ବିପତ୍ତି ସମୟରେ ରାଜନୀତି ନକରି ସେବା ଉପରେ ଗୁରୁତ୍ୱ ଦିଅ: ରାଜସ୍ୱ ମନ୍ତ୍ରୀ

ଓଡ଼ିଶାରେ ବନ୍ୟା ସ୍ଥିତିରେ ସୁଧାର, କ୍ଷୟକ୍ଷତି ଆକଳନ ଆରମ୍ଭ
ଭୁବନେଶ୍ୱର: ବନ୍ୟା ସମୟରେ ଚାଲିଥିବା ରାଜନୈତିକ ବୟାନବାଜିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, “ଯେଉଁମାନେ କେବଳ ବୟାନବାଜି କରନ୍ତି ସେମାନେ ପ୍ରକୃତରେ କାମ କରନ୍ତି ନାହିଁ। କିନ୍ତୁ ଯେଉଁମାନେ ଚୁପ୍ ରହି କାମ କରନ୍ତି, ସେମାନେ ହିଁ ଲୋକଙ୍କ ସେବା କରିଥାନ୍ତି।” ବିପତ୍ତି ସମୟରେ ରାଜନୀତି ନକରି ସେବା ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

ଓଡ଼ିଶାରେ ବନ୍ୟା ସ୍ଥିତିକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ , ବନ୍ୟା ପରିସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି । ବନ୍ୟା ଜଳ ଛାଡ଼ିବା ପରେ ଏବେ କ୍ଷୟକ୍ଷତିର ଆକଳନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ୱ ଏବଂ କୃଷି ବିଭାଗର ଅଧିକାରୀମାନେ ଫିଲ୍ଡକୁ ଓହ୍ଲାଇ କ୍ଷୟକ୍ଷତିର ସର୍ଭେ କରୁଛନ୍ତି । ବିଶେଷ କରି ଚାଷ, ଘର ଏବଂ ସରକାରୀ ସମ୍ପତ୍ତିର କେତେ କ୍ଷତି ହୋଇଛି, ସେ ନେଇ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମ୍ପ୍ରତିକ ବନ୍ୟାରେ ରାଜ୍ୟର ପ୍ରାୟ ୨୨ଟି ଜିଲ୍ଲା ଏବଂ ୮ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି । ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଏବଂ କଟକର କିଛି ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି । ସ୍ଥିତିର ସମୀକ୍ଷା ପାଇଁ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ‘ଗ୍ରାଉଣ୍ଡ ଜିରୋ’କୁ ଯାଇ ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ରାଜ୍ୟର ଅନେକ ସ୍ଥାନରେ ଘର ଭାଙ୍ଗିବା ସହ ପନିପରିବା ଚାଷ ବ୍ୟାପକ ଭାବେ ନଷ୍ଟ ହୋଇଛି । ଏହାର ରିପୋର୍ଟ ହସ୍ତଗତ ହେବା ପରେ ପ୍ରଭାବିତଙ୍କୁ ସହାୟତା ପ୍ରଦାନ କରାଯିବ । ସେହିପରି ଶକ୍ତି, ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ସମ୍ପତ୍ତି ସହ ଅନେକ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏସବୁର ତୁରନ୍ତ ମରାମତି ପାଇଁ ସରକାର ଆବଶ୍ୟକୀୟ ଅର୍ଥରାଶି ଯୋଗାଇ ଦେବେ ବୋଲି ଜଣାପଡ଼ିଛି । ବନ୍ୟା ପରବର୍ତ୍ତୀ ରୋଗରୁ ରକ୍ଷା ପାଇବା ପାଇଁ ପଞ୍ଚାୟତିରାଜ, ସ୍ୱାସ୍ଥ୍ୟ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଶୋଧନ କାର୍ୟ୍ୟ ଜାରି ରହିଛି । ନଦୀବନ୍ଧରେ ସୃଷ୍ଟି ହୋଇଥିବା ଘାଇଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠାରେ ଘାଇ ସୃଷ୍ଟି ହୋଇଛି, ସେଠାରେ ଅଧିକ ମଜବୁତ ଘାଇ ନିର୍ମାଣ କରିବାକୁ କୁହାଯାଇଛି, ଯାହାଫଳରେ ଭବିଷ୍ୟତରେ ଏଭଳି ବିପଦକୁ ଏଡ଼ାଯାଇପାରିବ।

ରାଜ୍ୟର ବନ୍ୟା ସଙ୍କଟ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହଯୋଗର ହାତ ବଢ଼ାଯାଇଛି। ରାଜ୍ୟ ସରକାର ସହାୟତା ରାଶି ମାଗିବା ପୂର୍ବରୁ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଅଗ୍ରିମ ୫୦୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।

  • Related Posts

    ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

    ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍…

    Continue reading
    ବନ୍ୟା ସ୍ଥିତିକୁ ନେଇ ସାଂସଦ ବିଧାୟିକା ମୁଁହାମୁଁହି

    ଯାଜପୁର: ବନ୍ୟା ପରିସ୍ଥିତିକୁ ନେଇ ବିଂଝାରପୁର ବ୍ଲକ କାର୍ଯ୍ୟାଳୟରେ ମୁଁହାମୁଁହି ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଓ ବିଧାୟିକା ପ୍ରମିଳା ମଲ୍ଲିକ । ଖରସ୍ରୋତା ନଦୀରେ ବନ୍ୟା ଯୋଗୁ ବିଂଝାରପୁର ବ୍ଲକ ଅନେକ ପଂଚାୟତ କ୍ଷତିଗ୍ରସ୍ତ ହେଇଛି । ବନ୍ୟା ଜଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ