ଏନଇଇଟିକୁ ସମ୍ପୂର୍ଣ୍ଣ ବନ୍ଦ କର: ବିଜୟ ଥାଲାପତି

ଚେନ୍ନାଇ: କକ୍ରୋଚ୍ ଜନତା ପାର୍ଟି(ସିଜେପି)ର ବିରୋଧ ମଧ୍ୟରେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଥାଲାପତି କେନ୍ଦ୍ର ସରକାରଙ୍କ ନିକଟରେ ଏକ ବଡ଼ ଦାବି କରିଛନ୍ତି। ସେ ଏନଇଇଟି ପରୀକ୍ଷାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆହ୍ୱାନ କରିଛନ୍ତି। ପ୍ରତିବାଦ ସମୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଟକ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଜୟ ପ୍ରତିକ୍ରିୟା ଦେଇଛନ୍ତି। ବିଜୟ ଥାଲାପତିଙ୍କ ପାର୍ଟି ଟିଭିକେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛି,ଏନଇଇଟି ପରୀକ୍ଷା ଲାଗୁ ହେବା ପରଠାରୁ, କେବଳ ଏହାର ବିଶ୍ୱସନୀୟତା କ୍ଷୁର୍ଣ୍ଣ ହୋଇଛି ତାହା ନୁହେଁ, ବରଂ ଛାତ୍ରଛାତ୍ରୀମାନେ ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି ଏବଂ ସେମାନଙ୍କର ଭବିଷ୍ୟତର ସ୍ୱପ୍ନ ଏକ ବଡ଼ ପ୍ରଶ୍ନବାଚୀ ପାଲଟିଛି।
ଏନଇଇଟି ପରୀକ୍ଷା ଦ୍ୱାରା ପ୍ରତିବର୍ଷ ଛାତ୍ରଛାତ୍ରୀଙ୍କ ଉପରେ ହେଉଥିବା କ୍ଷତି ଅସୀମ। ତେଣୁ, ଆମେ କେନ୍ଦ୍ର ସରକାରଙ୍କୁ ଏନଇଇଟି ପରୀକ୍ଷାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଦୃଢ଼ ଅନୁରୋଧ କରୁଛୁ।ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ପ୍ରତିବାଦରେ ବସିଥିବା ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖାର୍ଗେ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବରିଷ୍ଠ ନେତାମାନଙ୍କୁ ଅଟକ ରଖିବା ବିଷୟରେ ଟିଭିକେ କହିଛନ୍ତି ଯେ ରାଜଧାନୀରେ ଗଣତନ୍ତ୍ରର ଏପରି ଦମନ ଅତ୍ୟନ୍ତ ନିନ୍ଦନୀୟ। ଦିଲ୍ଲୀରେ ଯୁବବର୍ଗଙ୍କ ଅହିଂସା ପ୍ରତିବାଦକୁ ସମର୍ଥନ କରି ଧାରଣା ଦେଇଥିବା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀ ପୁଲିସ ଟାଣି ଟାଣି ହାତକଡ଼ି ଲଗାଇବା ଗଣତାନ୍ତ୍ରିକ ଅଧିକାର ଉପରେ ଏକ ଖୋଲା ଆକ୍ରମଣ।

  • Related Posts

    ବନ୍ଦେ ଭାରତ ଟ୍ରେନରେ ଗଲା ଜୀବନ୍ତ ମାନବ ହୃତପିଣ୍ଡ

    ଅହମ୍ମଦାବାଦ: ପ୍ରଥମ ଥର ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯୋଗେ ଏକ ଜୀବନ୍ତ ମାନବ ହୃତପିଣ୍ଡ ସଫଳତାର ସହ ପରିବହନ କରାଯାଇଛି । ଅଙ୍ଗ ପ୍ରତିରୋପଣ ଏବଂ ଜରୁରୀକାଳୀନ ଚିକିତ୍ସା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବା ସହ…

    Continue reading
    ପେରୁରେ ପ୍ଲେନ୍ କ୍ରାସ୍‌, ୧୩ ମୃତ

    ନୂଆଦିଲ୍ଲୀ: ଭୟଙ୍କର ବିମାନ ଦୁର୍ଘଟଣା । ମଝି ଆକାଶରୁ ଖସି ପଡିଲା ପ୍ଲେନ୍ । ହୁତୁ ହୁତ ହୋଇ ଜଳିଲା । ଚାଲିଗଲା ୧୩ ଜୀବନ । ପେରୁର ଦକ୍ଷଣ ଅଞ୍ଚଳ ନାଜକା ସହରରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ