୨୦୦୦ରୁ ଅଧିକ ଟଙ୍କାର ପେମେଣ୍ଟ ପାଇଁ ଦେବାକୁ ପଡ଼ିପାରେ ଶୁଳ୍କ

ନୂଆଦିଲ୍ଲୀ: ଭାରତର ମାଗଣା ୟୁପିଆଇ ପେମେଣ୍ଟ ସିଷ୍ଟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। କେନ୍ଦ୍ର ସରକାର ପେମେଣ୍ଟ ଏବଂ ସେଟେଲମେଣ୍ଟ ସିଷ୍ଟମ୍ ଆଇନରେ ସଂଶୋଧନ ଆଣିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଏହି ବିଲ୍ ଉପସ୍ଥାପନ କରିଛନ୍ତି। ଭବିଷ୍ୟତରେ ନିର୍ଦ୍ଦିଷ୍ଟ ୟୁପିଆଇ କାରବାର ଉପରେ ମର୍ଚ୍ଚାଣ୍ଟ (ବ୍ୟବସାୟୀ) ଶୁଳ୍କ ଲାଗୁ କରିବାକୁ ଏଥିରେ ଅନୁମତି ଦିଆଯାଇପାରେ। ତେବେ ଏ ପର୍ଯ୍ୟନ୍ତ କୌଣସି ଦେୟ ଧାର୍ଯ୍ୟ କରାଯାଇ ନାହିଁ। ଏହି ସଂଶୋଧିତ ପ୍ରସ୍ତାବ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ (ଏମଡିଆର) ପାଇଁ ଦ୍ବାର ଉନ୍ମୁକ୍ତ କରିବ। ‘ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମ’ର ଅଗ୍ରଗତିକୁ ସହାୟତା ପାଇଁ ପେମେଣ୍ଟ ଉଦ୍ୟୋଗ ଦୀର୍ଘ ଦିନ ହେଲା ଏହି ଦାବି କରି ଆସୁଥିଲା। ଏହି ସଂଶୋଧିତ ବିଲରେ ତତ୍କାଳ ପ୍ରଭାବରେ କୌଣସି ଦେୟ ଲଗାଯାଇ ନାହିଁ।
ତେବେ ଏମଡିଆର ଆଣିବା ପାଇଁ ଏହା ମାର୍ଗକୁ ପ୍ରଶସ୍ତ କରୁଛି। ରିପୋର୍ଟ ଅନୁଯାୟୀ, ଏହି ଦେୟ କିପରି ଲାଗୁ ହେବ ତା ଉପରେ ଅଧିକାରୀମାନେ ଆଲୋଚନା ଜାରି ରଖିଛନ୍ତି। କାରବାର କିମ୍ବା ଦେୟ ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ୦.୩% ରୁ ୦.୫% ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (ଏମଡିଆର) ଲାଗୁ ହୋଇପାରେ। ତେବେ ଏହି ଶୁଳ୍କ କେବଳ ବାର୍ଷିକ ୧.୫ କୋଟି ଟଙ୍କାରୁ ଅଧିକ କାରବାର ଥିବା ବ୍ୟବସାୟୀଙ୍କ ପାଇଁ ଧାର୍ଯ୍ୟ ହେବାର ସମ୍ଭାବନା ଅଛି। ଏଥିପାଇଁ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ। କ୍ଷୁଦ୍ର ବ୍ୟବସାୟୀମାନେ ପୂର୍ବଭଳି ବିନା ଶୁଳ୍କରେ ୟୁପିଆଇ ସେବା ଉପଭୋଗ କରିପାରିବେ। ବ୍ୟବସାୟୀମାନେ ଏମଡିଆର ବାବଦ ଦେୟ ବ୍ୟାଙ୍କ କିମ୍ବା ପେମେଣ୍ଟ ସେବା ପ୍ରଦାନକାରୀଙ୍କୁ ଦେଇଥାନ୍ତି।

  • Related Posts

    ଆସନ୍ତା ଆର୍ଥିକ ବର୍ଷରୁ ପ୍ଲାଷ୍ଟିକ୍‌ ନୋଟ୍‌

    ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷ ୧ା ୨୦୨୭-୨୮ଠାରୁ ଦେଶରେ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯୋଜନା ଅନୁସାରେ ପରୀକ୍ଷଣ ସଫଳ…

    Continue reading
    ରେପୋରେଟ୍ ସ୍ଥିର ରଖିଲା RBI

    ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତି ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ରେପୋରେଟ୍ ହାରକୁ ୫.୨୫% ରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ଯାହାର ଅର୍ଥ ହେଉଛି ଆପଣଙ୍କର EMI ବର୍ତ୍ତମାନ ପାଇଁ ହ୍ରାସ ପାଇବ ନାହିଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ