‌ଭିନ୍

ଭୁବନେଶ୍ୱର,: ସୁନ୍ଦରପଦା ଆଜାଦନଗର ବୋମା ବିସ୍ଫୋରଣ ମାମଲାରେ ଏବେ ଅଭିଯୁକ୍ତ ରୋହନ ରଞ୍ଜନ ରାଉତ ଉପରେ ଫୋକସ୍ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) । ତା’ ମୋବାଇଲ୍‌ରେ କିଛି ବୋମା ପ୍ରସ୍ତୁତିର ଭିଡିଓ ଓ ଫଟୋଚିତ୍ର ଥିବାର ସୁରାକ ମିଳିଛି । ଯାହାକି, ତା’ ବିସ୍ଫୋରଣ ସହ ରୋହନର ସମ୍ପୃକ୍ତି ନେଇ ଏନ୍ଆଇଏ ଅଧିକାରୀଙ୍କ ସନ୍ଦେହ ବଢ଼ାଉଛି । ଏନ୍ଆଇଏ ପକ୍ଷରୁ ଭୁବନେଶ୍ୱରର ୩ଟି ଜାଗାରେ ଛାନ୍‌ଭିନ୍ କରାଯାଇଛି । ବୋମା ଭିଡ଼ିବା ପାଇଁ ବ୍ୟବହୃତ ବିସ୍ଫୋରକ ଏବଂ ଅନ୍ୟାନ୍ୟ ସାମଗ୍ରୀ କେଉଁଠାରୁ ଅଣାଯାଇଥିଲା ଏବଂ ଏହାକୁ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥାନ୍ତା? ସେନେଇ ଖୋଳତାଡ଼ କରିବା ପାଇଁ ଏହି ଚଢ଼ଉ କରାଯାଇଥିଲା । ବିଶେଷକରି, ଆର୍‌ଡିଏକ୍ସ କିଣିବା ପାଇଁ କେଉଁଠାରୁ ଟଙ୍କା ଆସିଥିଲା, ସେ ନେଇ ମଧ୍ୟ ଏନ୍ଆଇଏ ଯାଞ୍ଚ କରୁଛି । ରୋହନର ସମ୍ପର୍କୀୟ, ସାଙ୍ଗସାଥୀଙ୍କୁ ପଚରାଉଚରା ଚାଲିଛି ।

ରୋହନର ପଟିଆରେ ଏକ ବାର ଅଛି । ଗୋଟିଏ ଟିମ୍ ପଟିଆରେ ଥିବା ରୋହନ ଘର ସହ ବାର୍‌ରେ ଯାଞ୍ଚ କରିଥିଲା । ସେଠାରୁ ରୋହନର ଏକ ଟାବ୍‌ଲେଟ୍ ସହ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରାଯାଇଛି । ସେହିପରି ସାଲିଆ ସାହିର ଏକ ଭଡ଼ା ଘରେ ଆଉ ଏକ ଟିମ୍ ତନାଘନା କରିଥିଲା । ବିସ୍ଫୋରଣର ମୁଖ୍ୟ କାର୍ପଟଦାର ମୃତକ ସେହେନୱାଜ ମଲ୍ଲିକ ଓରଫ ମଫି ଓ ରୋହନ ସହ ଅନ୍ୟ କିଛି ସହଯୋଗୀ ସେଠାରେ ଅଧିକାଂଶ ସମୟ ବିତାଉଥିଲେ । ଉକ୍ତ ଭଡ଼ା ଘରଟି ଅନ୍ୟ ଜଣେ ସହଯୋଗୀ ରହୁଛନ୍ତି । ଉକ୍ତ ଘରେ ବିସ୍ଫୋରଣ ସାମଗ୍ରୀ ଗଚ୍ଛିତ ରଖାଯାଉଥିବା ଏନ୍ଆଇଏ ସନ୍ଦେହ କରୁଛି ।

ସୁନ୍ଦରପଦା ଆଜାଦ ନଗର କଲୋନୀର ଏକ ୪ ମହଲା କୋଠାରେ ଏନ୍ଆଇଏ ଟିମ୍ ଛାନ୍‌ଭିନ୍ କରି ଫେରିଛି । ତଦନ୍ତରୁ ଜଣାପଡ଼ିଛି ଯେ ଧରାପଡ଼ିବା ଭୟ ଘାରିବା ପରେ ରୋହନ ତା’ ଫୋନ୍ର ଗ୍ୟାଲେରିରୁ କିଛି ଫଟୋ ଓ ଭିଡିଓକୁ ଡିଲିଟ୍ କରିଦେଇଥିଲା । ଏମିତିକି ହ୍ୱାଟସ୍ଆପ୍ରୁ ଅନେକ ସନ୍ଦିଗ୍ଧ ଚାର୍ଟ ମଧ୍ୟ ହଟାଇ ଦେଇଥିଲା । ବୋମା ପ୍ରସ୍ତୁତି ବେଳର ଭିଡିଓକୁ ନେଇ ଏବେ ଛାନ୍‌ଭିନ୍ ଚାଲିଛି । ମୃତକ ମଫି ଏସବୁ ଭିଡିଓ ରୋହନକୁ ପଠାଇଥିଲା ନା ଆଉ କିଏ ଏଥିରେ ସମ୍ପୃକ୍ତି ଅଛି । ଉକ୍ତ ଫୋନ୍‌କୁ ଯାଞ୍ଚ ପାଇଁ ଫୋରେନ୍ସିକ ଲାବୋରେଟୋରୀକୁ ପଠାଯାଇଛି ।

ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୭ ତାରିଖରେ ସୁନ୍ଦରପଦା ଆଜାଦ ନଗରରେ ଏହି ଭୟଙ୍କର ବିସ୍ଫୋରଣ ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ମଫି ଓ ତା’ ମା’ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ବିସ୍ଫୋରଣ ଘଟଣାରେ ୧୮ରୁ ଅଧିକରୁ ଲୋକଙ୍କୁ ପଚରାଉଚରା କରିସାରିଛି ଏନ୍ଆଇଏ ।

  • Related Posts

    ସୌମ୍ୟ ହତ୍ୟା ମାମଲା :୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

    ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ବଡ଼ ଖବର । ଏହି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି । ଦୀର୍ଘ ଦିନର ତଦନ୍ତ ପରେ…

    Continue reading
    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ