‘ବିକ୍ରମ-୧’ର ଉତକ୍ଷେପଣ: ବେସରକାରୀ ମହାକାଶ କ୍ଷେତ୍ର ପାଇଁ ବଡ଼ ମାଇଲଖୁଣ୍ଟ

ଆନ୍ଧ୍ରପ୍ରଦେଶ: ଧମାକାଦାର ଲଞ୍ଚିଂ ପରେ ନୂଆ ଇତିହାସ ରଚିଲା ‘ବିକ୍ରମ-୧’ର । ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧’ର ପୁନର୍ବାର କାଉଣ୍ଟଡାଉନ ପରେ ଆଜି ମହାକାଶକୁ ଉଡ଼ାଣ ଭରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ପୂର୍ବାହ୍ନ ୧୨ଟା ୦୫ ମିନିଟ ଏହି ବହୁ ପ୍ରତିକ୍ଷିତ ରକେଟ୍‌ର ଉତକ୍ଷେପଣ କରାଯାଇଛି । ଭାରତର ବେସରକାରୀ ମହାକାଶ କ୍ଷେତ୍ର ପାଇଁ ଏହା ଏକ ବଡ଼ ମାଇଲଖୁଣ୍ଟ । ଏହି ଅତ୍ୟାଧୁନିକ ରକେଟ୍କୁ ହାଇଦ୍ରାବାଦର ପ୍ରସିଦ୍ଧ ସ୍ପେସ୍-ଟେକ୍ ଷ୍ଟାର୍ଟଅପ୍ କମ୍ପାନୀ ‘ସ୍କାଇରୁଟ୍ ଏରୋସ୍ପେସ୍’ ପ୍ରସ୍ତୁତ କରିଛି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ରକେଟ୍ ଭାରତୀୟ ଇଞ୍ଜିନିୟରମାନଙ୍କ ଦକ୍ଷତାର ପ୍ରମାଣ ଦେଉଛି । ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ରେ ସ୍ପେସ୍-ଟେକ୍ ଷ୍ଟାର୍ଟଅପ୍ ‘ସ୍କାଇରୁଟ୍ ଏରୋସ୍ପେସ୍’ର ପ୍ରଥମ ଘରୋଇ ରକେଟ୍ ‘ବିକ୍ରମ-୧’ ମିଶନ ଆଗମନ ଉତକ୍ଷେପଣ ହେବାର ଥିଲା । ମାତ୍ର ଉଡ଼ାଣର ଠିକ୍ ୫ ମିନିଟ୍ ପୂର୍ବରୁ ଅର୍ଥାତ୍ ୧୧:୨୫ ରେ ଏହାକୁ ମିଶନ କଣ୍ଟ୍ରୋଲ୍ ଟିମ୍ ଦ୍ୱାରା “ପ୍ଲାନଡ୍ ହୋଲ୍ଡ” ରେ ରଖାଯାଇଥିଲା । ରକେଟ୍‌ଟି ଶ୍ରୀହରିକୋଟା ଲଞ୍ଚ୍ ପ୍ୟାଡ୍‌ରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା ଏବଂ ଗ୍ରୀନ୍ ସିଗନାଲ୍ ମିଳିବା ମାତ୍ରେ ୧୨.୦୫ରେ ଏହା ଉଡ଼ାଣ ଭରିଥିଲା ।
ଏହା ଦେଶର ପ୍ରଥମ ବେସରକାରୀ ରକେଟ୍ ଯାହା ଉପଗ୍ରହଗୁଡ଼ିକୁ କକ୍ଷପଥରେ ସ୍ଥାପିତ କରି ଭାରତୀୟ ସ୍ପେସ୍ ସେକ୍ଟରରେ ଏକ ନୂଆ ଯୁଗର ଆରମ୍ଭ କରିବ । ପାରମ୍ପରିକ ଷ୍ଟିଲ୍ ବଦଳରେ ଏହାକୁ ସମ୍ପୂର୍ଣ୍ଣ ହାଲୁକା ଓ ଶକ୍ତ ‘ଅଲ୍-କାର୍ବନ କମ୍ପୋଜିଟ୍’ରେ ତିଆରି କରାଯାଇଛି, ଯାହା ଏହାର କ୍ଷମତା ବଢ଼ାଇଥାଏ । ଏହି ରକେଟ୍‌ର ଅର୍ବିଟାଲ୍ ଆଡଜଷ୍ଟମେଣ୍ଟ ମଡ୍ୟୁଲ୍‌ରେ ଭାରତର ପ୍ରଥମ ସମ୍ପୂର୍ଣ୍ଣ 3D-ପ୍ରିଣ୍ଟେଡ୍ ଲିକ୍ୱିଡ୍ ଇଞ୍ଜିନ୍ ବ୍ୟବହାର କରାଯାଇଛି । ଏହି ମିଶନ ସହିତ ‘EMBRACE’ ଟେକ୍ନୋଲୋଜି ଯାଉଛି, ଯାହା ଭବିଷ୍ୟତରେ ମହାକାଶରେ ଜମା ହେଉଥିବା ଆବର୍ଜନାକୁ ସଫା କରିବା ପାଇଁ ରୋବୋଟିକ୍ ଆର୍ମର ପରୀକ୍ଷଣ କରିବ । ଏଥିରେ ଡ. ବିକ୍ରମ ସାରାଭାଇ, ସିଭି ରମଣ ଏବଂ ଡ. ଏପିଜେ ଅବଦୁଲ କଲାମଙ୍କର ଚାଉଳ ଦାନାଠୁ ଛୋଟ ସୁନାର ମୂର୍ତ୍ତି, ଏକ ଲ୍ୟାବ୍-ଗ୍ରୋନ୍ ଡାଇମଣ୍ଡ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବନ୍ଦେ ମାତରମ୍’ ଶୁଭେଚ୍ଛା ବାର୍ତ୍ତା ମହାକାଶକୁ ପଠାଯାଉଛି ।

ସୂଚନାଯୋଗ୍ୟ ଯେ, ସ୍କାଇରୁଟ୍ କମ୍ପାନୀ ଏହା ପୂର୍ବରୁ ୨୦୨୨ ମସିହାରେ ‘ବିକ୍ରମ-ଏସ୍’ ନାମକ ଏକ ସବ୍-ଅର୍ବିଟାଲ୍ ରକେଟ୍ ସଫଳତାର ସହ ଲଞ୍ଚ କରିସାରିଛି । ତେବେ ସେହି ମିଶନରେ କୌଣସି ସାଟେଲାଇଟ୍କୁ କକ୍ଷପଥରେ ସ୍ଥାପିତ କରାଯାଇ ନଥିଲା । ‘ବିକ୍ରମ-୧’ ଏକାଧିକ ଗ୍ରାହକଙ୍କ ଛୋଟ ଛୋଟ ସାଟେଲାଇଟ୍କୁ ପୃଥିବୀ ପୃଷ୍ଠରୁ ପ୍ରାୟ ୪୫୦ କିଲୋମିଟର ଉଚ୍ଚରେ ଥିବା ଲୋ-ଅର୍ଥ ଅର୍ବିଟରେ ପହଞ୍ଚାଇବ । କମ୍ପାନୀର ତିନୋଟି ଗୁରୁତ୍ୱପୂର୍ଣ୍ଣ ଡେଭେଲପମେଣ୍ଟ ମିଶନ୍ ମଧ୍ୟରୁ ଏହା ପ୍ରଥମ । ଏହି ମିଶନ୍ ସଫଳ ହେବା ପରେ, ରକେଟ୍କୁ ନିୟମିତ କମର୍ସିଆଲ୍ ଲଞ୍ଚିଂ ପାଇଁ ବ୍ୟବହାର କରାଯିବ ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ର ଦୁଇ ଜଣ ପୂର୍ବତନ ଇଞ୍ଜିନିୟର ପବନ କୁମାର ଚନ୍ଦାନା ଏବଂ ନାଗା ଭରତ ଡାକାଙ୍କ ମିଳିତ ପ୍ରୟାସରେ ୨୦୧୮ ମସିହାରେ ସ୍କାଇରୁଟ୍ ଏରୋସ୍ପେସ୍‌ର ଜନ୍ମ ହୋଇଥିଲା । ୨୦୨୦ ମସିହାରେ ଯେତେବେଳେ ଭାରତ ସରକାର ସ୍ପେସ୍ ସେକ୍ଟରକୁ ବେସରକାରୀ କମ୍ପାନୀଗୁଡ଼ିକ ପାଇଁ ସୁଯୋଗ ଦେଲେ, ସେତେବେଳେ ସ୍କାଇରୁଟ୍ ରକେଟ୍ ନିର୍ମାଣ କାର୍ଯ୍ୟକୁ ଆହୁରି ତେଜ୍ କରିଦେଇଥିଲା । ଆଉ ଆଜି ‘ବିକ୍ରମ-୧’ ସେହି କଠିନ ପରିଶ୍ରମର ସବୁଠାରୁ ବଡ଼ ସଫଳତା ଭାବେ ଉଭା ହୋଇଛି ।

  • Related Posts

    ଆଶାରାମ ବାପୁଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ବାସ୍ଥ୍ୟଗତ ସମସ୍ୟା…

    Continue reading
    ଘର ଭୁଶୁଡ଼ି ଗୋଟିଏ ପରିବାରର ୬ ମୃତ

    ପ୍ରତାପଗଡ: ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ମହୁଲି ବଜାର ଅଞ୍ଚଳରେ ଗୁରୁବାର ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ କୋମଳମତି ଶିଶୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ