
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତି ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ରେପୋରେଟ୍ ହାରକୁ ୫.୨୫% ରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ଯାହାର ଅର୍ଥ ହେଉଛି ଆପଣଙ୍କର EMI ବର୍ତ୍ତମାନ ପାଇଁ ହ୍ରାସ ପାଇବ ନାହିଁ । ଯଦି ଆପଣ ଗୃହ ଋଣ, କାର ଋଣ କିମ୍ବା ଅନ୍ୟ କୌଣସି ଋଣର EMI ଦେଉଛନ୍ତି, ତେବେ ଆପଣଙ୍କୁ ପରବର୍ତ୍ତୀ ମୁଦ୍ରା ନୀତି ପାଇଁ ଅପେକ୍ଷା କରିବାକୁ ପଡିବ । ମୁଦ୍ରାସ୍ପୀତି ବଢିବା ନେଇ ଆକଳନ କରାଯାଉଛି । ଅର୍ଥାତ ମହଙ୍ଗାମାଡ ସହିତ ଯୁଦ୍ଧ ଜାରି ରହିବ । କମିବନାହିଁ ଲୋନ୍ ଇଏମଆଇ । ମନଟାରୀ ପଲିସି ବୈଠକରେ RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ସୂଚନା ରେପୋରେଟ୍ ଅପରିବର୍ତ୍ତିତ ରହିଥିବା ନେଇ ସୂଚନା ଦେଇଛନ୍ତି ।
ଯାହା ଅନୁମାନ କରାଯାଉଥିଲା ତାହା ହେଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ଲଗାତାର ଚତୁର୍ଥ ଥର ପାଇଁ ରେପୋରେଟ ହାରକୁ ଅପରିବର୍ତ୍ତିତ ରଖିଛି । ଶେଷଥର ପାଇଁ ଡିସେମ୍ବରରେ ରେପୋରେଟ୍ ପରିବର୍ତ୍ତନ ହୋଇଥିଲା । ଆରବିଆଇ ଏମପିସି ରେପୋ ହାରକୁ ୦.୨୫% ହ୍ରାସ କରିଥିଲା। ସେବେଠାରୁ, ରେପୋ ହାର ୫.୨୫% ରହିଛି । ଗତ ବର୍ଷ ସୁଧ ହାର ୧.୨୫% ହ୍ରାସ କରାଯାଇଥିଲା । ଚଳିତବର୍ଷ ୪ଟି ନୀତି ବୈଠକ ଅନୁଷ୍ଠିତ ହୋଇଛି, କିନ୍ତୁ ସୁଧ ହାର ଅପରିବର୍ତ୍ତିତ ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଶ୍ୱର ଅନେକ କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରାସ୍ଫୀତି ପ୍ରତିକ୍ରିୟାରେ ସୁଧ ହାର ବୃଦ୍ଧି କରିଛନ୍ତି । ଏହି ସମୟରେ, ଆରବିଆଇ ଭବିଷ୍ୟତ ପାଇଁ ଏକ ନିରପେକ୍ଷ ମନୋଭାବ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି ।
ବିଶ୍ୱ ଅନିଶ୍ଚିତତା ଭିତରେ ରୋପୋରେଟ୍ ହାର ଅପରିବର୍ତ୍ତିତ ରଖିଛି ଆରବିଆଇ । ବର୍ତ୍ତମାନ ଋଣ ଏମଆଇ କମିବ ନାହିଁ । ଆରବିଆଇ ଗଭର୍ଣ୍ଣରଙ୍କ ଅନୁଯାୟୀ, ତେଲ ଏବଂ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧା ପାଉଥିବାରୁ ଆଗାମୀ ମୁଦ୍ରାସ୍ଫୀତି ବୃଦ୍ଧି ପାଇପାରେ । ଏହି ମୁଦ୍ରାସ୍ଫୀତି ତୃତୀୟ ତ୍ରୈମାସିକରେ ଶୀର୍ଷରେ ପହଞ୍ଚିବ । ଆର୍ଥିକ ବର୍ଷ ୨୦୨୭ ପାଇଁ ମୁଦ୍ରାସ୍ଫୀତି ପୂର୍ବାନୁମାନ ୫.୧ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିଛି ଆରବିଆଇ । ଭାରତର ଜିଡିପି ୬.୭ ପ୍ରତିଶତକୁ ବୃଦ୍ଧି ହେବ । ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି, ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ ଅର୍ଥନୀତି ଦେଶ ଭାବରେ ରହିଛି । ୨୦୨୭ ସୁଦ୍ଧା ଅଭିବୃଦ୍ଧି ହାର ୬.୭ ପ୍ରତିଶତ ରହିବ ।




