
ନିମାପଡ଼ା: ଆଜି ଅପରାହ୍ନରେ ନିମାପଡ଼ା ଥାନା ଅନ୍ତର୍ଗତ ଭିଳିଗ୍ରାମ ପଂଚାୟତ ନିମଘର ଗ୍ରାମରେ ବଜ୍ର ପାତ ଘଟି ଜଣେ ମେଣ୍ଡା ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଏହି ଗ୍ରାମର ବଂଶୀଧର ବେହେରା ବୋଲି ଜଣାପଡିଛି। ପ୍ରକାଶ ଯେ, ଅପରାହ୍ନରେ ଘର ନିକଟ ପଡ଼ିଆରେ ବଂଶୀଧର ମେଣ୍ଢା ଚରାଉଥିବା ବେଳେ ବଜ୍ର ପାତ ତାଙ୍କ ଉପରେ ପଡ଼ିଥିଲା । ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ନିମାପଡ଼ା ମେଡିକାଲ କୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏସମ୍ପର୍କରେ ମୃତକଙ୍କ ପୁଅ ଅକ୍ଷୟ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ନିମାପଡ଼ାରୁ ବସନ୍ତ ନାୟକଙ୍କ ରିପୋର୍ଟ




