ବହି ତ୍ରୁଟି ମାମଲା : ଦାୟିତ୍ୱରେ ଥିବା ୧୫ ଅଧିକାରୀ ଜେରା ହେବେ

କଟକ/ଭୁବନେଶ୍ୱର : ପାଠ୍ୟପୁସ୍ତକ ତ୍ରୁଟି ଘଟଣାର ପ୍ରକୃତ ଦୋଷୀକୁ ଖୋଜୁଛି କ୍ରାଇମ୍‌ବ୍ରାଞ୍ଚ । ପ୍ରକୃତରେ କିଏ ଭୁଲ୍‌ କରିଛି, କେଉଁ କାରଣରୁ ଭୁଲ୍‌ ବହି ଛପା ଗଲା । ଏଥିପାଇଁ କେଉଁମାନେ ଦାୟୀ ? ଏସବୁକୁ ଗୋଟି ଗୋଟି କରି ଯାଞ୍ଚ କରୁଛି । ମାମଲା ହେବା ପରଠୁ କ୍ରାଇମ୍‌ବ୍ରାଞ୍ଚ ପ୍ରତିଦିନ ନୂଆ ନୂଆ ଦିଗକୁ ଧରୁଛି । ଗତକାଲି ଭୁବନେଶ୍ୱରରେ କ୍ରାଇମ୍‌ବ୍ରାଞ୍ଚର ୪ଟି ଟିମ୍‌ ୩ ସ୍ଥାନରେ ଛାନ୍‌ଭିନ୍‌ କରିଛନ୍ତି । ପାଠ୍ୟପୁସ୍ତକ ସଂଯୋଜନା ଦାୟିତ୍ୱରେ ଥିବା ଏସ୍‌ସିଇଆର୍‌ଟିର ୧୫ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ କ୍ରାଇମ୍‌ବ୍ରାଞ୍ଚ ଆଗକୁ ଡାକି ଜେରା କରିବ । ଏଥିସହ ସଂପାଦନା ମଣ୍ଡଳୀ, ସମୀକ୍ଷକ ମଣ୍ଡଳୀ ଏବଂ ବିଶେଷଜ୍ଞ ଟିମ୍‌କୁ ମଧ୍ୟ ଜେରା କରାଯିବ । ଆବଶ୍ୟକ ସ୍ଥଳେ ପାଠ୍ୟପୁସ୍ତକକୁ ଅନୁମୋଦନ ଦେଇଥିବା କୋର୍‌ କମିଟିକୁ ମଧ୍ୟ ଜେରା ପାଇଁ ଡକା ଯାଇପାରେ । ଏହା ମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ୍‌ ସ୍କାନର୍‌କୁ ଦୁଇ ଘରୋଇ ସଂସ୍ଥା ମାଲିକ ମଧ୍ୟ ଆସିଛନ୍ତି । ଏହି ଦୁଇ ଘରୋଇ ମୁଦ୍ରଣ ସଂସ୍ଥା ମାଲିକ ତ୍ରୁଟି ବିଷୟ ଜାଣିଥିଲେ ବୋଲି ତଦନ୍ତକାରୀ ଟିମ୍‌ ଜାଣିବାକୁ ପାଇଛି । ତେଣୁ ଖୁବ୍‌ଶୀଘ୍ର ସେମାନଙ୍କୁ ମଧ୍ୟ ଜେରା କରାଯିବ ବୋଲି ସୂଚନା ମିଳିଛି।

କ୍ରାଇମ୍‌ବ୍ରାଞ୍ଚର ସମସ୍ତ ଟିମ୍‌ ଗତକାଲି ଏକା ସାଙ୍ଗେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା), ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ୍‌ସିଇଆର୍‌ଟି), ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ନିର୍ଦ୍ଦେଶାଳୟ (ଟିବିପିଏମ୍‌)ରେ ଖୋଳତାଡ଼ କରିଛନ୍ତି। ସ୍କୁଲକୁ କେତେ ପାଠ୍ୟପୁସ୍ତକ ଯିବ, କେତେ ଦିନ ଭିତରେ ଯିବା କଥା, କେତେ ଟଙ୍କା ଖର୍ଚ୍ଚ ହେବ ଏସବୁ ଦାୟିତ୍ୱ ସଂପୂର୍ଣ୍ଣ ଭାବେ ଓସେପା ହାତରେ ରହିଛି । ତେଣୁ କ୍ରାଇମ୍‌ବ୍ରାଞ୍ଚ ଓସେପା କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ଓସେପା ନିର୍ଦ୍ଦେଶକ କୌଣସି କାରଣରୁ ନଥିବାରୁ ତାଙ୍କୁ ଯୋଗାଯୋଗ କରାଯାଇଥିଲା । ପାଠ୍ୟପୁସ୍ତକ ସେକ୍ସନର ଦାୟିତ୍ୱରେ ଥିବା ଉପନିର୍ଦ୍ଦେଶକ ଇତିଶ୍ରୀ ନାୟକଙ୍କୁ ତଦନ୍ତକାରୀ ଟିମ୍‌ ପଚାରଉଚରା କରିଛନ୍ତି । ସେଠାରୁ କେତେ ପରିମାଣର ପାଠ୍ୟପୁସ୍ତକ ଛାପିବା ପାଇଁ ଓସେପା ପ୍ରାରମ୍ଭିକ ଯୋଜନା କରିଥିଲା ତାର ତଥ୍ୟ ମାଗିଛନ୍ତି । ପାଠ୍ୟପୁସ୍ତକ ପ୍ରସ୍ତୁତିର ସମସ୍ତ ପ୍ରକ୍ରିୟା କ’ଣ ଥିଲା? କେତେ ପିଲାଙ୍କ ପାଇଁ ବହି ଛାପିବାକୁ କୁହାଯାଇଥିଲା? କେତେ ପରିମାଣର ବହି ଛାପିବାକୁ କୁହାଯାଇଥିଲା? କେତେ ଟଙ୍କା ଏହି ବାବଦକୁ ଖର୍ଚ୍ଚ ହୋଇଛି, କେଉଁ ଆଧାରରେ ଏହି ସବୁ ଟଙ୍କା ଓସେପାରୁ ଅନୁମୋଦନ ପାଇ ଦିଆଯାଇଛି? କେତେ ଥରରେ ଏହି ଟଙ୍କାକୁ ଅନୁମୋଦନ କରାଯାଇଛି? କେଉଁ କେଉଁ ଆଧାରରେ ଏହା ଦିଆଯାଇଛି? ଏନେଇ ସମୟସୀମା କ’ଣ ରହିଥିଲା? ଏହି ସମସ୍ତ ତଥ୍ୟ ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଏକାଠି କରି ସଂଧ୍ୟା ସୁଦ୍ଧା କ୍ରାଇମ୍‌ବ୍ରାଞ୍ଚ୍‌ କାର୍ଯ୍ୟାଳୟରେ ପହଞ୍ଚାଇବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ଆଉ ଏକ ଟିମ୍‌ ଏସ୍‌ସିଇଆର୍‌ଟି କାର୍ଯ୍ୟାଳୟକୁ ଯାଇ ପୁଣି ପାଠ୍ୟପୁସ୍ତକ ପ୍ରସ୍ତୁତି ସଂପର୍କିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଯାଞ୍ଚ କରିଛନ୍ତି । ବିଶେଷ କରି ପାଠ୍ୟପୁସ୍ତକ ପ୍ରସ୍ତୁତି ସମୟରେ କରାଯାଇଥିବା ମୂଳ ପାଣ୍ଡୁଲିପି (ମାନୁସ୍କ୍ରିପ୍ଟ)କୁ ନେଇଛନ୍ତି । ୫୫ଟି ବହିର ଏହି ପାଣ୍ଡୁଲିପିକୁ ସଂଗ୍ରହ କରିଛନ୍ତି । ସମୀକ୍ଷା ପରେ ଡିଟିପି ହୋଇ ଆସିଥିବା ସ୍କ୍ରିପ୍ଟକୁ ମଧ୍ୟ ନେଇଛନ୍ତି । ଏଥିସହ ଆଉ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ନେଇଛନ୍ତି । ଅନ୍ୟ ଏକ ତଦନ୍ତକାରୀ ଟିମ୍‌ ଖାରବେଳନଗରରେ ଥିବା ଟିବିପିଏମ୍‌ ଯାଇ ଦୀର୍ଘ ସମୟ ତନାଘନା କରିଛି । ଦୀର୍ଘ ୫ ଘଣ୍ଟା ପର୍ଯ୍ୟନ୍ତ ସେଠାରେ ତଦନ୍ତକାରୀ ଟିମ୍‌ ରହିଥିଲା । ସେଠାରେ ଏସ୍‌ସିଇଆର୍‌ଟିରୁ ପାଠ୍ୟପୁସ୍ତକ ମୁଦ୍ରଣ ପାଇଁ ଆସିଥିବା ଦସ୍ତାବିଜ୍‌କୁ ସାଙ୍ଗରେ ନେଇଛନ୍ତି । ପ୍ରିଣ୍ଟିଂ ପରେ ପ୍ରକାଶିତ ୫୫ଟି ପାଠ୍ୟପୁସ୍ତକକୁ ମଧ୍ୟ ଏକା ସାଙ୍ଗେ ନେଇଛନ୍ତି । ଏସ୍‌ସିଇଆର୍‌ଟି ପକ୍ଷରୁ ହୋଇଥିବା ଚିଠି ଏବଂ ଘରୋଇ ପ୍ରେସ୍‌କୁ ଛାପିବା ଦାୟିତ୍ୱ ଦେବାରୁ ହୋଇଥିବା ଟେଣ୍ଡର ସଂପର୍କିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରାଯାଇଛି । ବହିଛପା ତ୍ରୁଟି ଜାଣିବା ପାଇଁ ହାର୍ଡକପି ସହିତ ପିଡିଏଫ୍‌ ଜବତ କରାଯାଇଛି ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ