ମନ୍ତ୍ରୀଙ୍କୁ ମୋଦୀଙ୍କ ପରାମର୍ଶ: ଇନଷ୍ଟାଗ୍ରାମରେ ସକ୍ରିୟ ରୁହନ୍ତୁ, ଯୁବପିଢ଼ିଙ୍କ ସହ ଯୋଡ଼ିହୁଅନ୍ତୁ

ନୂଆଦିଲ୍ଲୀ:କେନ୍ଦ୍ର ମନ୍ତ୍ରୀମାନେ ସୋସିଆଲ ମିଡିଆ, ବିଶେଷକରି ଇନଷ୍ଟାଗ୍ରାମରେ ଅଧିକ ସକ୍ରିୟ ରହି ଯୁବପିଢ଼ିଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରାମର୍ଶ ଦେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସେ ମନ୍ତ୍ରୀମାନଙ୍କୁ ସରକାରୀ କାର୍ଯ୍ୟକ୍ରମର ସୂଚନା ସହିତ ଇଣ୍ଟରାକ୍ଟିଭ୍ କଣ୍ଟେଣ୍ଟ ପୋଷ୍ଟ କରି ସାଧାରଣ ଲୋକଙ୍କ, ବିଶେଷକରି ଯୁବପିଢ଼ିଙ୍କ ସହ ସକ୍ରିୟ ଭାବେ ଯୋଡ଼ି ରହିବାକୁ କହିଛନ୍ତି।

ବୈଠକରେ ପ୍ରଧାନମନ୍ତ୍ରୀ ପ୍ରଥମେ ମନ୍ତ୍ରୀମାନଙ୍କୁ ପଚାରିଥିଲେ ଯେ କେତେଜଣ ନିୟମିତ ଭାବେ ଇନଷ୍ଟାଗ୍ରାମ ବ୍ୟବହାର କରୁଛନ୍ତି। ପ୍ରଧାନମନ୍ତ୍ରୀ ମନ୍ତ୍ରୀମାନଙ୍କୁ ରିଲ୍, ସ୍ୱଳ୍ପଦୈର୍ଘ୍ୟର ଭିଡିଓ ଓ ଅନ୍ୟାନ୍ୟ ଆକର୍ଷଣୀୟ ଡିଜିଟାଲ୍ ଫର୍ମାଟ୍ ବ୍ୟବହାର କରି ନିଜ ମନ୍ତ୍ରଣାଳୟର କାର୍ଯ୍ୟ ଓ ସରକାରଙ୍କ ଯୋଜନାକୁ ସହଜ ଭାଷାରେ ଉପସ୍ଥାପନ କରିବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। “ଯୁବକମାନେ ଇନଷ୍ଟାଗ୍ରାମରେ ଅଛନ୍ତି। ସେମାନଙ୍କ ସହ ନିରନ୍ତର ଜଡ଼ିତ ରହିବା ଆବଶ୍ୟକ,” ବୋଲି ସେ କହିଥିବା ନେଇ ସୂଚନା ମିଳିଛି ।ଏହାର କିଛି ଘଣ୍ଟା ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜେ ଇନଷ୍ଟାଗ୍ରାମରେ ଏକ ମଧ୍ୟରାତ୍ରି ରିଲ୍ ପୋଷ୍ଟ କରିଥିଲେ। ‘ବନ୍ଧୁ’ ସମ୍ବୋଧନରୁ ଆରମ୍ଭ ହୋଇଥିବା ଏହି ଭିଡିଓ ଡିଜିଟାଲ୍ ମାଧ୍ୟମରେ ସିଧାସଳଖ ଜନସମ୍ପର୍କ ବୃଦ୍ଧି ଉପରେ ସରକାରଙ୍କ ଗୁରୁତ୍ୱକୁ ପ୍ରତିଫଳିତ କରିଥିବା କୁହାଯାଉଛି।
ଏପରି ସମୟରେ ପ୍ରଧାନମନ୍ତ୍ରୀଙ୍କ ଏହି ପରାମର୍ଶ ଆସିଛି, ଯେତେବେଳେ ନିଟ-ୟୁଜି–୨୦୨୬ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଜନ୍ତର ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଛି। ଇନଷ୍ଟାଗ୍ରାମ ରିଲ୍, ଭାଇରାଲ୍ ଭିଡିଓ ଓ ଲାଇଭ୍ ଅପଡେଟ୍ ମାଧ୍ୟମରେ ଏହି ଆନ୍ଦୋଳନ ବ୍ୟାପକ ପ୍ରସାର ପାଇଥିବାରୁ ଡିଜିଟାଲ୍ ପ୍ଲାଟଫର୍ମର ପ୍ରଭାବ ଆହୁରି ବଢ଼ିଥିବା ଦେଖାଯାଉଛି।

  • Related Posts

    ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

    ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍…

    Continue reading
    ବିପତ୍ତି ସମୟରେ ରାଜନୀତି ନକରି ସେବା ଉପରେ ଗୁରୁତ୍ୱ ଦିଅ: ରାଜସ୍ୱ ମନ୍ତ୍ରୀ

    ଓଡ଼ିଶାରେ ବନ୍ୟା ସ୍ଥିତିରେ ସୁଧାର, କ୍ଷୟକ୍ଷତି ଆକଳନ ଆରମ୍ଭ ଭୁବନେଶ୍ୱର: ବନ୍ୟା ସମୟରେ ଚାଲିଥିବା ରାଜନୈତିକ ବୟାନବାଜିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, “ଯେଉଁମାନେ କେବଳ ବୟାନବାଜି କରନ୍ତି ସେମାନେ ପ୍ରକୃତରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ