
ଦେବଗଡ଼:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ କକ୍ଷରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗଦେଇ ୨୭ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ମଧ୍ୟରେ ୨୧ଟି ବ୍ୟକ୍ତିଗତ ଏବଂ ୬ଟି ସାମୁହିକ ଅଭିଯୋଗ ରହିଥିଲା। ଜନସାଧାରଣ ଘରବାରି ପଟ୍ଟା,ଜମିର ପଟ୍ଟା ସଂଶୋଧନ,ବାର୍ଦ୍ଧକ୍ୟ ଭତ୍ତା, ଜମିବାଡ଼ି ବିବାଦ ତଥା ବିଭିନ୍ନ ସମସ୍ୟା ସଂପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଶିବିରରେ ଏସପି କିଶୋର ଚନ୍ଦ୍ର ମୁଣ୍ଡ,ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମିଞ୍ଜ,ଡିଏଫଓ ମିସ ରଶ୍ମୀ ଜୀ,ଉପ ଜିଲ୍ଲାପାଳ ପରିକ୍ଷିତ ସାହୁ ,ଡେପୁଟି କଲେକ୍ଟର ପ୍ରିୟା ତିର୍କୀ,ପୌର ନିର୍ବାହୀ ଅଧିକାରୀ କଳିଙ୍ଗ ଆଶିଷ ଶତପଥି,ଅତିରିକ୍ତ ତହସିଲଦାର ଦୟାଲ ଓମ୍ ପ୍ରକାଶ ସାହୁ,ଜିଲ୍ଲା ପଞ୍ଚାୟତ ଅଧିକାରୀ ହେମନ୍ତ ସିଂଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।




