ବନ୍ୟା ସ୍ଥିତିକୁ ନେଇ ସାଂସଦ ବିଧାୟିକା ମୁଁହାମୁଁହି

ଯାଜପୁର: ବନ୍ୟା ପରିସ୍ଥିତିକୁ ନେଇ ବିଂଝାରପୁର ବ୍ଲକ କାର୍ଯ୍ୟାଳୟରେ ମୁଁହାମୁଁହି ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଓ ବିଧାୟିକା ପ୍ରମିଳା ମଲ୍ଲିକ । ଖରସ୍ରୋତା ନଦୀରେ ବନ୍ୟା ଯୋଗୁ ବିଂଝାରପୁର ବ୍ଲକ ଅନେକ ପଂଚାୟତ କ୍ଷତିଗ୍ରସ୍ତ ହେଇଛି । ବନ୍ୟା ଜଳ ବିଭିନ୍ନ ପଂଚାୟତରେ ପଶିଯିବା ହେତୁ ଚାଷ ଜମି,କଚା ଘର ଭାଙ୍ଗି ଯାଇଛି । ଏହି ଘଟଣାକୁ ନେଇ ବିଂଝାରପୁର ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଥିଲା । ଏହି ବୈଠକରେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଓ ବିଧାୟିକା ପ୍ରମିଳା ମଲ୍ଲିକ ଯୋଗ ଦେଇ ଥିଲେ ।

ତେବେ ବୈଠକ ପରେ ବ୍ଲକ କାର୍ଯ୍ୟାଳୟ ବାହାରେ ବିଧାୟିକା ପ୍ରମିଳା ମଲ୍ଲିକ ସାଂସଦଙ୍କୁ ଏତେ ଦିନ ହେବ କୁଆଡେ ଯାଇଥିଲ କହି ପ୍ରଶ୍ନ ଉଠାଇଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହେଇଥିଲା । ଧୀରେ ଧୀରେ ଏହି ଘଟଣା ଅଧିକ ତୀବ୍ର ହୋଇଥିଲା । ଉଭୟ ଦଳୀୟ କର୍ମୀଙ୍କ ମଧ୍ୟରେ ବନ୍ୟା ସମସ୍ୟାକୁ ନେଇ ପାଟିତୁଣ୍ଡ ହେଇଥିଲା । ସେପଟେ ସ୍ଥାନୀୟ ପୋଲିସ ଉଭୟଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଆୟତ୍ତକୁ ଆସିଥିଲା ।
ଏହି ଘଟଣାକୁ ନେଇ ପତିକ୍ରିୟା ଦେଇଛନ୍ତି ବିଧାୟିକା ପ୍ରମିଳା ମଲ୍ଲିକ । ବିଧାୟିକା କହିଛନ୍ତି ଯଦି ମାମୁ ଭଣଜା ଘାଇ ହେଇଥିଲା ଏଇଟା କଣ ତାଙ୍କର ସ୍ୱାମୀ ସ୍ତ୍ରୀ ଘାଇ । ଆପଣ ମାନେ ବୁଝୁଥିବେ ସ୍ୱାମୀ ସ୍ତ୍ରୀ ଘାଇ କଣ ? ବନ୍ୟା ପାଇଁ ଜିଲ୍ଲାପାଳ ତ ହାତ ଟେକି ଦେଉଛନ୍ତି କହୁଛନ୍ତି କିଛି ନାହିଁ । ଏବେ ଯେତେ ଡିମାଣ୍ଡ କଲେ କହୁଛନ୍ତି ଏସଆରସିଙ୍କ ସହିତ କଥା ହେବି, ଗୋ ଖାଦ୍ୟ କଥା କହିଲେ କହୁଛନ୍ତି ଏସଆରସିଙ୍କ ସହିତ ଆଲୋଚନା କରିବି, ଚୁଡା କାହିଁ ନାଁ ଏସଆରସିଙ୍କ ସହିତ ଆଲୋଚନା କରିବି । ଯଦି ଏସଆରସିଙ୍କ ସହିତ ଆଲୋଚନା ହେଇ ନାହିଁ ସରକାରୀ ପ୍ରସ୍ତୁତି ହେଇନାହିଁ କାହିଁ ଫିଲଡକୁ ଆସି ଲଜ୍ଜିତ ହେଉଛନ୍ତି ମିଛ ବାଜା କାହିଁକି ବଜାଉଛନ୍ତି ? ବନ୍ୟା ପାଣିରେ ଲୋକ ହନ୍ତସନ୍ତ ହେବା ବେଳେ ଏମାନେ କାହିଁକି ଫଟୋ ଉଠେଇବାକୁ ଆସୁଛନ୍ତି ?

ବନ୍ୟା ହେବାର 4 ଦିନ ପୂର୍ବରୁ ବନ୍ୟା ଆସିବା ନେଇ ସରକାର ଅବଗତ କରାଉଛନ୍ତି । କିନ୍ତୁ ବନ୍ୟା ଆସିବା ପୂର୍ବରୁ ଗୋ ଖାଦ୍ୟ ,ଶୁଖିଲା ଖାଦ୍ୟ ,ପିଇବା ପାଣି ଓ ମେଡ଼ିସିନ ଆଦି ଷ୍ଟକ ରୁହେ , କିନ୍ତୁ ଏସବୁ କିଛି ବ୍ୟବସ୍ଥା ନକରି କେବଳ ଫଟୋ ଉଠାଇବାକୁ ସାଂସଦ ଆସିଥିବା ବିଧାୟକ ଅଭଯୋଗ କରିଛନ୍ତି । ବିଧାୟକ ଆହୁରି କହିଛନ୍ତି ଯେ ଲୋକଙ୍କୁ ହଇରାଣ କରିବା, ଜବତ କରି ରଖିବା, ହନ୍ତସନ୍ତ କରି ରଖିବା ପାଇଁ ଲୋକଙ୍କ ସରକାର । ଲୋକ କେତେ ହନ୍ତସନ୍ତ ହୋଇପାରିବେ, କେତେ ଘର ଭାଙ୍ଗି ପାରିବ, କେତେ ଚାଷୀଙ୍କ ଫସଲ ନଷ୍ଟ ହୋଇପାରିବ, ପିଲା କେତେ ଭୁଲ ପାଠ ପଢି ପାରିବେ, ପିଲାଙ୍କ ସ୍କୁଲ କେତେ ଦିନ ବନ୍ଦ ହେଇପାରିବ ଏସବୁ ଏ ସରକାରଙ୍କ କାମ ବୋଲି କହିଛନ୍ତି ବିଧାୟକ ।

ସେ ଆହୁରି କହିଛନ୍ତି ଯେ ‘‘ମୁଖ୍ୟମନ୍ତ୍ରୀ ବନ୍ୟା ସମୟରେ ମହାନଦୀ ବିବାଦ ପାଇଁ ଦିଲ୍ଲୀ ଯାଇଛନ୍ତି । ମହାନଦୀରେ ପାଣି ଆସିବା ପରେ କେନ୍ଦ୍ର ସରକାରଙ୍କ ଆଲୋଚନା ପାଇଁ ମନେ ପଡିଲା । ଆମେ 5 ଦିନ ଧରି ବନ୍ୟାଞ୍ଚଳରେ ଅଛୁ । ସାଂସଦ ଏଠାରେ ଆମ ସହ ଆଲୋଚନା କରନ୍ତୁ । ସାମ୍ବାଦିକ ମାନଙ୍କ ଅଧିକାର ଅଛି ସମ୍ପୂର୍ଣ୍ଣ ଭାବରେ ଯିଏ ଯେଉଁଠି ପାରିବ ପଚାରି ପାରିବ । ପ୍ରଶାସନ, ସାଂସଦ ଓ ବିଧାୟକଙ୍କ ଆଲୋଚନା ଶୁଣି ପାରିବେ । ସମସ୍ତ ତଥ୍ୟ ରେକଡିଂ କରି ଲୋକଲୋଚନକୁ ଆଣିପାରିବେ । କିନ୍ତୁ ସାଂସଦଙ୍କ ବ୍ୟବହାରରେ ଦୁଃଖ ପ୍ରକାଶ କରୁଛି । ଏ ସରକାର ପୁରା ସ୍ଥାଣୁ ହେଇଯାଇଛି’’ ।

  • Related Posts

    ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

    ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍…

    Continue reading
    ବିପତ୍ତି ସମୟରେ ରାଜନୀତି ନକରି ସେବା ଉପରେ ଗୁରୁତ୍ୱ ଦିଅ: ରାଜସ୍ୱ ମନ୍ତ୍ରୀ

    ଓଡ଼ିଶାରେ ବନ୍ୟା ସ୍ଥିତିରେ ସୁଧାର, କ୍ଷୟକ୍ଷତି ଆକଳନ ଆରମ୍ଭ ଭୁବନେଶ୍ୱର: ବନ୍ୟା ସମୟରେ ଚାଲିଥିବା ରାଜନୈତିକ ବୟାନବାଜିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, “ଯେଉଁମାନେ କେବଳ ବୟାନବାଜି କରନ୍ତି ସେମାନେ ପ୍ରକୃତରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ