
ଦେବଗଡ଼:ଦେବଗଡ ଜିଲ୍ଲାର ବାରକୋଟ ବ୍ଲକର ନିକ୍ତିମାଳ ଗ୍ରାମରେ ଥିବା ଇଟା ଭାଟିରେ ବ୍ୟବହୃତ ଆସ(ପାଉଁଶ)କିଛି ଚାଷୀଙ୍କ ଚାଷ ଜମିରେ ପୋତି ହୋଇଯାଇଛି। ଯାହା ଫଳରେ ଚାଷୀମାନେ ଚାଷ କାର୍ଯ୍ୟ କରିବା ପାଇଁ ନାର୍ହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଚାଷୀମାନେ ବାରକୋଟ ତହସିଲଦାରଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ପରେ ଏନେଇ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଇନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ସୂଚନା ଅନୁଯାୟୀ ,ବାରକୋଟ ବ୍ଲକ କଲା ଗ୍ରାମର ବିଦ୍ୟାଧର ସାହୁ, ନେତ୍ରାନନ୍ଦ ସାହୁ, ପୁର୍ଣଚନ୍ଦ୍ର ସାହୁ ରେକର୍ଡ ଭୁକ୍ତ ଜମି ନିକ୍ତିମାଳ ଗ୍ରାମରେ ରହିଛି। ସେହି ଗ୍ରାମରେ ସେମାନଙ୍କ ଜମି ନିକଟରେ “ନାରାୟଣୀ ଇନଫ୍ରା”ନାମକ ଇଟା ଭାଟି ରହିଛି। ତେବେ ଲଘୁଚାପ ଜନିତ ବର୍ଷାରେ ଇଟା ଭାଟିରେ ବ୍ୟବହୃତ ହେଉଥିବା ଆସ(ପାଉଁଶ) ସେମାନଙ୍କର ଜମିରେ ଆସରେ ପୋତି ହୋଇଯାଇଛି। ଯାହାଫଳରେ ସେମାନେ ଚାଷ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିବାବେଳେ ଚାଷ ଜମି କ୍ଷତିଗ୍ରସ୍ତ ହେବା ପରେ ସେମାନେ ବର୍ତ୍ତମାନ ଚିନ୍ତାରେ ପଡିଛନ୍ତି। ଏ ନେଇ କ୍ଷତିଗ୍ରସ୍ତ ଚାଷୀ ମାନେ ଭାଟି ମାଲିକଙ୍କୁ ଜଣାଇଲେ ସୁଦ୍ଧା କୈଣସି ସମାଧାନ କରିଥିବା ଚାଷୀମାନେ ପ୍ରକାଶ କରିଛନ୍ତି।ଜମି ପୂର୍ବରୁ ଯେପରି ଥିଲା ସେହିପରି ତିଆରି କରିବା ସହ ଯାଞ୍ଚ କରି ଆଇନ ଅନୁଯାୟୀ ପଦକ୍ଷେପ ନେବାପାଇଁ ଚାଷୀମାନେ ଦାବି କରିଛନ୍ତି।




