ମୁଣ୍ଡଳୀ ନିକଟରେ ମହାନଦୀ ଜଳସ୍ତର ବୃଦ୍ଧି

କଟକ : ରାଜ୍ୟରେ ଲଗାଣ ବର୍ଷା । ହୀରାକୁଦ ଗେଟ ଖୋଲିବା ପରେ ମୁଣ୍ଡଳୀ ନିକଟରେ ମହାନଦୀ ଜଳସ୍ତର ବୃଦ୍ଧି ପାଉଛି । ନରାଜ ବ୍ୟାରେଜ ଦେଇ ସକାଳ ୬ଟା ସୁଦ୍ଧା ସେକେଣ୍ଡ ପ୍ରତି ୪ ଲକ୍ଷ୍ୟ ୨୮ ହଜାର ୭୭୮ ଘନଫୁଟ ଜଳ ପ୍ରବାହିତ ହେଉଛି । ବ୍ୟାରେଜର ଅପ୍ ଷ୍ଟ୍ରିମରେ ଜଳସ୍ତର ୨୬.୨୫ ମିଟର ରହିଥିବା ବେଳେ ଡାଉନ୍ ଷ୍ଟ୍ରିମରେ ଜଳସ୍ତର ୨୩.୧୦ ମିଟର ରହିଛି । ଏଠାରେ ଅପ୍ ଷ୍ଟ୍ରିମରେ ବିପଦ ସଙ୍କେତ ରହିଛି ୨୬.୪୧ ମିଟର ।
ସେପଟେ ବରମୁଳରେ ପ୍ରତି ସେକେଣ୍ଡରେ ୬ ଲକ୍ଷ୍ୟ ୫୨ ହଜାର ଓ ଖଇରମାଳରେ ୮ ଲକ୍ଷ୍ୟ ୩୦ ହଜାର କ୍ୟୁସେକ ବନ୍ୟାଜଳ ମହାନଦୀରେ ପ୍ରବାହିତ ହେଉଛି । ଏହି ପାଣି ମୁଣ୍ଡଳୀ ଠାରେ ଦିନ ପ୍ରାୟ ୧ଟା ରୁ ୨ଟାରେ ପହଞ୍ଚିବ । ସେହି ସମୟରେ ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ପ୍ରାୟ ୯ ଲକ୍ଷ୍ୟ ଘନଫୁଟ ବନ୍ୟା ଜଳ ପ୍ରବାହିତ ହେବ ବୋଲି ଅନୁମାନ କରା ଯାଉଛି ।
​​​​​​ମହାନଦୀର ଉପର ମୁଣ୍ଡରେ ବର୍ଷା ସାଙ୍ଗକୁ ହୀରାକୁଦ ଡ୍ୟାମ ରୁ ଜଳ ନିଷ୍କାସିତ ହେଉଥିବାରୁ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରି ଦେଇଛି ।
କଟକ ଜିଲ୍ଲା ବଡମ୍ବା ଗଡର ଅଧିଷ୍ଠାତ୍ରୀ ଦେବୀ ​​​​​​​ମା’ ଭଟ୍ଟାରିକାଙ୍କ ଗମ୍ଭୀରା ଭିତରେ ପଶିଲା ମହାନଦୀର ବନ୍ୟା ଜଳ । ମନ୍ଦିର ନିକଟରେ ଥିବା ରତ୍ନଗିରି ପର୍ବତକୁ ମା’ଙ୍କର ଚଳନ୍ତି ପ୍ରତିମା କୁ ସ୍ଥାନାନ୍ତର କରାଯାଇଛି । ସେଠାରେ ମା’ଙ୍କ ଅସ୍ଥାୟୀ ଗମ୍ଭୀରା ରହିଛି । ସେବାୟତ ଏହାକୁ ସ୍ଥାନାନ୍ତର କରିଛନ୍ତି । ଅସ୍ଥାୟୀ ଗମ୍ଭୀରାରେ ମା’ଙ୍କର ପୂଜାର୍ଚନା ରୀତିନୀତି ଅନୁସାରେ ସମାପନ ହେବ । ମା’ଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନ ଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରା ଯାଇଛି । ମହାନଦୀରେ ଏବେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ବାଙ୍କୀର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ଦୁଇଦିନ ପୂର୍ବରୁ ମହାନଦୀର ଶାଖାନଦୀ ରଣ ନଦୀରେ ଜଳସ୍ତର ବୃଦ୍ଧି ହେବାରୁ, ତାଳବସ୍ତ-ବିଲିପଡା ରାସ୍ତାରେ ୩ ଫୁଟ ରୁ ଅଧିକ ପାଣି ପ୍ରବାହିତ ହୋଇ ଯାତାୟାତ ଠପ୍ ହୋଇଥିଲା ।

​​​​​​ଗତକାଲି ରାତିରେ ବାଙ୍କୀ ବ୍ଲକ୍ ର ହୁଳୁହୁଳା ପୋଲ ଉପରେ ୨ଫୁଟ ପାଣି ପ୍ରବାହିତ ହୋଇଥିଲା । ଏହାଦ୍ୱାରା ବାଙ୍କୀ ବିନ୍ଧାଣୀମା ମୁଖ୍ୟ ରାସ୍ତା ବୁଡ଼ି ଯାତାୟାତ ମଧ୍ୟ ବନ୍ଦ ହୋଇ ଥିଲା । ହୁଳୁହୁଳାରେ ବନ୍ୟା ପାଣି ଆଜି ସକାଳୁ ୫ ଫୁଟରୁ ଅଧିକ ପ୍ରବାହିତ ହେଉଛି । ଯେଉଥିପାଇଁ ଉତ୍ତର ବାଙ୍କୀର ତିନି ପଞ୍ଚାୟତ ବାଙ୍କୀରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଛି । ସେହିପରି ପଥପୁର ପଞ୍ଚାୟତର ଦୁଇ ଗାଁ କଇଁମୁଣ୍ଡି ଓ ଚାରିଘରିଆ ଏବେ ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି ।

  • Related Posts

    ସାମ୍ବାଦିକ ପ୍ରତାପ କିଶୋର ନାୟକଙ୍କ ପରଲୋକ

    ଦେବଗଡ଼:ନକ୍ଷତ୍ରନ୍ୟୁଜ ଦେବଗଡ଼ ଜିଲ୍ଲା ପ୍ରତିନିଧି ପ୍ରତାପ କିଶୋର ନାୟକଙ୍କ ଆଜି ସକାଳେ ପରଲୋକ ହୋଇଯାଇଛି।ସ୍ବର୍ଗତ ନାୟକ ବେଶ କିଛି ଦିନ ହେବ ଅସୁସ୍ଥ ଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଥିଲା।ମୃତ୍ୟୁ ଶର୍ଯ୍ୟା ନିକଟରରେ ତାଙ୍କ ପରିବାରର ସମସ୍ତ ସଦସ୍ୟ…

    Continue reading
    ‘ଗୋଟେ ଦିନ ମୋ ଗାଁ ପାଇଁ’ ଅଭିଯାନ,ପରିଚ୍ଛନ୍ନତା ସହ ସୌରଶକ୍ତି ଯୋଜନା ଉପରେ ସଚେତନତା

    ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକରେ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଗୋଟେ ଦିନ ମୋ ଗାଁ ପାଇଁ’ ଅଭିଯାନ ଆରମ୍ଭ ହୋଇଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗ୍ରାମପଞ୍ଚାୟତର ସମସ୍ତ ୱାର୍ଡରେ କ୍ରମାଗତ ୬ଦିନ ଧରି ଏହି ଅଭିଯାନ ଚାଲିବ। ଏହା ଅନ୍ତର୍ଗତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ