ଆଜିଠୁ କଟିବ ଏଆଇ ଇ-ଚାଲାଣ

କଟକ: ରାଜ୍ୟରେ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ (ଆଇଇଏମ୍‌ଏସ୍‌) କାର୍ଯ୍ୟକାରୀ କରାଯାଇଛି। ବୈଷୟିକ ଜ୍ଞାନକୌଶଳ ଆଧାରିତ ଏହି ଟ୍ରାଫିକ୍ ନିରୀକ୍ଷଣ ବ୍ୟବସ୍ଥା ଅଗଷ୍ଟ ୧ ତାରିଖରୁ ରାଜ୍ୟର ନିର୍ଦ୍ଧାରିତ ଜାତୀୟ ଓ ରାଜ୍ୟ ରାଜପଥରେ କାର୍ଯ୍ୟକ୍ଷମ ହେବ। ଆଇଇଏମ୍‌ଏସ୍‌ ମାଧ୍ୟମରେ ଚାରିପ୍ରକାର ଟ୍ରାଫିକ୍ ନିୟମ ଉଲ୍ଲଂଘନ ଚିହ୍ନଟ କରାଯିବ। ନିର୍ଦ୍ଧାରିତ ବେଗଠାରୁ ଅଧିକ ବେଗରେ ଗାଡ଼ି ଚଳାଇବା, ଦୁଇଚକିଆ ଯାନରେ ଦୁଇରୁ ଅଧିକ ଯାତ୍ରା, ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଇବା ଏବଂ ଭୁଲ୍ ଦିଗରେ ଗାଡ଼ି ଚଳାଇବା ଭଳି ନିୟମ ଉଲ୍ଲଂଘନ କରୁଥିଲେ ରାଜପଥ କ୍ୟାମେରାରେ ସେସବୁ ସ୍ବତଃ ରେକର୍ଡ ହୋଇଯିବ। ଏହି ସମସ୍ତ ଉଲ୍ଲଂଘନ ପାଇଁ ଫଟୋ କିମ୍ବା ଭିଡିଓ ପ୍ରମାଣ ଆଧାରରେ ସ୍ୱୟଂଚାଳିତ ଭାବେ ଇ-ଚାଲାଣ ଜାରି କରାଯିବ। ପ୍ରତ୍ୟେକ ଇ-ଚାଲାଣରେ ଗାଡ଼ିର ପଞ୍ଜୀକରଣ ନମ୍ବର, ନିୟମ ଉଲ୍ଲଂଘନର ତାରିଖ ଓ ସମୟ, ଜିଓ-ଲୋକେସନ୍, ରେକର୍ଡ ହୋଇଥିବା ବେଗ, ସମ୍ପୃକ୍ତ ବେଗ ସୀମା ଏବଂ ଉଲ୍ଲଂଘନ ହୋଇଥିବା ଆଇନର ବିବରଣୀ ରହିବ।

ଏସ୍‌ଟିଏ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ମଙ୍ଗୁଳି-ସମ୍ବଲପୁର, ସମ୍ବଲପୁର-ରାଉରକେଲା, ବ୍ରହ୍ମପୁର-ତପ୍ତପାଣି ଏବଂ ବ୍ରହ୍ମପୁର-ଭଞ୍ଜନଗର ରାଜପଥରେ ଏହି ବ୍ୟବସ୍ଥା ଲାଗୁ ହେବ। ଚାରି ଲେନ୍ ରାଜପଥରେ ଦୁଇଚକିଆ ଯାନ ଘଣ୍ଟା ପ୍ରତି ୬୦ କିମି, ହାଲୁକା ମୋଟର ଯାନ (ଏଲ୍‌ଏମ୍‌ଭି) ଘଣ୍ଟା ପ୍ରତି ୧୦୦ କିମି ଏବଂ ଭାରୀଯାନ (ଏଚ୍‌ଏମ୍‌ଭି) ଘଣ୍ଟା ପ୍ରତି ୮୦ କିମି ବେଗ ସୀମା ଟପିବେନି। ଦୁଇ ଲେନ୍ ବିଶିଷ୍ଟ ରାଜପଥରେ ଦୁଇ ଚକିଆ ଯାନ ଘଣ୍ଟା ପ୍ରତି ୫୦ କିମି ଏବଂ ଏଲ୍‌ଏମ୍‌ଭି ଓ ଏଚ୍‌ଏମ୍‌ଭି ଘଣ୍ଟା ପ୍ରତି ୬୦ କିମି ବେଗ ସୀମା ଡେଇଁବେନି।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ